News18 Odia Digital
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ରିଲେସନସିପକୁ ନେଇ ନିକଟରେ ବହୁତ ଚର୍ଚ୍ଚା ହୋଇଥିଲା। ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ମାଡ଼ ମାରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ମିଶ୍ର। ଏହି ଘଟଣା ପୂରା ଓଡ଼ିଶାରେ ନିଆଁ ପରି ବ୍ୟାପିଯାଇଥିଲା।
ପ୍ରକୃତି ମଧ୍ୟ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ସେ କାହାକୁ ଡରୁନାହାଁନ୍ତି ବୋଲି କହିଥିଲେ। ଇତିମଧ୍ୟରେ ସେ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ହେଲେ ଏଥର ବାବୁସାନଙ୍କ ପାଇଁ ନୁହେଁ ବରଂ ନିଜର ଏକ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ।
ଆଜ୍ଞା ହଁ, ପ୍ରକୃତି ସୋସିଆଲ ମିଡ଼ିଆରେ ଏଥର ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାର ଲାଗିଛି।
ଫଟୋରେ ଦୁଇ ସେଲିବ୍ରିଟି କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବାର ନଜର ଆସୁଛନ୍ତି। ସେହିପରି ଫଟୋ ପୋଷ୍ଟ କରି ପ୍ରକୃତି ଲେଖିଛନ୍ତି, ‘‘ଏହା ଏକ ପୋଷ୍ଟ ନୁହେଁ, ଏହା ଏକ ପ୍ରକାଶନ ୱିଣ୍ଡୋ। ମୋର ମଧ୍ୟ କାମ କଲା ଆପଣଙ୍କର ବି କରିବ। ତୁମେ ତୁମ ନିଜର ମାଲିକ।’’
ବର୍ତ୍ତମାନ ତାଙ୍କ ଏହି ଫଟୋରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଅନେକ ଫ୍ୟାନ୍ସ ତାଙ୍କୁ ଭାଗ୍ୟବାନ ଝିଅ ବୋଲି କହୁଥିବାର ନଜର ଆସୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।