ମୁମ୍ବାଇ ଗଲେ ପ୍ରକୃତି; ଇନଷ୍ଟାରେ ଲେଖିଲେ ସେକେଣ୍ଡ ଇନିଂସରେ ପୁଣି ଦେଖାହେବ
News 18 Odia Digital
ଭୁବନେଶ୍ୱର; ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଓଡ଼ିଶା ଛାଡ଼ିଲେ ପ୍ରକୃତି ମିଶ୍ର । ପ୍ରକୃତି-ବାବୁସାନ-ତୃପ୍ତି ବିବାଦ ପରେ ଚେନ୍ନାଇରୁ ଓଡ଼ିଶା ଫେରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଘଟଣାରେ ପୋଲିସ ୩ଜଣଙ୍କୁ ପଚରାଉଚରା କରିଥିଲା । ଉଭୟ ପରିବାର ପକ୍ଷରୁ ଆପୋଷ ବୁଝମଣା ହୋଇ ଏତଲାରୁ ଓହରିଥିବା ବି କୁଆଯାଉଛି । ତେବେ ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ଆଜି ସକାଳୁ ମୁମ୍ବାଇ ଯାଇଛନ୍ତି ପ୍ରକୃତି । ତେବେ ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।
ସେ ଷ୍ଟୋରୀରେ ଲେଖିଛନ୍ତି ‘ଆଗକୁ ସେକେଣ୍ଡ୍ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ । ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । ସେପର୍ଯ୍ୟନ୍ତ ଜଣେ ରକଷ୍ଟାର ଭାବେ ରହିବି । ଆଉ ସବୁ କିଛିକୁ ସ୍ମିତହାସ୍ୟର ସହ ସାମ୍ନା କରିବି । କାହାକୁ କୌଣସି ପ୍ରକାର ଉତ୍ତର ଦେବାର ଆବଶ୍ୟକତା ନାହିଁ । କାରଣ ନିଜେ କଣ ସେ ସମ୍ପର୍କରେ ନିଜେ ହିଁ ତୁମେ ଜାଣ ବୋଲି ସେ ଲେଖିଛନ୍ତି । ସତ୍ୟକୁ ଦିନେ ନା ଦିନେ ପଦାକୁ ନିଶ୍ଚୟ ଆସିବ । ମୁଁ ଜାଣେ ଠିକ୍ ସମୟରେ ମୋତେ ନ୍ୟାୟ ମିଳିବ’।
ସେହିପରି ଗତକାଲି ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଥିଲେ, ଆତ୍ମଗର୍ବୀ ମାନଙ୍କଠାରୁ କେବେ ବି ସତ୍ୟତା ମିଳିବ ନାହିଁ । କିଛି ସତ୍ୟତା ନଜାଣି ସେମାନଙ୍କୁ ପୀଡ଼ିତ କିମ୍ବା ହିରୋ ଭାବେ ଚିତ୍ରିତ କରାଯିବ । ମାତ୍ର ଭିଲିଆନ ଭାବେ ନୁହେଁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।