ପ୍ରକୃତି ମିଶ୍ର ଜଣେ ସଫଳ ନାରୀ; ତାଙ୍କୁ ବଦନାମ କରାନଯାଉ କହିଲେ ଅଭିନିତ ମିଶ୍ର

ପ୍ରକୃତି ମିଶ୍ରଙ୍କୁ ଜଣେ ବଡ଼ ଅଭିନେତ୍ରୀ କହିବା ସହ ତାଙ୍କୁ ଏମିତି ବଦନାମ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅଭିନିତ ମିଶ୍ର ।

ପ୍ରକୃତି ମିଶ୍ର ଜଣେ ସଫଳ ନାରୀ; ତାଙ୍କୁ ବଦନାମ କରାନଯାଉ କହିଲେ ଅଭିନିତ ମିଶ୍ର

ପ୍ରକୃତି ମିଶ୍ର ଜଣେ ସଫଳ ନାରୀ; ତାଙ୍କୁ ବଦନାମ କରାନଯାଉ କହିଲେ ଅଭିନିତ ମିଶ୍ର

  • Share this:
News 18 Odia Digital

ଭୁବନେଶ୍ୱର; ପ୍ରକୃତି ମିଶ୍ରଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ହାସ୍ୟ କଳାକାର ତଥା ଜାତୀୟ ଗଣମାଧ୍ୟମର ସାମ୍ୱାଦିକ ଅଭିନିତ ମିଶ୍ର । ନିଜ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଅଭିନିତ କହିଛନ୍ତି, ମନଗଢା କାହାଣୀ ସିନେମାରେ ଦେଖିବାକୁ ମିଳେ କିନ୍ତୁ ମନଗଢା କାହାଣୀର ସତ୍ୟତା ଓଡ଼ିଶାରେ ଦେଖିବାକୁ ମିଳୁଛି । ପ୍ରକୃତି ନିଜ ସହରରେ ଅସୁବିଧାରେ ପଡ଼ିବା ସମୟରେ ଲୋକେ ସାହାର୍ଯ୍ୟ କରିବା ବଦଳରେ ସେଲ୍ଫି ନେଉଛନ୍ତି । ଓଡ଼ିଶାର ଜଣେ ବଡ଼ ଅଭିନେତ୍ରୀ ହେଉଛନ୍ତି ପ୍ରକୃତି କିନ୍ତୁ ତାଙ୍କ ସହ ଏପରି ବ୍ୟବହାର କେତେ ଯୁକ୍ତିଯୁକ୍ତ ? ବର୍ଷା କାରଣରୁ ସେ ନିଜ ସହ କଳାକାରଙ୍କ ସହ ଏକ ପ୍ରମୋଶନ ପାଇଁ ରାଜ୍ୟ ବାହାରକୁ ଯାଉଥିବା ସମୟରେ ଘଟିଥିବା ଘଟଣା ଉପରେ ମିଡିଆ ଦମଦାର କଭରେଜ କରୁଛି । ମିଡିଆର ରିଚ୍ ଓ ଭିୟୁଜ ଉପରେ ପ୍ରଶ୍ନ କରିବା ସହ ଅଭିଜିତ କହିଛନ୍ତି ଗଣମାଧ୍ୟମ ଏହି ନିଆଁକୁ ଲିଭାଇବାକୁ ଦେଉନାହାନ୍ତି ।



ତେବେ ଏହି ଲିଙ୍କଟିକୁ ଅନେକ ଜଣ ସେୟାର କରିଥିବା ଦେଖିବାକୁ ମିଳୁଛି । ବିଳମ୍ୱିତ ରାତ୍ରିରେ ନିଜେ ପ୍ରକୃତି ମଧ୍ୟ ଏହି ବାର୍ତ୍ତାଟିକୁ ସେୟାର କରିଛନ୍ତି । ତେବେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏ ଭିଡ଼ିଓରେ ନିଜ ବ୍ୟକ୍ତିଗତ ମତ ରଖିଛନ୍ତି ।
Published by:Soubhagya Mishra
First published: