ବାବୁସାନ ନୁହେଁ... ଏଥର ଚର୍ଚ୍ଚା ପ୍ରକୃତିଙ୍କ ସହ ଶୈଳେନ୍ଦ୍ର

ପ୍ରକୃତିଙ୍କ ସହ ଶୈଳେନ୍ଦ୍ରଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ବାବୁସାନ ନୁହେଁ... ଏଥର ଚର୍ଚ୍ଚା ପ୍ରକୃତିଙ୍କ ସହ ଶୈଳେନ୍ଦ୍ର

ବାବୁସାନ ନୁହେଁ... ଏଥର ଚର୍ଚ୍ଚା ପ୍ରକୃତିଙ୍କ ସହ ଶୈଳେନ୍ଦ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବାବୁସାନ, ତୃପ୍ତି, ପ୍ରକୃତି ବିବାଦ ସାମାନ୍ୟ ଥମିଥିବାବେଳେ ଏବେ ବି ପ୍ରକୃତି ଓ ବାବୁସାନ ଉଭୟେ ଉଭୟଙ୍କ ଉପରେ ଭିତରେ କୁହୁଳୁଥିବା ଧୂଆଁ ପରି ଅଭିମାନ କରିଥିବା ସ୍ପଷ୍ଟ ଜଣାପଡୁଛି । କାରଣ ଗଣମାଧ୍ୟମ ଯେବେ ପ୍ରକୃତିଙ୍କୁ ବାବୁସାନଙ୍କ ଉପରେ ଓ ବାବୁସାନଙ୍କୁ ପ୍ରକୃତିଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି ସେତେବେଳେ ସେମାନଙ୍କ ଉତ୍ତରରୁ ଏହା ସ୍ପଷ୍ଟ ଜଣାପଡିଯାଉଛି । କିଛିଦିନ ତଳେ ପ୍ରକୃତିଙ୍କୁ ଜଣେ ସାମ୍ୱାଦିକ ପ୍ରଶ୍ନ କରିଥିଲେ ଯେ, ଆପଣ ଦମନ ସିନେମା ଦେଖିଲେଣି ସେ ପ୍ରଶ୍ନର ଉତ୍ତରରେ ପ୍ରକୃତି କଥାକୁ ଅନ୍ୟ ଆଡକୁ ନେଇଯାଇଥିଲେ । ଏଥିସହ କହିଥିଲେ ଦର୍ଶକେ ଏହାର ମଜା ନେଉଛନ୍ତି । ତେବେ ଏହା ଭିତରେ ପ୍ରକୃତିଙ୍କ ସହ ଶୈଳେନ୍ଦ୍ରଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ଫେସବୁକରେ ଏକ ପେଜ୍ 'ହସି ହସି ଗଡି ଗଲି' ଏକ ପୋଷ୍ଟ କରିଛି ପ୍ରକୃତିଙ୍କ ସହ ଶୈଳେନ୍ଦ୍ରଙ୍କ ଫଟୋ । ସେଥିରେ ୟୁଜର୍ସ କମେଣ୍ଟ ମାଧ୍ୟମରେ ଅନେକ ହସକଥା ଲେଖୁଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଶୈଳେନ୍ଦ୍ରଙ୍କ ସହ ପ୍ରକୃତିଙ୍କୁ ଅନେକ ଇନଷ୍ଟା ରିଲସରେ ଦେଖିବାକୁ ମିଳେ । ଯାହାକୁ ଦର୍ଶକେ ଖୁବ ପସନ୍ଦ କରନ୍ତି । ଏଥିସହ ଶୈଳେନ୍ଦ୍ରଙ୍କର ଜଣେ ଭଲ ବନ୍ଧୁ ହେଉଛନ୍ତି ପ୍ରକୃତି । ଉଭୟେ ଏକ ମ୍ୟୁଜିକ ଭିଡିଓରେ ମଧ୍ୟ ପୂର୍ବରୁ ଅଭିନୟ କରିସାରିଛନ୍ତି । 'କାହା ହାତ ଗଢା ତୁ ୱାନ ପିସ୍ ନଖରୀ' ଗୀତଟି ୨୦୨୦ ଡିସେମ୍ୱର ମାସରେ ରିଲିଜ ହୋଇଥିଲା । ଯାହାର ନିର୍ଦ୍ଦେଶକ ଥିଲେ ରାଜା ଡି । ଗୀତଟିକୁ ସଙ୍ଗୀତପ୍ରେମୀ ପସନ୍ଦ କରିବା ପରେ ଶୈଳେନ୍ଦ୍ର ଓ ପ୍ରକୃତିଙ୍କର ବନ୍ଧୁତା ଆହୁରୀ ବଢିଥିଲା ତାପରେ ଅନେକ ରିଲସ୍ ବନେଇଥିଲେ ଏହି ଯୋଡ଼ି । ଦମଦାର ଆକ୍ସନ ଓ ଡ୍ୟାନ୍ସରେ ଛୋଟଛୋଟ ରିଲ୍ସକୁ ଲକ୍ଷ ଲକ୍ଷ ଲାଇକ୍ ମିଳିଥିବା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି ।

ନିକଟରେ, ପ୍ରକୃତି ମିଶ୍ର ଫିଲ୍ମ 'କଫି ସପ୍ ପ୍ରେମର ଆରମ୍ଭ'କୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ଦୁଇ ମାସ ପରେ ମତେ ଗୋଟିଏ ଫିଲ୍ମ ସୁଧାଂଶୁ ଅଙ୍କଲ ଦେଇଛନ୍ତି ତେଣୁ ପୁରା ଟିମକୁ ଧନ୍ୟବାଦ କାରଣ ମତେ ସେମାନେ ସେତିକି ଯୋଗ୍ୟ ଭାବିଲେ । ଓଡ଼ିଆ ସିନେମାର ସଫଳତା ନେଇ ପ୍ରକୃତି ଖୁସିବ୍ୟକ୍ତ କରିଥିଲେ । ତେବେ ପ୍ରକୃତି ଏବେ ମୁମ୍ୱାଇରେ ରହୁଛନ୍ତି । ସିନେମାର ସୁଟିଂ, ପ୍ରମୋସନ, କିମ୍ୱା ବ୍ୟକ୍ତିଗତ କାମ ପଡିଲେ ଓଡ଼ିଶା ଆସି କାର୍ଯ୍ୟ ସରିବା ପରେ ପୁଣି ମୁମ୍ୱାଇକୁ ଫେରିଯାଆନ୍ତି । ଆଗକୁ ପ୍ରକୃତିଙ୍କର ଅନେକ ପ୍ରୋଜେକ୍ଟ ଆସିବାକୁ ଯାଉଛି, ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିବା ଗଣମାଧ୍ୟମକୁ କହିଛନ୍ତି । ସୋସିଆଲ୍ ମିଡିଆରେ କିନ୍ତୁ ପ୍ରକୃତିଙ୍କ ଫ୍ୟାନ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ତାଙ୍କ ସଫଳତା କାମନା କରି । ଜଣେ ବ୍ୟକ୍ତି ଲେଖିଥିଲେ ଯେ, ପ୍ରକୃତି ଖୁବ୍ ଆଗକୁ ଯାଆନ୍ତୁ ଓଡ଼ିଆଙ୍କର ଟେକ ରଖନ୍ତୁ । ସେହିପରି ଆଉଜଣେ ୟୁଜର୍ସ ଲେଖିଥିଲେ ଯେ, ମୁମ୍ୱାଇରେ ପ୍ରକୃତି ଖୁବ ସୁନାମ ଅର୍ଜନ କରିଛନ୍ତି ।
Published by:Soubhagya Mishra
First published: