ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଟଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରଭାସଙ୍କ ଡିମାଣ୍ଡ ; ୧୫୦ କୋଟି ଟଙ୍କା ଫିସ ଦାବି କଲେ ପ୍ରଭାସ

ଟଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରଭାସଙ୍କ ଡିମାଣ୍ଡ ; ୧୫୦ କୋଟି ଟଙ୍କା ଫିସ ଦାବି କଲେ ପ୍ରଭାସ

ନିର୍ମାତାମାନଙ୍କ ପାଖରେ ପ୍ରଭାସଙ୍କ ଡିମାଣ୍ଡ୍ ମଧ୍ୟ ବଢିଯାଇଛି। ତେବେ ଏହି ଅବସରରେ ସାମ୍ନାକୁ ଖବର ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି।

ଟଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରଭାସଙ୍କ ଡିମାଣ୍ଡ ; ୧୫୦ କୋଟି ଟଙ୍କା ଫିସ ଦାବି କଲେ ପ୍ରଭାସ
ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 14, 2021, 12:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍‌-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କୁ ପାନ୍ ଇଣ୍ଡିଆ ଷ୍ଟାର୍ କୁହାଯାଏ। ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍‌ ମଧ୍ୟ ବଢିଯାଇଛି। ତେବେ ଏହି ଅବସରରେ ସାମ୍ନାକୁ ଖବର ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି।

କବୀର ସିଂହ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ଟଙ୍କା ଦାବି କରିଛନ୍ତି। ସୂଚନା ମୁତାବକ ପ୍ରଭାବ ଯେଉଁ ଫିଲ୍ମ ବି ସାଇନ୍ କରୁଛନ୍ତି ଏନେଇ ୧୦୦ କୋଟି ମାଗୁଛନ୍ତି। ତେଣୁ ନିର୍ମାତା ବିନା ଆପତ୍ତିରେ ତାଙ୍କୁ ୧୦୦ କୋଟି ଦେବା ନେଇ ପ୍ରସ୍ତୁତ ମଧ୍ୟ। କିନ୍ତୁ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ମାଗିଛନ୍ତି। ଶେଷରେ ନିର୍ମାତା ତାଙ୍କ କଥାକୁ ମଧ୍ୟ ମାନି ନେଇଛନ୍ତି।

ବର୍ତ୍ତମାନ ପ୍ରଭାସ ‘ରାଧେଶ୍ୟାମ’ର ଶୁଟିଂ ଶେଷ କରିଛନ୍ତି। ବର୍ତ୍ତମାନ ସେ ସାଲାର୍, ଆଦିପୁରୁଷ, ପ୍ରୋଜେକ୍ଟ କେ ଓ ସ୍ପିରିଟ୍ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏନେଇ ସେ ହାଇଦ୍ରାବାଦରୁ ମୁମ୍ବାଇ ଦୈନିକ ଯିବାଆସିବା କରୁଥିବା ଦେଖାଯାଏ। ତେବେ ଆଗକୁ ପ୍ରଭାସ ନିଜର ବଡ ଖବର ଖୁବ ଶୀଘ୍ର ଶୁଣାଇପାରନ୍ତି। ବର୍ତ୍ତମାନ ଏହି ପ୍ରୋଜେକ୍ଟ ଉପରେ କଥାବାର୍ତ୍ତା ଚାଲିଛି।
Published by: Soumya Das
First published: October 14, 2021, 12:01 PM IST