News18 Odia Digital
ହାଇଦ୍ରାବାଦ: ପ୍ରଭାସଙ୍କ ବହୁ ଚର୍ଚ୍ଚି ଫିଲ୍ମ 'ରାଧେଶ୍ୟାମ' ଆଜି ରିଲିଜ ହୋଇଯାଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି ଓ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଫିଲ୍ମ ଦେଖିବାକୁ ଅପେକ୍ଷା କରି ବସିଥିଲେ।
ପ୍ରଭାସଙ୍କୁ ପ୍ରାୟତଃ ଆକ୍ସନ୍ ଫିଲ୍ମରେ ଦେଖିବାକୁ ମିଳିଥିଲା, ତେଣୁ ପର୍ଯ୍ୟାୟ କ୍ରମେ ରୋମାଣ୍ଟିକ୍ ଡ୍ରାମା ଫିଲ୍ମରେ ଦର୍ଶକ ତାଙ୍କୁ କେତେ ପସନ୍ଦ କରନ୍ତି ତାହା ଦେଖିବାକୁ ଆକର୍ଷଣୀୟ ହେବ।
କେ.କେ ରାଧାକୃଷ୍ଣ କୁମାରଙ୍କ ଏହି ଫିଲ୍ମ ପ୍ରାୟ ୩୫୦ କୋଟି ବଜେଟରେ ନିର୍ମାଣ ହୋଇଛି। ଏହି ଫିଲ୍ମରେ ଆଜି ପର୍ଯ୍ୟନ୍ତ ସବୁଠାରୁ ଉନ୍ନତ VFX ଦେଖିବାକୁ ମିଳୁଛି।
ସାଉଥ ସୁପରଷ୍ଟାର ପ୍ରଭାସ ‘ରାଧେଶ୍ୟାମ’ରେ ଜଣେ ଜ୍ୟୋତିଷଙ୍କ ଭୂମିକାରେ ନଜର ଆସୁଛନ୍ତି ଯାହାଙ୍କ ନାମ ଆଦିତ୍ୟ। ଆଉ ତାଙ୍କ ସହ ଫିଲ୍ମରେ ରୋମାନ୍ସ କରୁଛନ୍ତି ସାଉଥର ସୁନ୍ଦରୀ ଅଭିନେତ୍ରୀ ପୂଜା ବେଗଡେ। କୋଭିଡ ଯୋଗୁଁ ଏହି ଫିଲ୍ମର ରିଲିଜକୁ କ୍ରମାଗତ ଭାବରେ ସ୍ଥଗିତ ରଖାଯାଇଥିଲା। ହେଲେ ପରିଶେଷରେ ଆଜି ସିନେମାହଲରେ ରିଲିଜ ହୋଇଯାଇଛି।
ଫିଲ୍ମଟି ପଜିଟିଭ ପ୍ରତିକ୍ରିୟା ମିଳିବାରେ ଲାଗିଛି। ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ସେମାନଙ୍କର ସମୀକ୍ଷା ବାଣ୍ଟିବା ଆରମ୍ଭ କରିଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।