ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»Pornography Case: ଆଉ କିଛି ଦିନ ଜେଲରେ ରହିବେ ରାଜ୍ କୁନ୍ଦ୍ରା; ଜାମିନ ଆବେଦନ ଖାରଜ କଲେ କୋର୍ଟ

Pornography Case: ଆଉ କିଛି ଦିନ ଜେଲରେ ରହିବେ ରାଜ୍ କୁନ୍ଦ୍ରା; ଜାମିନ ଆବେଦନ ଖାରଜ କଲେ କୋର୍ଟ

ରାଜ୍ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ରିୟାନ୍ ଥର୍ପେ ଜାମିନ ଆବେଦନ କରିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି ବମ୍ବେ କୋର୍ଟ । ଏହାପୂର୍ବରୁ ମଙ୍ଗଳବାର ମୁମ୍ବାଇର କିଲା କୋର୍ଟ ରାଜ କୁନ୍ଦ୍ରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

Pornography Case: ଆଉ କିଛି ଦିନ ଜେଲରେ ରହିବେ ରାଜ୍ କୁନ୍ଦ୍ରା; ଜାମିନ ଆବେଦନ ଖାରଜ କଲେ କୋର୍ଟ
ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କଲେ ବମ୍ବେ ହାଇ କୋର୍ଟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ସମସ୍ୟା । ଅଶ୍ଳୀ ଚଳଚ୍ଚିତ୍ରି ନିର୍ମାଣ ମାମଲାରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ତାଙ୍କ ଜାମିନ ଆବେଦନକୁ ମୁମ୍ବାଇ ଏସପ୍ଲାନେଡ୍ କୋର୍ଟ (Mumbai Esplanade Court) ପ୍ରତ୍ୟାଖ୍ୟାନ କରିଛନ୍ତି ।

ଅଶ୍ଳୀଳ ଚଳଚ୍ଚିତ୍ରର ନିର୍ମାଣ ତଥା ନିର୍ଦ୍ଦିଷ୍ଟ ଆପ୍ ଜରିଆରେ ଶେୟାର କରୁଥିବା ମାମଲାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ଦ୍ୱାରା ଗିରଫ ହୋଇଥିବା ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ରିୟାନ୍ ଥର୍ପେ ଜାମିନ ଆବେଦନ କରିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି କୋର୍ଟ । କୋର୍ଟର ଏହି ନିଷ୍ପତ୍ତି ପରେ ରାଜ୍ କୁନ୍ଦ୍ରାଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ପଡ଼ିବ ।

ଏହାର ସୂଚନା ନ୍ୟୁଜ୍ ଏଜେନ୍ସି ଏ.ଏନ.ଆଇ. (ANI) ଟ୍ବିଟରରେ ଦିଆଯାଇଛି । ଏ.ଏନ.ଆଇ. ଅନୁଯାୟୀ ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ କୁନ୍ଦ୍ରାଙ୍କ ଓ ରିଆନ ଥର୍ପେଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହାପୂର୍ବରୁ ମଙ୍ଗଳବାର ମୁମ୍ବାଇର କିଲା କୋର୍ଟ ରାଜ କୁନ୍ଦ୍ରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ମଙ୍ଗଳବାର ଦିନ ଶୁଣାଣି ବେଳେ ପୋଲିସ ରାଜ କୁନ୍ଦ୍ରାଙ୍କୁ ୭ ଦିନ ହେପାଜତ ଦାବି କରିଥିଲା । ତେବେ କୋର୍ଟ ତୃତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ମନା କରି ଦେଇଛନ୍ତି। ପୋଲିସ କୋର୍ଟଙ୍କୁ କହିଛନ୍ତି ଯେ ରାଜଙ୍କ ସିଟି ବ୍ୟାଙ୍କ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଆକାଉଣ୍ଟ ସ୍ଥଗିତ ରଖାଯାଇଛି।

କ୍ରାଇମ୍ ବ୍ରାଞ୍ଚ୍ ଅନୁଯାୟୀ, ରାଜ କୁନ୍ଦ୍ରା, ଶିଳ୍ପା ଶେଟ୍ଟୀ, ଅରବିନ୍ଦ ଶ୍ରୀବାସ୍ତବ, ହର୍ଷିତା ଶ୍ରୀବାସ୍ତବ ଓ କମ୍ପାନୀ ସହ ଜଡିତ ଅନ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ଫୋରେନସିକ୍ ଅଡିଟରଙ୍କୁ ଡକାଯାଇଛି। କ୍ରାଇମ୍ ବ୍ରାଞ୍ଚ୍ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ପୋଲିସ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ଏପର୍ଯ୍ୟନ୍ତ କୌଣସି କ୍ଲିନଚିଟ୍ ଦେଇନାହିଁ।

ମୁମ୍ବାଇ ପୋଲିସ କହିଛି ଯେ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣରେ ସକ୍ରିୟ ଥିଲେ। ତାଙ୍କ ବିରୋଧରେ ଦୃଢ ଇଲେକ୍ଟ୍ରୋନିକ୍ ପ୍ରମାଣ ଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ମଧ୍ୟ ଦାବି କରିଛି। ପର୍ଣ୍ଣ ଚଳଚ୍ଚିତ୍ର ବଦଳରେ ମୁମ୍ବାଇ ପୋଲିସ କାରବାରର ପ୍ରମାଣ ମଧ୍ୟ ପାଇଛି। ଏଥି ସହିତ ଇନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ଏହି ପ୍ରସଙ୍ଗରେ ସକ୍ରିୟ ଅଛନ୍ତି ।

ରାଜ କୁନ୍ଦ୍ର ମାମଲାରେ ଇଡି ଏଫଆଇଆର କପି ମାଗିଛି। କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ୍ ରାଜ କୁନ୍ଦ୍ରା ମାମଲାର ଏଫ୍.ଆଇ.ଆର. କପି ଇଡିକୁ ହସ୍ତାନ୍ତର କରିଛି।
Published by: Lipina Das
First published: July 28, 2021, 5:18 PM IST