News18 Odia Digital
Vani Jairam Death: ଦକ୍ଷିଣର ପ୍ରସିଦ୍ଧ ଗାୟିକା ବାଣୀ ଜୟରାମଙ୍କ ଶନିବାର ଦିନ ଚେନ୍ନାଇରେ ଦେହାନ୍ତ ହୋଇଛି। ସେ ୭୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ପୋଲିସର ସୂଚନାନୁସାରେ, ତାଙ୍କ ମୃତଦେହ ଘରେ ମିଳିଥିଲା ଏବଂ ତାଙ୍କ କପାଳରେ ଆଘାତ ଚିହ୍ନ ଥିବା ମଧ୍ୟ କୁହାଯାଉଛି। ବର୍ତ୍ତମାନ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ବାଣୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଗାୟିକା ଭାବରେ ତାଙ୍କର ୫୦ ବର୍ଷ ପୂରଣ କରିଥିଲେ। ସେ ୧୮ଟି ଭାରତୀୟ ଭାଷାରେ ୧୦ ହଜାରରୁ ଅଧିକ ଗୀତ ଗାଇଥିଲେ। ତାଙ୍କର ସବୁଠୁ ଲୋକପ୍ରିୟ ଗୀତ 'ହମକୋ ମନ୍ କି ଶକ୍ତି ଦେନା ଦାତା' ଏବେ ବି ଲୋକଙ୍କ ଓଠରେ ଶୁଣିବାକୁ ମିଳୁଛି।
ତାଙ୍କୁ ତିନି ଥର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ତାଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ପ୍ରଦାନ କରାଯିବାର ମଧ୍ୟ ଥିଲା। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି।
ଜାତୀୟ ପୁରସ୍କାର ବିଜେତା ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ବାଣୀ ଜୟରାମଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ପାଇବାକୁ ଘୋଷଣା କରାଯାଇଥିଲା। ଅର୍ଥାତ୍ ତାଙ୍କୁ ଖୁବ୍ ଶୀଘ୍ର ପଦ୍ମ ଭୂଷଣ ପ୍ରଦାନ କରାଯାଇଥାନ୍ତା, କିନ୍ତୁ ଏହା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ଚେନ୍ନାଇର ନଙ୍ଗମ୍ବକକାମରେ ଥିବା ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ କପାଳରେ ଆଘାତ ଲାଗିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।
ବାଣୀ ଜୟରାମ ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରୁ କିଛି ବଡ଼ ବଡ଼ ମ୍ୟୁଜିକ କମ୍ପୋଜରଙ୍କ ସହ କାମ କରିଛନ୍ତି ଏବଂ ଚିର ସବୁଜ ଚାର୍ଟବଷ୍ଟର ବିତରଣ କରିଥିଲେ। ସେ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ, ତୁଲୁ ଏବଂ ଓଡ଼ିଆରେ ଅନେକ ଗୀତ ଗାଇଥିଲେ। ସେ ଦେଶ ତଥା ବିଶ୍ବରେ ମଧ୍ୟ ଅଭିନୟ ଗୀତ ଗାଇ ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ଏଥିସହ ସେ ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡ଼ିଶାରୁ ରାଜ୍ୟ ପୁରସ୍କାର ମଧ୍ୟ ପାଇଥିଲେ।
ଜଣେ ଗାୟକ ଭାବରେ ୫୦ ବର୍ଷ କାମ କରିଛନ୍ତିନିକଟରେ ବାଣୀ ଜୟରାମ ଜଣେ ବୃତ୍ତିଗତ ଗାୟିକା ଭାବରେ ୫୦ ବର୍ଷ ପୂରଣ କରିଥିଲେ ଏବଂ ୧୦ ହଜାରରୁ ଅଧିକ ଗୀତ ଗାଇଥିଲେ। ସେ ଏମଏସ ଇଲିୟାରାଜା, ଆରଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ଅନ୍ୟ ପ୍ରସିଦ୍ଧ କମ୍ପୋଜରଙ୍କ ସହ କାମ କରିଥିଲେ।
ଗୀତ ଗାଇବାକୁ ବାଣୀଙ୍କୁ ତାଙ୍କ ସ୍ବାମୀ ଉତ୍ସାହିତ କରିଥିଲେବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ବାଣୀ ଏମିତି ଏକ ପରିବାରରେ ବିବାହ କରିଥିଲେ ଯେଉଁଠାରେ ସଙ୍ଗୀତର ପ୍ରଚାର ପ୍ରସାର କରାଯାଇଥିଲା। ତାଙ୍କ ଶାଶୁ ମଧ୍ୟ ଜଣେ ଗାୟକ ଥିଲେ। ତାଙ୍କ ଭାଉଜ ଏନ. ରାଜମ୍ ବାଦ୍ୟ ବଜାନ୍ତି ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ମଧ୍ୟ। ୧୯୬୯ ମସିହାରେ ଜୟରାମଙ୍କୁ ବିବାହ କରିବା ପରେ ବାଣୀ ମୁମ୍ବାଇ ଯାଇଥିଲେ। ସେ ଏକ ବ୍ୟାଙ୍କରେ କାମ କରୁଥିଲେ, କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ସଙ୍ଗୀତ ଜଗତରେ କ୍ୟାରିୟର ଗଢ଼ିବାକୁ ପ୍ରେରଣା ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।