ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲା; ବଲିଉଡ୍ ମହିଳା ସେଲିବ୍ରିଟିଙ୍କ ସପକ୍ଷରେ ଆସିଲେ ସୋନା ମହାପାତ୍ର

ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲା; ବଲିଉଡ୍ ମହିଳା ସେଲିବ୍ରିଟିଙ୍କ ସପକ୍ଷରେ ଆସିଲେ ସୋନା ମହାପାତ୍ର

ଅଶ୍ଳୀଳ ଭିଡିଓ ମାମଲାରେ ରାଜ୍ କୁନ୍ଦ୍ରା ଗିରଫ ହେବା ପରଠୁ ବଲିଉଡର ଅନ୍ୟ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଆସୁଛନ୍ତି ଟ୍ରୋଲର୍ସ, ଯାହାଙ୍କୁ କଡ଼ା ଜବାବ ଦେଇ ଚର୍ଚ୍ଚାରେ ଆସିଲେ ଗାୟିକା ସୋନା ମହାପାତ୍ର ।

ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲା; ବଲିଉଡ୍ ମହିଳା ସେଲିବ୍ରିଟିଙ୍କ ସପକ୍ଷରେ ଆସିଲେ ସୋନା ମହାପାତ୍ର
ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଲେ ସୋନା ମହାପାତ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ସୋନା ମହାପାତ୍ରା ସବୁବେଳେ ନିଜ ବିନ୍ଦାସ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଏହି ଅନ୍ଦାଜ ପାଇଁ ସେ ପ୍ରାୟତଃ ସୋସିଆଲ ମିଡ଼ିଆରେ ଟ୍ରୋଲ ହୁଅନ୍ତି । ହେଲେ ସେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ମଧ୍ୟ ଦିଅନ୍ତି । ଏଥର ସୋନା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ମୁହଁ ଖୋଲିଛନ୍ତି ।

କଥାଟି ହେଲା ଯେ ରାଜ୍ କୁନ୍ଦ୍ରାଙ୍କ ମାମଲା ମଧ୍ୟରେ କିଛି ଲୋକ ବଲିଉଡର ଅନ୍ୟ ସେଲିବ୍ରିଟିଙ୍କ ଉପରେ ଆଙ୍ଗୁଠି ଉଠାଉଥିବାର ନଜର ଆସୁଛନ୍ତି, ଯାହାକୁ ନିନ୍ଦା କରି ପ୍ରତିକ୍ରିୟା ରଖିଛନ୍ତି ଗାୟିକା ।

ସୋନା ସୋସିଆଲ ମିଡ଼ିଆରେ ନିଜର ଏକ ମ୍ୟୁଜିକ ଟ୍ରାକ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଏହା କପଟୀ ଛଡ଼ା ଆଉ କିଛି ନୁହେଁ । ପିତୃପୁରୁଷ ସମାଜର କପଟୀତାକୁ ଦର୍ଶାଏ, ଯେତେବେଳେ ପର୍ଣ୍ଣ ସମ୍ବନ୍ଧୀୟ କୌଣସି ଖବର ଆସେ । ତାହାଲେ ଏହି ସାର୍ବଜନୀନ ଡୋମେନ୍ #slutshame ବିଶେଷକରି ମନୋରଞ୍ଜନ ଶିଳ୍ପ ସହିତ ଜଡ଼ିତ ମହିଳାମାନଙ୍କୁ ଏକ ଲାଇସେନ୍ସ ଦେଇ ଦିଅନ୍ତି । ରାଜ୍ କୁନ୍ଦ୍ରାଙ୍କ ମାମଲା ତୁମମାନଙ୍କର ଖରାପ ଚିନ୍ତାଧାର ଦେଖାଇବା ପାଇ ଏକ ବାହାନା ହୋଇପାରିବ ନାହିଁ ।’’








View this post on Instagram






A post shared by SONA (@sonamohapatra)






ଖାଲି ଏତିକି ନୁହେଁ ସେ ଆହୁରି ଲେଖିଛନ୍ତି, ‘‘ଆମର ଟାଇମଲାଇନରେ କମେଣ୍ଟରେ କରି ଏହା କହିବା ଯେ ତୁମେ ବଲିଉଡର, ତୁମେ ସମସ୍ତେ ସମାନ। ମହିଳାମାନେ ଦୟାକରି ନିଜ ଶରୀର ପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ, ଖୁସି ଅନୁଭବ କର ଯେମିତି ମୁଁ କରୁଛି । ବଡ, ଛୋଟ, ମୋଟା, ପତଳା କିମ୍ବା ଶରୀର ଯାହା ବି ହେଉ, ଆମେ ଚମତ୍କାର । ଆମ ବିନା ଅନୁମତିରେ ଆମକୁ ଲଜ୍ଜିତ କରିବାକୁ କିମ୍ବା ଆମକୁ ଛୁଇଁବାକୁ କାହାର ଅଧିକାର ନାହିଁ ।’’

ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲା ଉପରେ ଚାଲିଥିବା ଯାଞ୍ଚରେ ପ୍ରତିଦିନ ନୂଆ ତଥ୍ୟ ଖୁଲାସା କରାଯାଉଛି। ନିକଟରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଥିଲା ଯେ ରାଜ୍ କୁନ୍ଦ୍ରାଙ୍କ କାର୍ଯ୍ୟାଳୟର ସର୍ଭରରୁ ବିପୁଳ ପରିମାଣର ତଥ୍ୟ ଡିଲିଟ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ କେବଳ ୩ ଜଣ ଲୋକ ସର୍ଭରକୁ ପ୍ରବେଶ କରିପାରିବେ। କ୍ରାଇମ୍ ବ୍ରାଞ୍ଚ୍ ସନ୍ଦେହ କରୁଛି ଯେ ରିଆନ୍ ଥର୍ପେ ସର୍ଭରରୁ ତଥ୍ୟ ନଷ୍ଟ କରିବାର କାମ କରିଥାଇ ପାରନ୍ତି।
Published by: Lipina Das
First published: July 28, 2021, 1:20 PM IST