ଟିଭିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ; ଶୋକରେ କଳା ଜଗତ
ମାତ୍ର ୪୦ ବର୍ଷ ବୟସରେ ଆଖି ବୁଜିଲେ ସମସ୍ତଙ୍କ ଫେଭରେଟ ଆକ୍ଟର ସିଦ୍ଧାର୍ଥ ଶୁକ୍ଲା । ହୃଦଘାତ ଯୋଗୁଁ ସିଦ୍ଧାର୍ଥ ଶୁକ୍ଲାଙ୍କର ମୃତ୍ୟୁ ହୋଇଛି ।
ଆଉ ନାହାଁନ୍ତି ସମସ୍ତଙ୍କ ପସନ୍ଦୀୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା
- News18 Odia
- Last Updated: September 2, 2021, 12:33 PM IST
ମୁମ୍ବାଇ: ଗୁରୁବାର ସକାଳେ କଳା ଜଗତରୁ ବଡ଼ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ବହୁତ କମ୍ ବୟସରେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ଟିଭିର ଲୋକପ୍ରିୟ ଅଭିନେତା ତଥା ରିୟାଲିଟି ଶୋ ‘ବିଗ୍ ବସ୍ ୧୩’ ବିଜେତା ସିଦ୍ଧାର୍ଥ ଶୁକ୍ଲା । ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି ।
ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ସିଦ୍ଧାର୍ଥ ଶୁକ୍ଲାଙ୍କର ମୃତ୍ୟୁ ହୋଇଛି। ବୁଧବାର ରାତିରେ ଶୋଇବା ପୂର୍ବରୁ ସେ କିଛି ଔଷଧ ଖାଇବା ପରେ ଶୋଇଥିଲେ, କିନ୍ତୁ ସକାଳେ ଆଉ ଉଠି ନଥିଲେ। ବର୍ତ୍ତମାନ ତାଙ୍କ ମୃତ ଦେହ କୂପର୍ ହସ୍ପିଟାଲରେ ଅଛି ଓ ଯାଞ୍ଚ ଚାଲିଛି ।
ସିଦ୍ଧାର୍ଥ ଶୁକ୍ଲାଙ୍କ ହଠାତ୍ ଦେହାନ୍ତ ହେତୁ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଏହାକୁ ବିଶ୍ୱାସ କରିବାକୁ କେହି ପ୍ରସ୍ତୁତ ନାହାଁନ୍ତି । ସମସ୍ତ ଅଭିନେତା ଓ ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ସିଦ୍ଧାର୍ଥ ଶୁକ୍ଲା ୨୦୦୮ରେ ଟିଭି ଶୋ 'ବାବୁଲ କା ଆଙ୍ଗନ ଛୁଟେ ନା' ସହିତ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ 'ଜାନେ ପେହେଚାନ ସେ ଅଜନାବି', 'ସିଆଇଡି', 'ବାଲିକା ବଧୂ' ଓ 'ଲଭ୍ ୟୁ ଜିନ୍ଦେଗି' ସହ ଅନେକ ରିୟାଲିଟି ଶୋ ଭଳି ଟିଭି ଶୋ’ରେ ଅଭିନୟ କରିଥିଲେ।
ଟିଭି ଇଣ୍ଡଷ୍ଟ୍ରିରେ ସିଦ୍ଧାର୍ଥ ଶୁକ୍ଲା ଏକ ବଡ଼ ନାମ ପାଲଟିଛନ୍ତି । ସେ ଟିଭିର ଦୁଇଟି ବଡ଼ ଟିଭି ରିୟାଲିଟି ଶୋ ‘ଖତୋରୋଁ କେ ଖିଲାଡି’ର ସିଜନ୍ ୭ ଓ ବିଗ୍ ବସ୍ ସିଜନ ୧୩ ବିଜେତା ମଧ୍ୟ ସାଜିଥିଲେ ।






