PonniyinSelvan2 ୨ ଦିନରେ ଶହେ କୋଟି ପାର: ଆମରିକାରେ ଜୋରଦାର କଲେକ୍ସନ

ଐଶ୍ୱର୍ଯ୍ୟା ରାୟ, ଚିଆନ୍ ବିକ୍ରମ, କାର୍ଥି ଓ ଜୟମ ରବିଙ୍କ ପରି ଜଣାଶୁଣା ଅଭିନେତାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର ସମାଲୋଚକମାନଙ୍କ ଠାରୁ ବହୁତ ଭଲ ରିଭ୍ୟୁ ପାଇଛି ।

PonniyinSelvan2 ୨ ଦିନରେ ଶହେ କୋଟି ପାର: ଆମରିକାରେ ଜୋରଦାର କଲେକ୍ସନ

PonniyinSelvan2 ୨ ଦିନରେ ଶହେ କୋଟି ପାର: ଆମରିକାରେ ଜୋରଦାର କଲେକ୍ସନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଗତ ବର୍ଷ ବଡ ପରଦାରେ ଆସିଥିବା ଚୋଳ ସାମ୍ରାଜ୍ୟର କାହାଣୀ 'ପୋନିୟିନ୍ ସେଲଭାନ୍'ର ପ୍ରଥମ ଭାଗ ବକ୍ସ ଅଫିସ (box office)ରେ ସୁପର ଡୁପର ହିଟ୍ ହୋଇଥିଲା। 'ପୋନିୟିନ୍ ସେଲଭାନ୍ ୧' ବିଶ୍ବରେ ୫୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ସେହିଭଳି 'ପୋନିୟିନ୍ ସେଲଭାନ୍ ୨' (PS 2) ରୁ ବିପୁଳ ପରିମାଣର ଆୟ (income) ଆଶା କରାଯାଉଥିଲା । ଐଶ୍ୱର୍ଯ୍ୟା ରାୟ, ଚିଆନ୍ ବିକ୍ରମ, କାର୍ଥି ଓ ଜୟମ ରବିଙ୍କ ପରି ଜଣାଶୁଣା ଅଭିନେତାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର (film) ସମାଲୋଚକମାନଙ୍କ ଠାରୁ ବହୁତ ଭଲ ରିଭ୍ୟୁ ପାଇଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ୱିତୀୟ ଭାଗର ଆରମ୍ଭ ରୋଜଗାର ପ୍ରଥମ ଚଳଚ୍ଚିତ୍ର ଅପେକ୍ଷା ମନ୍ଥର ଦେଖା ଯାଉଛି । ଅବଶ୍ୟ, 'ପୋନିୟିନ୍ ସେଲଭାନ୍ ୨'ର ବକ୍ସ ଅଫିସ୍ କଲେକ୍ସନ ନିଜଆଡୁ ଭଲ ବେଗରେ ଗତି କରୁଛି ।

ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା PS 2 ସାରା ବିଶ୍ୱରେ ୬୧.୫୩ କୋଟି ଟଙ୍କା ସଂଗ୍ରହ କରିଥିଲା । ଏବେ ଖବର ଆସୁଛି ଯେ ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର ଜାରି ରଖିଛି । ଦୁଇ ଦିନ ମଧ୍ୟରେ ଫିଲ୍ମ ବକ୍ସ ଅଫିସରେ ସେଞ୍ଚୁରି ଲଗେଇଛି ଓ ଚଳଚ୍ଚିତ୍ରର ବିଶ୍ବର ସଂଗ୍ରହ ୧୦୦ କୋଟିରୁ ଅଧିକ ହୋଇଛି। ଆସନ୍ତୁ ଜାଣିବା ଫିଲ୍ମ ଏପର୍ଯ୍ୟନ୍ତ କେତେ ରୋଜଗାର କରିଛି ।

ଦୁଇ ଦିନରେ ଅଧା ସେଞ୍ଚୁରି
'ପୋନିୟିନ୍ ସେଲଭାନ୍ ୨' ଦ୍ୱିତୀୟ ଦିନରେ ଭାରତରେ ୨୬ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ବକ୍ସ ଅଫିସ୍ ଟ୍ରାକର ସାକନିଲକଙ୍କ ଅନୁଯାୟୀ, ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ଶନିବାର ଦିନ ଭାରତରେ ୨୬.୨ କୋଟି ଟଙ୍କା ଆୟ କରିଛି। ଯେଉଁଠାରେ PS 2 ର ମୂଳ ତାମିଲ ସଂସ୍କରଣ ପ୍ରଥମ ଦିନରେ ୧୫ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୦ କୋଟିରୁ ଅଧିକ ସଂଗ୍ରହ କରିଥିଲା । ଏହି ଚଳଚ୍ଚିତ୍ର ତାମିଲନାଡୁରେ ବର୍ଷର ଦ୍ୱିତୀୟ ବଡ଼ ଓପନିଂ କରିଥିଲା ​​। କେବଳ ଭାରତର କଲେକ୍ସନ ବିଷୟରେ କହିବାକୁ ଗଲେ 'ପୋନିୟିନ୍ ସେଲଭାନ୍ ୨' ଦୁଇ ଦିନ ମଧ୍ୟରେ ୫୦ କୋଟିରୁ ଅଧିକ ଆୟ କରିଛି।

ହିନ୍ଦୀରେ ବକ୍ସ ଅଫିସ୍ ସଂଗ୍ରହ ବୃଦ୍ଧି
ବକ୍ସ ଅଫିସ୍ ସଂଗ୍ରହ ତଥ୍ୟ କହୁଛି ଯେ ଓପନିଂ ତୁଳନାରେ ହିନ୍ଦୀରେ PS 2 ର ଆୟ ଦ୍ୱିତୀୟ ଦିନରେ ୪୦% ରୁ ଅଧିକ ବୃଦ୍ଧି ପାଇଛି। 'ପୋନିୟିନ୍ ସେଲଭାନ୍ ୨' ଶୁକ୍ରବାର ଦିନ ହିନ୍ଦୀରେ ପ୍ରାୟ ୧.୭ କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ଏହି ସଂସ୍କରଣର କଲେକ୍ସନ ୨.୩ କୋଟିରୁ ଅଧିକ । PS 2 ହିନ୍ଦୀରେ ବହୁତ ସୀମିତ ସ୍ଥାନରେ ରିଲିଜ୍ ହୋଇଛି ଓ କମ୍ ପରଦା ସତ୍ତ୍ବେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଉଥିବା ଲୋକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି । ହିନ୍ଦୀରେ ମଧ୍ୟ ଚଳଚ୍ଚିତ୍ରକୁ ନେଇ ପରିବେଶ ଅତ୍ୟନ୍ତ ନିରାଶା ଜନକ ହୋଇଯାଇଥିଲା, କିନ୍ତୁ ଏହା ସତ୍ତ୍ବେ PS 2 ର ସଂଗ୍ରହ ପ୍ରଥମ ଚଳଚ୍ଚିତ୍ର ଭଳି ଭଲ ଚାଲିଛି।

ଆମେରିକାରେ ଚୋଳ ସାମ୍ରାଜ୍ୟର ମ୍ୟାଜିକ୍

ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଏକ ଟୁଇଟରେ କହିଛନ୍ତି ଯେ 'ପୋନିୟିନ ସେଲଭାନ ୨' କେବଳ ଶନିବାର ଦିନ ଉତ୍ତର ଆମେରିକାରେ ୧ ମିଲିୟନ ଡଲାରରୁ ଅଧିକ ସଂଗ୍ରହ କରିଛି। ଶୁକ୍ରବାର ଏବଂ ଏହା ପୂର୍ବରୁ ପ୍ରିମିୟର୍ ସୋ ଅନ୍ତର୍ଭୁକ୍ତ କରି ଏହି ବଜାରରେ ଚଳଚ୍ଚିତ୍ରର ମୋଟ ସଂଗ୍ରହ ୨.୮ ମିଲିୟନ୍ ଡଲାରରେ ପହଞ୍ଚିଛି ଅର୍ଥାତ୍ ପ୍ରାୟ ୨୩ କୋଟି ଟଙ୍କା । ଦୁଇ ଦିନ ମଧ୍ୟରେ ଏହା ଆମେରିକାର ଦ୍ୱିତୀୟ ବୃହତ୍ତମ ଭାରତୀୟ ଚଳଚ୍ଚିତ୍ରରେ ପରିଣତ ହୋଇଛି । ଶାହାରୁଖ ଖାନଙ୍କ 'ପଠାନ' ଏକ ନମ୍ବରରେ ରହିଛି। ପ୍ରଥମ ସପ୍ତାହରେ PS 2 ଉତ୍ତର ଆମେରିକାରେ ୪ ମିଲିୟନ ଡଲାରରୁ ଅଧିକ ସଂଗ୍ରହ କରିବ ବୋଲି ଆଶା କରାଯାଉଛି ।

'ପୋନିୟିନ୍ ସେଲଭାନ୍' 'ର ରୋଜଗାର ଓପନିଂରୁ ଧୀର ହୋଇପାରେ, କିନ୍ତୁ ଏହି ରୋଜଗାର ଧୀରେ ଧୀରେ ଦମଦାର ହେଉଛି । ଗୋଟେପଟେ PS 2 କୁ ମଣି ରତ୍ନମଙ୍କ ସର୍ବୋତ୍ତମ କାର୍ଯ୍ୟ କୁହାଯାଉଥିବାବେଳେ ଅନ୍ୟପଟେ ଐଶ୍ୱର୍ଯ୍ୟାଙ୍କ ଅଭିନୟ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରେ ଗଣାଯାଉଛି ।

ଏହି ଖବର ପଢ଼ନ୍ତୁ-  ବୃଦ୍ଧ ବୟସରେ ବି ଯୁବା ଦେଖାଯିବାକୁ ଚାହୁଁଛନ୍ତି କି? ମୁହଁରେ ଲଗାନ୍ତୁ ଏହି ଆଣ୍ଟି ଏଜିଂ ମାସ୍କ୍
Published by:Soubhagya Mishra
First published: