News18 Odia Digital
ଆଜି ଅପରାହ୍ନରେ ବାବୁସାନ ଥାନାରେ ହାଜର ନେଇ ସୂଚନା ରହିଛି। ଗତକାଲି ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ପହଞ୍ଚିଥିଲେ। ଘରକୁ ଆସିବା ପରେ ପୋଲିସଙ୍କ ନିକଟରେ ନିଜ ବୟାନ ରଖିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବାବୁସାନ ପୋଲିସ ଥାନା ଯାଇ ନଥିଲେ କିମ୍ବା ପୋଲିସ ମଧ୍ୟ ତାଙ୍କ ଘରକୁ ଆସିନଥିଲେ।
ବର୍ତ୍ତମାନ ଘରେ ନୁହେଁ ଥାନାରେ ବାବୁସାନ ମହାନ୍ତିଙ୍କ ବୟାନ ରେକର୍ଡ଼ ହେବ। ଜେରା ସମୟରେ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ। ବାବୁସାନ ଓ ପ୍ରକୃତି ଭିତରେ ଏପରି କଣ ଘଟିଛି ଯାହାକୁ ନେଇ ତୃପ୍ତି ଏପରି ବ୍ୟବହାର କରିଥିଲେ। ତାକୁ ନେଇ ପଚରାଉଚରା କରିବ ପୋଲିସ। ଆହୁରି ମଧ୍ୟ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ବାବୁସାନଙ୍କୁ ଜେରା ହୋଇପାରେ ବୋଲି ଖବର ପ୍ରକାଶ ପାଇଛି।
ଅନ୍ୟପଟେ ପ୍ରକୃତି ଓ ତୃପ୍ତିଙ୍କ ବୟାନକୁ ଭିତ୍ତି କରି ପୋଲିସ ବାବୁସାନଙ୍କୁ ପଚାର ଉଚରା କରିବ। ପ୍ରକୃତି ମିଶ୍ର ଭୁବନେଶ୍ବର ଫେରିବା ଦିନ ହିଁ ପୋଲିସ ତାଙ୍କ ଘରକୁ ଯାଇ ଘଣ୍ଟାଏ କାଳ ଜେରା କରିଥିଲା ଓ ପରେ ସିଆର୍ପିସି ୪୧ରେ ନୋଟିସ ଦେଇ ଛାଡ଼ିଥିଲା। ପୂର୍ବରୁ ଏହି ମାମଲାରେ ଆଠ ଜଣଙ୍କର ବୟାନ ରେକର୍ଡ଼ କରିସାରିଛି ପୋଲିସ ।
ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିନେତା ବାବୁସାନ ମହାନ୍ତି। ବାବୁସାନ ବୁଧବାର ଦିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ବାବୁସାନ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ମାମଲା ଗିରଫଦାରୀର ସମ୍ଭାବନା ରହିଛି। ତାଙ୍କ ସ୍ବାମୀଙ୍କ ଦ୍ବାରା ତୃପ୍ତି ନିର୍ଯ୍ୟାତିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ବାବୁସାନ ତାଙ୍କୁ ଧମକ ଚମକ ଦେଉଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଫଳସ୍ବରୂପ ପୋଲିସ ବାବୁସାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498 (A) ଘରୋଇ ହିଂସା ଓ 506 (ଧମକ ଦେବା)ରେ ଏକ ମାମଲା ରୁଜୁ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।