ଆଜି ବାବୁସାନଙ୍କୁ ଜେରା କରିବ ପୋଲିସ; ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ

ଗୁରୁବାର ଦିନ ଖାରବେଳନଗର ଥାନା ପୋଲିସ ବାବୁସାନଙ୍କୁ ଜେରା କରିବ ବୋଲି ଖବର ମିଳିଛି। ଏହା ପୂର୍ବରୁ ସେ ବୁଧବାର ଦିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

ବାବୁସାନ

ବାବୁସାନ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ବାବୁସାନ ଭୁବନେଶ୍ବର ଫେରିବା ପରେ ପୋଲିସ ତାଙ୍କୁ ଜେରା କରିବା ବୋଲି ଅନୁମାନ କରାଯାଉଥିଲା। ମାତ୍ର ବାବୁସାନ୍‌ ଥାନାକୁ ଆସିନଥିଲେ କି ପୋଲିସ ତାଙ୍କ ଘରକୁ ଯାଇ ଜେରା କରିନଥିଲା। ଗୁରୁବାର ଦିନ ଖାରବେଳନଗର ଥାନା ପୋଲିସ ତାଙ୍କୁ ଜେରା କରିବ ବୋଲି ଖବର ମିଳିଛି। ପ୍ରକୃତି ମିଶ୍ର ଭୁବନେଶ୍ବର ଫେରିବା ଦିନ ହିଁ ପୋଲିସ ତାଙ୍କ ଘରକୁ ଯାଇ ଘଣ୍ଟାଏ କାଳ ଜେରା କରିଥିଲା ଓ ପରେ ସିଆର୍‌ପିସି ୪୧ରେ ନୋଟିସ ଦେଇ ଛାଡ଼ିଥିଲା।

ଅନ୍ୟପଟେ ବାବୁସାନ ସିଧା ବିମାନବନ୍ଦରରୁ ଘରକୁ ଆସି ମା ଅପରାଜିତାଙ୍କୁ ଭେଟିଥିଲେ। ଏହା ପରେ ଖୁବ ଶୀଘ୍ର ଆପୋଷ ବୁଝାବଣା ପରେ ଏହି ଘଟଣାର ଅନ୍ତ ଘଟିବ । ପତ୍ନୀ ତୃପ୍ତି ଶତପଥୀ ଓ ତାଙ୍କ ପିଲାଙ୍କ ସହିତ କଥା ହେଇଛନ୍ତି ବାବୁସାନ । ଏବେ ମାନସିକ ଅଵସ୍ଥା ସ୍ଥିର ରହିଛି । ତାଙ୍କ ବାପାଙ୍କ  ଅସୁସ୍ଥତାକୁ ନେଇକି ସେ ସାମାନ୍ୟ ଚିନ୍ତିତ ଅଛନ୍ତି । ଆସନ୍ତା ଦିନେ ୨ ଦିନ ଭିତରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବେ ବାବୁସାନ ବୋଲି ପ୍ରତିକ୍ରିୟା ରଖିଥିଲେ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ।

ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିନେତା ବାବୁସାନ ମହାନ୍ତି। ବାବୁସାନ ବୁଧବାର ଦିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ବାବୁସାନ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ମାମଲା ଗିରଫଦାରୀର ସମ୍ଭାବନା ରହିଛି। ତାଙ୍କ ସ୍ବାମୀଙ୍କ ଦ୍ବାରା ତୃପ୍ତି ନିର୍ଯ୍ୟାତିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ବାବୁସାନ ତାଙ୍କୁ ଧମକ ଚମକ ଦେଉଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଫଳସ୍ବରୂପ ପୋଲିସ ବାବୁସାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498 (A) ଘରୋଇ ହିଂସା ଓ 506 (ଧମକ ଦେବା)ରେ ଏକ ମାମଲା ରୁଜୁ କରିଛି ।
Published by:Soumya Das
First published: