ଖୋଲିଲା ରାଇମୋହଙ୍କ ମୃତ୍ୟୁ ରହସ୍ୟ; ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଲା କାରଣ

ଏବେ ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସ ହାତରେ ଲାଗିଛି। କିପରି ଓ କେବେ ରାଇମୋହନଙ୍କର ମୃତ୍ୟୁ ଘଟିଛି ଏହାର ସ୍ପଷ୍ଟ ସୂଚନା ଦେଇଛି କ୍ୟାପିଟାଲ ହସ୍ପିଟାଲ ।

ରାଇମୋହନ (ପ୍ରତୀକାତ୍ମକ ଛବି)

ରାଇମୋହନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଖୋଲିବ ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ । ଏବେ ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସ ହାତରେ ଲାଗିଛି। କିପରି ଓ କେବେ ରାଇମୋହନଙ୍କର ମୃତ୍ୟୁ ଘଟିଛି ଏହାର ସ୍ପଷ୍ଟ ସୂଚନା ଦେଇଛି କ୍ୟାପିଟାଲ ହସ୍ପିଟାଲ ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ ହୋଇଯିବାରୁ ଅଭିନେତା ରାଇମୋହନଙ୍କର ମୃତ୍ୟୁ ହୋଇଛି । ଏ ନେଇ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ତରଫରୁ କମିଶନରେଟ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ରାଇମୋହନଙ୍କ ଶ୍ୱାସରୁଦ୍ଧ ହେବା ସହ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ରାଇମୋହନଙ୍କ ଶରୀରରେ ଦେଖାଯାଇଥିବା କିଛି କ୍ଷତଚିହ୍ନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏହି ଦ୍ପନ୍ଦ୍ୱକୁ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ମୃତ୍ୟୁ ପୂର୍ବର ହ୍ୟାଙ୍ଗିଙ୍ଗ ଯୋଗୁଁ ହୋଇଯିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ।
Published by:Soumya Das
First published: