କାହିଁକି ଚୁପ ଅଛନ୍ତି ରାଇମୋହନଙ୍କ ପରିବାର; ପ୍ରାଚୀ ବିହାର ଯାଇ କାରଣ ଖୋଜୁଛି ପୋଲିସ

ଆର୍ଥିକ ସମସ୍ୟା ନୁହେଁ ବରଂ ନିଜ ପରିବାର ଭିତରେ ଅସନ୍ତୋଷ ହିଁ ରାଇମୋହନ ପରିଡା଼ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଛି ବୋଲି କହିଛନ୍ତି ବରିଷ୍ଠ ସିନେ ସମୀକ୍ଷକ । ପରିବାର ଲୋକଙ୍କ ନୀରବତା ଏହା ଉପରେ ମୋହର ମାରୁଛି ବୋଲି ଚର୍ଚ୍ଚା ହେଉଛି ।

ରାଇମୋହନଙ୍କ ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ (ପ୍ରତୀକାତ୍ମକ ଛବି)

ରାଇମୋହନଙ୍କ ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ଵର: ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା ତଦନ୍ତ ପାଇଁ ପ୍ରାଚୀବିହାର ଘରେ ପହଞ୍ଚିଛି କମିଶନରେଟ ପୋଲିସର ମହିଳା ପୋଲିସ ଟିମ। ପତ୍ନୀ, ଦୁଇ ଝିଅ, ଜ୍ୱାଇଁ, ପୁତୁରାଙ୍କୁ କରିଛି ପଚରାଉଚରା। ସେପଟେ ଆର୍ଥିକ ସମସ୍ୟା ନୁହେଁ ବରଂ ନିଜ ପରିବାର ଭିତରେ ଅସନ୍ତୋଷ ହିଁ ରାଇମୋହନ ପରିଡାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଛି ବୋଲି କହିଛନ୍ତି ବରିଷ୍ଠ ସିନେ ସମୀକ୍ଷକ ଦିଲୀପ ହାଲି।

ପରିବାର ଲୋକଙ୍କ ନିରବତା ହିଁ ସୂଚାଉଛି କି ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପଛରେ ପାରିବାରିକ କଳହ ହିଁ ଦାୟୀ। ଯଦି କେହି ଶତ୍ରୁ ଥିଲେ, ଋଣ ଭାର ଥିଲା, ଆର୍ଥିକ ସଙ୍କଟ ଭିତରେ ପ୍ରଫେସନାଲ ଚାପ୍ ଥିଲା ତେବେ ନିହାତି ପରିବାର ଲୋକ ଗଣମାଧ୍ୟମରେ ମୁହିଁ ଖୋଲି ଥାନ୍ତେ। ରାଇମୋହନ ଶାରୀରିକ ଭାବରେ କୌଣସି ମତେ ଅସୁସ୍ଥ ନଥିଲେ। ସିନେମା ସହିତ , ନାଟକ ଓ ଯାତ୍ରା ଜଗତରେ ସେ କାମ କରି ଆସୁଛନ୍ତି। ଯାତ୍ରା ପାଟିରୁ ସେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିଥିଲେ। ବାକି ଅନ୍ୟ ରଙ୍ଗ ମଞ୍ଚ ସହିତ ସିରିଏଲ୍ ସହିତ ଅନ୍ୟ ଷ୍ଟେଜ୍ ସୋ ରୁ ମଧ୍ୟ ସେ କିଛି ଅର୍ଥ ରୋଜଗାର କରନ୍ତି। ଏଭଳି ବ୍ୟକ୍ତିଙ୍କ ମନରେ ସେତିକି କଷ୍ଟ ନଥିଲେ ସେ କେବେ ବି ଆତ୍ମହତ୍ୟା କରି ପାରିବେ ନାହିଁ ବୋଲି କହିଛନ୍ତି ସିନେ ସମୀକ୍ଷକ।

ସମସ୍ତେ ଝୁରୁଛନ୍ତି ରାଇ ଭାଇଙ୍କୁ। ଦାବି ବି କରିଛନ୍ତି ଉପଯୁକ୍ତ ତଦନ୍ତ। ଅପମୃତ୍ୟୁ ମାମଲା ରୁଜୁ କରି ରାଇଙ୍କ ଘରେ ପହଞ୍ଚିଛି ପୋଲିସ। ମୃତ୍ୟୁ ଉପରୁ କିଭଳି ପରଦା ହଟାଉଛି ପୋଲିସ ଅପେକ୍ଷା ରହିଛି ।
Published by:Soumya Das
First published: