News18 Odia Digital
Besharam Rang Dance: ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ' ରିଲିଜ ହେବା ପୂର୍ବରୁ ନିଜର ଆଇଟମ ସଙ୍ଗକୁ ନେଇ ବେଶ୍ ଚର୍ଚ୍ଚାରେ। ଏହି ଫିଲ୍ମର 'ବେସରମ ରଙ୍ଗ' ସମସ୍ତଙ୍କୁ ଦିୱାନା କରିଛି। କିଛି ଦର୍ଶକଙ୍କୁ ଏହି ଗୀତ ବେଶ୍ ପସନ୍ଦ ଆସିଥିବାବେଳେ ଗୀତକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି।
ସେପଟେ ସୋସିଆଲ ମିଡ଼ିଆ ୟୁଜର୍ସ ନିଜ ନିଜ ଶୈଳୀରେ ଏହି ଗୀତରେ ଡ୍ୟାନ୍ସର ରିକ୍ରିଏସନ କରି ପୋଷ୍ଟ କରିବାରେ ଲାଗିଛନ୍ତି। ଯାହା ବର୍ତ୍ତମାନ ଏହି ଡ୍ୟାନ ଭିଡିଓ ଗୁଡ଼ିକ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ମଧ୍ୟ କରୁଛି।
ଏହି ସମୟରେ ସୋସିଆଲ ମିଡ଼ିଆ ଜଣେ ଯୁବତୀ 'ବେସରମ ରଙ୍ଗ' ଗୀତରେ ନାଚିଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି। ଏହି ଇନଫ୍ଲୁଏନ୍ସରଙ୍କ ନାମ ହେଉଛି ତାନବୀ ଗୀତା ରବିଶଙ୍କର ଏବଂ ସେ ଜଣେ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟ।
ଭିଡିଓ ସେୟାର କରି ତନବୀ ଏମିତି କହିଛନ୍ତିତାନବୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୧ ଲକ୍ଷ ୩୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ଏଠାରେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର୍ କରନ୍ତି। ତନବୀ ପ୍ଲସ୍ ସାଇଜ୍ ମହିଳାମାନଙ୍କୁ ମଧ୍ୟ ଫ୍ୟାସନ୍ ଟିପ୍ସ ଦିଅନ୍ତି।
ନିକଟରେ ସେ ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ ‘ବେସରମ ରଙ୍ଗ’ ଗୀତକୁ ରିଏକ୍ରିଏଟ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ଭିଡିଓ ସେୟାର କରି ତାନବୀ ଲେଖିଛନ୍ତି, ‘‘ଯାହା ତୁମେ ଭଲ ପାଉଛ ତାହା କର, ଲଜ୍ୟା କରନାହିଁ। ଯଦି ତୁମେ ଯାହା ଭଲ ପାଉଛ ତାହା ପିନ୍ଧିବା ଏବଂ ତୁମେ ଚାହୁଁଥିବା ଜୀବନ ବଞ୍ଚିବା ତୁମକୁ କାହାର ଆଖିରେ ଲଜ୍ଜାଜନକ କରେ, ତେବେ ତାହା ସମ୍ପୂର୍ଣ୍ଣ ଭଲ। ଆମେ ୨୦୨୩ ରେ ପ୍ରବେଶ କରୁଛୁ ଏବଂ ବିଶ୍ବ ଆମଠାରୁ ଅଧିକ ମିଳିବ ନାହିଁ।’’
ତାନବୀ ବାଇଗଣୀ ବିକିନିରେ ନିଜ ଜଲୱା ଦେଇଥିଲେଭିଡିଓରେ ତାନବୀ ଏକ ବାଇଗଣୀ ବିକିନିରେ ଦେଖିବାକୁ ମିଳିଥିଲା। ସେ ସମୁଦ୍ର କୂଳରେ ବୁଲୁଥିବା ସମୟରେ 'ବେସରମ ରଙ୍ଗ' ଗୀତର ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ୭୮ ହଜାରରୁ ଅଧିକ ଲାଇକ୍ ମିଳିଛି। ଏଥିରେ ଶହ ଶହ ଲୋକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନେକ ଲୋକ ତନବୀଙ୍କ ଡ୍ୟାନ୍ସକୁ ପସନ୍ଦ କରନ୍ତି ଏବଂ ତାଙ୍କ ଆତ୍ମବିଶ୍ୱାସକୁ ପ୍ରଶଂସା କରିଛନ୍ତି।
ଏହାପୂର୍ବରୁ ସେ 'ମେରା ଦିଲ ୟେ ପୁକାରେ' ଗୀତରେ ଡ୍ୟାନ୍ସ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଉପଭୋକ୍ତା ତାଙ୍କ ଭିଡିଓ ଉପରେ ଜଣେ ୟୁଜର କମେଣ୍ଟ ଦେଇ କହିଥିଲେ, ‘‘ମୁଁ ଚାହେଁ ତୁମ ଭଳି ଆତ୍ମବିଶ୍ୱାସ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘‘ସୁପର ହଟ୍'।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।