News18 Odia Digital
Pintu Nanda Health: ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିବା ଓଲିଉଡ ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦ(Pintu Nanda)ଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ (Hyderabad) ପଠାଯାଇଛି। ପୂର୍ବରୁ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀକୁ ପଠାଯାଇଥିଲା ।
ଅଧିକ ତଥା ସଫଳ ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ନିଆଯାଇଛି। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁଙ୍କ ଚିକିତ୍ସା କରାଯିବ। ଗତ ଫେବୃଆରୀ ୭ ତାରିଖରେ ଭୁବନେଶ୍ଵର କିମ୍ସରୁ ଯାଇଥିଲେ ଦିଲ୍ଲୀର ilbs ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଲିଭର ନ ମିଳିବା ଓ ଡୋନର ମିସ ମ୍ୟାଚ ଯୋଗୁଁ ତାଙ୍କୁ ପୁଣି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବାକୁ ପଡ଼ିଛି।
ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ବି ଚାଲିଥିଲା । ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲ ନିଆଯାଇଥିଲା। ଯକୃତ ପ୍ରତ୍ୟାରୋପଣ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡ଼ାକ୍ତର କହିଥିଲେ।
PINTU NANDA: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନଅନ୍ଯପଟେ ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପୁରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି। ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁ ଟଙ୍କାର ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ସମେତ ଓଲିଉଡ ଓ ସାଙ୍ଗସାଥୀ ବି ଆଗେଇ ଆସିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।