Pintu Nanda Health: ପିଣ୍ଟୁଙ୍କୁ ମିଳିଲେ ଲିଭର ଡୋନର; ଜାଣନ୍ତୁ କିଏ ଦେବ ଲିଭର

Pintu Nanda Health: ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯକୁ ନେଇ ଆସିଲା ବଡ ଖବର । ଅଭିନେତାଙ୍କୁ ଲିଭର ଦେବେ ଏହି ବ୍ଯକ୍ତି ।

ପିଣ୍ଟୁ ନନ୍ଦଙ୍କୁ ସ୍ୱାସ୍ଥ୍ୟବସ୍ଥା

ପିଣ୍ଟୁ ନନ୍ଦଙ୍କୁ ସ୍ୱାସ୍ଥ୍ୟବସ୍ଥା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pintu Nanda Health Condition: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପଡ଼େଟ। ପିଣ୍ଟୁ ନନ୍ଦ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏନେଇ ଅଭିନେତା ବବି ମିଶ୍ର ସୂଚନା ଦେଇଛନ୍ତି।

ଲିଭର ସିରୋସିସ ରୋଗରେ ପୀଡିତ ହୋଇ ପିଣ୍ଟୁ ନନ୍ଦ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ ତଳେ ଅପରେସନ ପାଇଁ ପିଣ୍ଟୁ ଦିଲ୍ଲୀ ଯାଇଛନ୍ତି। ସେଠାକୁ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ତାଙ୍କ ଦେହ ଧୀରେ ଧୀରେ ଭଲ ହେଉଛି। ପେଟରୁ ପାଣି ବାହାର କରାଯାଉଛି। ପିଣ୍ଟୁ ନନ୍ଦ ସାମାନ୍ୟ ନର୍ଭସ ଥିବା ନେଇ କହିଛନ୍ତି ବବି ମିଶ୍ର। ସବୁଠୁ ବଡ଼ କଥା ପିଣ୍ଟୁଙ୍କୁ ଲିଭର ଦେବା ପାଇଁ ଡୋନର ମଧ୍ୟ ମିଳିଯାଇଛନ୍ତି । ଅବଶ୍ଯ କିଏ ତାଙ୍କୁ ଲିଭର ଦେବେ ସେ ନେଇ କିଛି କହିନାହାଁନ୍ତି ବବି ମିଶ୍ର।

ଅଭିନେତା ବଡ଼ ଅଭିଯୋଗ; ନାଁ ନେବା ଆଳରେ ପିଣ୍ଟୁ ନନ୍ଦଙ୍କୁ ମିଛରେ ଦେଉଛନ୍ତି ଚେକ୍

ଅନ୍ୟପଟେ ପିଣ୍ଟୁଙ୍କୁ ଆର୍ଥିକ ସାହାଯ୍ଯ କରିବା ନେଇ ମୁହଁ ଖୋଲିଛନ୍ତି ଅଭିନେତା ବବି ମିଶ୍ର । ବବି କହିଛନ୍ତି, ସେ ପିଣ୍ଟୁଙ୍କୁ କେତେ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ସେକଥା କେବଳ ପିଣ୍ଟୁ ଓ ତାଙ୍କ ସାନ ଭାଇ ଅଭିରାମ ଜାଣିଛନ୍ତି । କିଛି ଦିନ ପୂର୍ବରୁ, ପିଣ୍ଟୁ ନନ୍ଦଙ୍କୁ ଲୋକ ଦେଖାଣିଆ ସାହାଯ୍ଯ କରିବା ଓ  ଜଣେ ପ୍ରଯୋଜକଙ୍କ ଉପରେ ଅଭିଯୋଗ ଆଣିଥିଲେ ଅଭିନେତା ବବି ମିଶ୍ର ।
Published by:Soumya Das
First published: