News18 Odia Digital
Pintu Nanda Health Condition: ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ (Pintu Nanda Health Update)। ପିଣ୍ଚଟୁଙ୍କ ଅପରେସନ (Pintu Operation) ପାଇଁ ଅର୍ଥର ଆବଶ୍ଯକତା ଥିବାରୁ ପ୍ରାୟ ସାଥୀ କଳାକାର ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । କିନ୍ତୁ ଭିକ୍ଷା କିମ୍ୱା ଅନ୍ଯ ଉପାୟରେ ସହାୟତା ମାଗିବା ପ୍ରସଙ୍ଗକୁ ନେଇ ମର୍ମାହତ ହୋଇଛନ୍ତି ନିଜେ ପିଣ୍ଟୁ ନନ୍ଦ ।
ଏକ ଘରୋଇ ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ ପିଣ୍ଟୁ କହିଛନ୍ତି, ଏଭଳ ଜୀବନ ଜିଇଁବା ଅପେକ୍ଷା ମରିଯିବା ଭଲ । ମୋ ପାଇଁ କିଏ ଭିକ୍ଷା ମାଗୁଛି ତ, କିଏ ଅନ୍ୟ ଉପାୟରେ ଅର୍ଥ ଯୋଗାଡ଼ କରୁଛି । ମୋତେ ନେଇ ରାଜନୀତି ବି ହେଉଛି । ମୋତେ ସେଭଳି ଜୀବନ ଦରକାର ନାହିଁ । ମୋ ନାଁରେ ଯେଉଁଭଳି ଭାବେ ଅପପ୍ରଚାର କରାଯାଉଛି ସେ ଦୃଶ୍ଯ ଆଉ ମୋ ପାଇଁ ଦେଖିବା ସମ୍ଭବ ନୁହେଁ । ଏମିତି ଜୀବନ ଜିଇଁବା ଅପେକ୍ଷା ମରିଯିବା ଭଲ ।
PINTU NANDA HEALTH: ପିଣ୍ଟୁଙ୍କୁ ମିଳିଲେ ଲିଭର ଡୋନର; ଜାଣନ୍ତୁ କିଏ ଦେବ ଲିଭରଶବରାତ୍ରୀରେ କିଏ ଅମର ତ କିଏ ଭଲ ଜୀବନ ପାଇଁ ମହାଦେବଙ୍କୁ ଆଶୀର୍ବାଦ ମାଗୁଥିବା ବେଳେ ପିଣ୍ଟୁ ନନ୍ଦ ନିଜର ମୃତ୍ଯୁ ଭିକ୍ଷା କରୁଛନ୍ତି । ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ଯବସ୍ଥା ସୋସିଆଲ ମିଡିଆରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି । କେହି କେହି ପବ୍ଲିସିଟି ପାଇଁ ପିଣ୍ଟୁ ନନ୍ଦଙ୍କୁ ଲୋକଦେଖାଣିଆ ସାହାଯ୍ଯ କରୁଛନ୍ତି । ଜଣେ ସ୍ୱାଭୀମାନ ମଣିଷ ହିସାବରେ ପିଣ୍ଟୁ ନନ୍ଦଙ୍କ ୁପାଇଁ ଏହି କଥା ଗ୍ରହଣ କରିବା କଷ୍ଟସାଧ୍ଯ ହୋଇପଡୁଛି । କହିବାକୁ ଗଲେ ଏପରି ପରିସ୍ଥିତିରେ ବି କାହାର ଦୟାର ପାତ୍ର ହେବାକୁ ପସନ୍ଦ କରୁନାହାଁନ୍ତି ଅଭିନେତା । ଏହା ବଦଳରେ ଲୋକମାନଙ୍କ ସ୍ୱଇଚ୍ଛା ସାହାଯ୍ଯକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ପିଣ୍ଟୁ ନନ୍ଦ । ତାଙ୍କ ନାଁ ନେଇ ଭିକ ମାଗିବା ବନ୍ଦ କରନ୍ତୁ ବୋଲି ଅପିଲ କରିଛନ୍ତି । ଭିକ ବଦଳରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ଅଭିନେତା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।