News18 Odia Digital
Pintu Nanda Health Condition: ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିବା ଓଲିଉଡ ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଉଛି।
ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ବି ଚାଲିଥିଲା । ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲ ନିଆଯିବ। ଯକୃତ ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଏଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।
ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛି ପୁରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି। ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁ ଟଙ୍କାର ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ସମେତ ଓଲିଉଡ ଓ ସାଙ୍ଗସାଥୀ ବି ଆଗେଇ ଆସିଛନ୍ତି।
ସେପଟେ ଆଜି ସକାଳୁ ଭୁବନେଶ୍ବର ଏୟାରପୋର୍ଟରେ ପିଣ୍ଟୁଙ୍କ ପାଇଁ ସେଲିବ୍ରିଟିଙ୍କ ଭିଡ଼ ଲାଗିଛି। ସମସ୍ତେ ନିଜ ନିଜ କର୍ତ୍ତବ୍ୟ ହିସାବରେ ତାଙ୍କୁ ଟଙ୍କା ଦେଇ ସହଯୋଗର ହାତ ବଢ଼ାଉଛନ୍ତି। ବର୍ତ୍ତମାନ ପିଣ୍ଟୁ ଫ୍ଲାଇଟରେ ବସିସାରିଲେଣି। ସେହିପରି ଭାବବିହ୍ବଳ ହୋଇପଡ଼ିଛନ୍ତି ଏୟାରପୋର୍ଟକୁ ଭେଟିବାକୁ ଯାଉଥିବା ସାଥୀ କଳାକାରମାନେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।