Pintu nanda death: କାନ୍ଦିଲେ ନିଶା.. ମୋ ଇଚ୍ଛା.. ଇଚ୍ଛାରେ ରହିଗଲା

ନିଜେ ସାହାଯ୍ୟ କରିବା ସହ ଦର୍ଶକଙ୍କ ସାମ୍ନାରେ ହାତ ଯୋଡି ପିଣ୍ଟୁଙ୍କ ପାଇଁ ସାହାଯ୍ୟ ମାଗିଥିଲେ ନିଶା । ପିଣ୍ଟୁଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆରେ ଏମିତି ଲେଖିଲେ ନିଶା ।

Pintu nanda death: କାନ୍ଦିଲେ ନିଶା.. ମୋ ଇଚ୍ଛା.. ଇଚ୍ଛାରେ ରହିଗଲା

Pintu nanda death: କାନ୍ଦିଲେ ନିଶା.. ମୋ ଇଚ୍ଛା.. ଇଚ୍ଛାରେ ରହିଗଲା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ (Ollywood actor pintu nanda death) ଖବର ଆସିବା ପରେ ସମଗ୍ର ଓଲିଉଡ ସମେତ ଦର୍ଶକଙ୍କ ମହଲରେ ଶୋକର କଳାବାଦଲ ଛାଇଯାଇଛି । ଓଲିଉଡ ତଥା ଗ୍ଲାମର ଇଣ୍ଡଷ୍ଟ୍ରୀର (glamour industry) କଳାକାର ମାନେ ପିଣ୍ଟୁଙ୍କ ସହ ବିତାଇଥିବା ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ (social media) ଅପଲୋଡ କରି ନିଜର ସ୍ମୃତିକୁ ମନେ ପକାଉଛନ୍ତି । ଅଭିନେତ୍ରୀ ନିଶା ମହାରଣା (nisha maharana) ମଧ୍ୟ ପିଣ୍ଟୁଙ୍କ ଦେହାନ୍ତ ଖବର ପାଇବା ପରେ ଭାଙ୍ଗି ପଡିଛନ୍ତି ।

ଗତକାଲି ନିଶା ଏକ କାର୍ଯ୍ୟକ୍ରମରେ ଥିବାବେଳେ ପିଣ୍ଟୁଙ୍କ ଦେହାନ୍ତର ଖବର ପାଇଥିଲେ । ଖବର ପାଇବା ପରେ ମନ ଦୁଃଖ ହୋଇଥିଲେ ମଧ୍ୟ ତାହାକୁ ଚାପିରଖି ଦର୍ଶକଙ୍କ ପାଇଁ ମନୋରଞ୍ଜନର ଖୋରାକ ଦେଇଥିଲେ । ପରେ କାର୍ଯ୍ୟକ୍ରମ ସରିବା ପରେ ସୋସିଆଲ୍ ମିଡିଆରେ କାନ୍ଦିବାର ଇମୋଜି ଦେବା ସହ ଲେଖିଥିଲେ ଯେ, RIP ପିଣ୍ଟୁ ଭାଇ .. ତମକୁ ଖୁବ୍ ମିସ୍ କରୁଛି । ନିକଟରେ ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତାର ଖବର ପାଇବା ପରେ ନିଶା ପିଣ୍ଟୁଙ୍କୁ ଦେଖା କରିବା ସହ ସକ୍ଷମ ଅନୁସାରେ ଆର୍ଥିକ ସହଯୋଗର ହାତ ବଢାଇଥିଲେ । କେବଳ ନିଜେ ଆର୍ଥିକ ସହଯୋଗ (financial help) କରି ଚୁପ୍ ବସିଥିଲେ ତାହା ନୁହେଁ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ସୋସିଆଲ୍ ମିଡିଆ ସମେତ ଗଣମାଧ୍ୟମ ଓ ଯାତ୍ରା ମଞ୍ଚରେ ମଧ୍ୟ ହାତ ଯୋଡି ପିଣ୍ଟୁଙ୍କ ସାହାଯ୍ୟ ପାଇଁ ଦାନ କରିବାକୁ ନିଶା ଆଗେଇ ଆସିଥିଲେ । ଏଥିସହ ନିଶା ମହାରଣା ନ୍ୟୁଜ୍ ୧୮କୁ ପ୍ରତିକ୍ରିୟା ଦେଇ କହିଥିଲେ ପିଣ୍ଟୁ ଭାଈ ସୁସ୍ଥ ହୋଇ ଫେରିଲେ ମୁଁ ତାଙ୍କ ସହ ଅଭିନୟ କରିବି । କିନ୍ତୁ ବର୍ତ୍ତମାନ ନିଶାଙ୍କର ଇଚ୍ଛା ଅଧାରେ ରହିଗଲା ।

ଠିକ୍ ସେହିପରି ଅନ୍ୟତମ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ (rani piyadarshini) ମଧ୍ୟ ପିଣ୍ଟୁ ନନ୍ଦଙ୍କ ପାଇଁ ବିଭିନ୍ନ ସ୍ଥାନରୁ ଅର୍ଥ ସଂଗ୍ରହ କରିବାରେ ଲାଗିପଡିଥିଲେ । ଚିକିତ୍ସା ପାଇଁ ପିଣ୍ଟୁ ଯେତେବେଳେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ସେତେବେଳେ ରାଣୀ ଭୁବନେଶ୍ୱର ବିମାନ ବନ୍ଦରରେ (airport) ପିଣ୍ଟୁଙ୍କୁ କିଛି ଟଙ୍କା ଦେଇଥିଲେ । ବର୍ତ୍ତମାନ ପିଣ୍ଟୁଙ୍କ ଦେହାନ୍ତରେ ସେ ମଧ୍ୟ ଖୁବ୍ ଭାଙ୍ଗି ପଡିଛନ୍ତି । ରାଣୀଙ୍କ ପ୍ରତିକ୍ରିୟା ନେବାବେଳେ ରାଣୀ କାନ୍ଦି ପକେଇଥିବା ଦେଖିବାକୁ ମିଳିଥିଲା । ରାଣୀ କହିଛନ୍ତି ଯେ, ଭାଇ କହିଥିଲେ ସୁସ୍ଥ ହୋଇ ଖୁବ୍ ଶୀଘ୍ର ଫେରିବା ପାଇଁ କିନ୍ତୁ ଫେରିଲେନି । ସେ ମତେ ଠକିଦେଲେ ।

ଏହି ଖବର ପଢ଼ନ୍ତୁ - http://ଭୋ ଭୋ ହୋଇ କାନ୍ଦିଲେ ରାଣୀ , କହିଲେ; ନିଜ ରକ୍ତଠାରୁ ବି ପିଣ୍ଟୁ ଭାଇ ଅଧିକ ମୋ ପାଇଁ

ସୂଚନାଯୋଗ୍ୟ, ଏତେ କମ୍ ବୟସରେ (୪୫ ବର୍ଷ) ଅଭିନେତା ପିଣ୍ଟୁ ନନ୍ଦ ସମସ୍ତଙ୍କୁ ଛାଡ଼ି ଚାଲିଯିବା କଥା କେହି କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ। ଗତକାଲି ରାତି ପ୍ରାୟ ୧୧ଟା ୨୫ ସମୟରେ  ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ସମ୍ପର୍କରେ ଅଭିନେତା ଶ୍ରୀତମ ଦାସ ପ୍ରଥମେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଲିଭର୍ ସିରୋସିସ୍‌ରେ ଆକ୍ରାନ୍ତ ଥିବା କଥା ଜଣାପଡିବା ପରେ ପ୍ରଥମେ ଭୁବନେଶ୍ୱର ପରେ ଦିଲ୍ଲୀ ଓ ଶେଷରେ ହାଇଦ୍ରାବାଦରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଥିଲା । ପରିବାର ସଦସ୍ୟଙ୍କ ସହ ଗ୍ରୁପ୍ ମ୍ୟାଚ୍ ନକରିବାରୁ ଡୋନର ମିଳିବା ଅସୁବିଧା ଦେଖାଦେଇଥିଲା । ଯାହା ଫଳରେ ସଠିକ ସମୟରେ ଲିଭର୍ ଟ୍ରାନସପ୍ଲାଣ୍ଟ୍ ହୋଇପାରିନଥିଲା । ତେବେ ଆର୍ଥିକ ସହଯୋଗ କରିବା ପାଇଁ ଓଲିଉଡ ସମେତ ଅନେକ ପ୍ରଶଂସକ ମଧ୍ୟ ଆଗେଇ ଆସିଥିଲେ ।

https://www.youtube.com/watch?v=KIFsPrYK7FY&t=2s
Published by:Soubhagya Mishra
First published: