ଅପରେସନ ପାଇଁ କାଲି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ; ILVS ହସ୍ପିଟାଲରେ ହେବ ଅପରେସନ

ଅପରେସନ ପାଇଁ କାଲି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ । ତାଙ୍କ ଆଶୁ ଆରୋଗ୍ଯ ପାଇଁ ସମସ୍ତେ କରୁଛନ୍ତି ପ୍ରାର୍ଥନା ।

ପିଣ୍ଟୁ ନନ୍ଦ

ପିଣ୍ଟୁ ନନ୍ଦ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pintu Nanda Health Condition: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ । ଅପରେସନ ପାଇଁ ଆସନ୍ତା କାଲି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ।

ମଙ୍ଗଳବାର ସକାଳ ୯.୪୫ରେ ଭିସ୍ତରା ବିମାନ ଯୋଗେ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନିଆଯିବ। ଦିଲ୍ଲୀର ILVS ହସ୍ପିଟାଲରେ ତାଙ୍କର ଅପରେସନ କରାଯିବ। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା କହିଛନ୍ତି ଅଭିନେତା ଶ୍ରୀତମ ଦାସ। ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ସବୁ ଦିଗରୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରାଯାଉଛି ।

ପିଣ୍ଟୁଙ୍କ ନିକଟରେ ପହଞ୍ଚିଲେ ଆକାଶ ଦାସନାୟକ; ଜାଣନ୍ତୁ କଣ କହିଲେ ଆକାଶ

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ (Pintu nanda) ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଆଜି ତାଙ୍କୁ ଅଭିନେତା ଆକାଶ ଦାସନାୟକ (Akash dashnayak) ଭେଟିଥିଲେ। ଭେଟିବା ସହ ଆକାଶ କହିଥିଲେ ଯେ, ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ଖବର ଅତ୍ୟନ୍ତ ଦୁଃଖଦାୟକ ।

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଖବର ପାଇବା ପରେ ଅଭିନେତ୍ରୀ ନିଶା ମହାରଣା ପିଣ୍ଟୁଙ୍କୁ ଭେଟିବା ସହ ସହଯୋଗର ହାତ ବଢାଇଥିଲେ। ପିଣ୍ଟୁ ଚିକିତ୍ସିତ ହେଉଥିବା ଘରୋଇ ଡାକ୍ତରଖାନାରେ ନିଶା ପହଞ୍ଚିବା ସହ ସକ୍ଷମ ଅନୁସାରେ ଆର୍ଥିକ ସହଯୋଗର ହାତ ବଢାଇଥିଲେ।

ନିଜ ସ୍ୱାସ୍ଥ୍ଯବସ୍ଥାକୁ ନେଇ ମୁହଁ ଖୋଲିଲେ ଅଭିନେତା ପିଣ୍ଟୁ ନନ୍ଦ; କହିଲେ ରାତି ୨ରୁ...

ଅଭିନେତ୍ରୀ ପୁଷ୍ପା ପଣ୍ଡା ମଧ୍ୟ ପିଣ୍ଟୁଙ୍କୁ ହସ୍ପିଟାଲରେ ଦେଖା କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ସୁଟିଂ ସେଟରେ ପିଣ୍ଟୁ ଖୁବ ମଜା ମସ୍ତି କରିଥାଏ । ଯାହା ଦ୍ୱାରା ସୁଟିଂ ସମୟରେ ବୋର ହେବାକୁ ପଡେନି । ସେ ଖୁବ ଦୁର୍ବଳ ହୋଇପଡିଛି । ତା ସ୍ୱାସ୍ଥ୍ୟ ଖରାପ ଦେଖି ଆଦୌ ଭଲ ଲାଗୁନାହିଁ । ଭଗବାନ ତାକୁ ଶୀଗ୍ର ଭଲ କରିଦିଅନ୍ତୁ ।
Published by:Soumya Das
First published: