- News18 Odia
- Last Updated :
- New Delhi, India
News 18 Odia Digital
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାରେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଅବତାର ୨' ଦେଖିବାବେଳେ ଜଣେ ବ୍ୟକ୍ତି ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପେଡାପୁରମ ସହରରୁ ଜଣାପଡିଛି।
ମୃତକଙ୍କ ନାମ ଲକ୍ଷ୍ମୀରେଡ୍ଡି ଶ୍ରୀନୁ ବୋଲି ଜଣାପଡିଛି। ଶ୍ରୀନୁ ତାଙ୍କ ଭାଇ ରାଜୁଙ୍କ ସହ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଅବତାର ୨ ଦେଖିବାକୁ ପେଡାପୁରମ ଯାଇଥିଲେ। ତାଙ୍କ ଭାଇ କହିଛନ୍ତି ଯେ ଫିଲ୍ମ ଦେଖିବାବେଳେ ହଠାତ୍ ଶ୍ରୀନୁ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ପେଡାପୁରମ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
୨୨୦୧୦ ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଅବତାର'ର ପ୍ରଥମ ଭାଗ ଦେଖିବାବେଳେ ତାଇୱାନର ଜଣେ ୪୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ଡିସେମ୍ବର ୨୦୦୯ ରେ ମୁକ୍ତିଲାଭ କରିଥିବା ଅବତାରର ଏକ ସିକ୍ୱେଲ୍ ତିଆରି କରିବାକୁ ୧୩ ବର୍ଷ ଲାଗିଥିଲା। ଫିଲ୍ମ ନିର୍ମାଣରେ ୨୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଜେମ୍ସ କାମେରନ୍। ୧୩ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଅବତାରର ପ୍ରଥମ ଭାଗରୁ ଅବତାର ଦି ୱାଟର କାହାଣୀ ବର୍ତ୍ତମାନ ୧ ଦଶନ୍ଧି ଅର୍ଥାତ୍ ୧୦ ବର୍ଷ ଆଗକୁ ବଢ଼ିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।