News 18 Odia Digital
ନୂଆଦିଲ୍ଲୀ; ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ରିଲିଜ ହେବାର ୧୨ ଦିନରେ ମଧ୍ୟ ବକ୍ସ ଅଫିସରେ ରାଜ କରୁଛି । ୪ ବର୍ଷ ପରେ ଶାହରୁଖଙ୍କ ଚମତ୍କାର ପ୍ରଦର୍ଶନ ଭାରତୀୟ ସିନେମା ଇତିହାସରେ ରେକର୍ଡ ସୃଷ୍ଟି କରିଛି । ୪ ବର୍ଷ ପୂର୍ବରୁ ଶାହାରୁଖ ଫିଲ୍ମ 'ଜିରୋ'ରେ ନଜର ଆସିଥିଲେ, ଯାହା ବକ୍ସ ଅଫିସରେ ଏତେଟା ସଫଳ ହୋଇନଥିଲା । ଏଭଳି ପରିସ୍ଥିତିରେ ଶାହାରୁଖଙ୍କ ପଠାନର ପ୍ରଦର୍ଶନ ଚମତ୍କାରଠାରୁ କମ୍ ନୁହେଁ । ଜାନୁଆରୀ ୨୫ ରେ ପଠାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ସେବେଠାରୁ ବକ୍ସ ଅଫିସରେ ରେକର୍ଡ କରିବା ସହ ଅନେକ ସିନେମା ହଲ ହାଉସଫୁଲରେ ଚାଲୁଥିବା ଦେଖିବାକୁ ମିଳିଛି ।
ସିନେ ବ୍ୟବସାୟ ଏକ୍ସପର୍ଟ ରମେଶ ବାଲାଙ୍କ କହିବା ଅନୁଯାୟୀ, ପଠାନ ରିଲିଜ ହେବାର ୧୧ ଦିନରେ ପ୍ରାୟ ୨୨ କୋଟି ଟଙ୍କା ଅଲ୍ ଇଣ୍ଡିଆ ନେଟ୍ କଲେକ୍ସନ୍ କରିଥିଲା। ଅନ୍ୟପକ୍ଷରେ, ୧୨ତମ ଦିନରେ ଫିଲ୍ମର ଆୟ ଭାରତରେ ପ୍ରାୟ ୨୮ କୋଟି ଟଙ୍କା ଥିଲା । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପର୍ଯ୍ୟନ୍ତ ୪୨୯ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି ।
ଏହି ଖବର ପଢ଼ନ୍ତୁ-
http://୬୩ ବର୍ଷର ବର ୨୪ ବର୍ଷର କନ୍ୟା; ୬ ଝିଅର ବାପା ବୃଦ୍ଧକାଳେ କଲେ ବିବାହପଠାନ ସିନେମାର ବିଶ୍ୱବ୍ୟାପୀ ସଂଗ୍ରହ ବିଷୟରେ କହିବାକୁ ଗଲେ, ସିନେମା ଏପର୍ଯ୍ୟନ୍ତ ୭୨୭.୬୬କୋଟି ଟଙ୍କା ସଂଗ୍ରହ କରିଛି । 'ପଠାନ'ର୧୧ ଦିନରେ ସମୁଦାୟ ମିଶାଇ ୪୦୧ କୋଟି ଟଙ୍କା ରୋଜଗାର କରିଛି । ଏହାପୂର୍ବରୁ ଭାରତୀୟ ବକ୍ସ ଅଫିସରେ ରେକର୍ଡ କରିବା ସହ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ରହିଛି ଦଙ୍ଗଲ ୩୮୭.୩୮ କୋଟି, ସଞ୍ଜୁ ୩୪୨.୫୭ କୋଟି ଏବଂ ପି.କେ ୩୪୦.୮ କୋଟି ଟଙ୍କା । ଶାହରୁଖ ଖାନଙ୍କ ସିନେମା ପଠାନକୁ ବନେଇବା ପାଇଁ ଆଦିତ୍ୟ ଚୋପ୍ରା ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଚଳଚ୍ଚିତ୍ରଟି ଲାଭରେ ଖର୍ଚ୍ଚ ହୋଇଥିବା ବଜେଟ୍ ପାର କରିବା ପରେ ପୂରା ଟିମ ଖୁସିବ୍ୟକ୍ତ କରିଛନ୍ତି ।
ଫିଲ୍ମ ପଠାନକୁ ସାରା ବିଶ୍ୱରେ ଦର୍ଶକ ପସନ୍ଦ କରିଛନ୍ତି । ଫିଲ୍ମଟି
ପ୍ରତିଦିନ ସଫଳତାରେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଖୁବଶୀଘ୍ର ସିନେମାଟି ୧ହଜାର କୋଟି କ୍ଲବରେ ସାମିଲ ହୋଇପାରେ । ସିନେମାରେ ଶାହରୁଖ ଖାନଙ୍କ ସହ ଦୀପିକା ପାଦୁକୋନ, ଜନ୍ ଅବ୍ରହାମ, ଡିମ୍ପଲ ଏବଂ ଆଶୁତୋଷ ରାଣା ମଧ୍ୟ ନଜର ଆସିଛନ୍ତି ।Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।