News18 Odia Digital
Parineeti Chopra Raghav Chaddha: ବଲିଉଡ କ୍ୟୁଟ ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti Chopra) ତାଙ୍କ ଲଭ ଲାଇଫ୍କୁ (Love Life) ନେଇ ଆଜିକାଲି ହେଡଲାଇନରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପରିଣୀତି ଆପ୍ ନେତା (AAP Leader) ରାଘବ ଚଡ୍ଡାଙ୍କ (Raghav Chadda) ସହ ସମ୍ପର୍କ ରଖିଛନ୍ତି ଏବଂ ଶୀଘ୍ର ବିବାହ (Mirrage) କରିପାରନ୍ତି। ଇତିମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହି ଯୋଡି ନିର୍ବନ୍ଧ ମଧ୍ୟ କରିସାରିଠଛନ
ତେବେ ଏପର୍ଯ୍ୟନ୍ତ ଏହି ରିପୋର୍ଟଗୁଡିକ ଉପରେ ପରିଣୀତି କିମ୍ବା ରାଘବଙ୍କ ମଧ୍ୟରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏକାସାଙ୍ଗରେ, ଏସବୁ ମଧ୍ୟରେ ଏବେ ଗଣମାଧ୍ୟମ ରିପୋର୍ଟରେ ଆଉ ଏକ ରୋଚକ ଦାବି କରାଯାଉଛି। ହେଲେ ଚର୍ଚ୍ଚା ଜୋର ଧରିଛି ଯେ ରୋକା ସେରେମୋନି ସହ ଜଡିତ ସବିଶେଷ ତଥ୍ୟ ସହିତ ଏହି ଦମ୍ପତିଙ୍କ ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି।
ନିକଟରେ ପରିଣୀତିଙ୍କ ଆଙ୍ଗୁଠିରେ ନିର୍ବନ୍ଧର ମୁଦି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଉଭୟଙ୍କ ରୋକା ସେରେମୋନି ସମ୍ବନ୍ଧୀୟ ସୂଚନା ଗଣମାଧ୍ୟମ ରିପୋର୍ଟରେ ସାମ୍ନାକୁ ଆସିଛି।
କୁହାଯାଉଛି ଯେ ଦୁହେଁ ବ୍ୟକ୍ତିଗତ ଇଭେଣ୍ଟରେ ନିଜ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ସହ ନିର୍ବନ୍ଧରେ ଆବଦ୍ଧ ହୋଇଛନ୍ତି ଏବଂ ସେମାନଙ୍କର ବିବାହ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଉଭୟଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହି ବିବାହ ତାରିଖ ରଖାଯାଇଛି। କୋଏମୋଇରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପରିଣୀତି ଏବଂ ରାଘବ ଅକ୍ଟୋବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ।
ତେବେ ଏପର୍ଯ୍ୟନ୍ତ ଏହି ରିପୋର୍ଟଗୁଡିକର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ନିକଟରେ ପରିଣୀତି ଏବଂ ରାଘବଙ୍କୁ ଏକ ଡିନର ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା। ଯାହା ପରଠୁ ଏହି ଯୋଡ଼ଙ୍କ ରିଲେସନସିପକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସେବେଠାରୁ ସେମାନଙ୍କ ବିବାହର ଗୁଜବ ମଧ୍ୟ ବ୍ୟାପିବାର ଲାଗିଛି।
ପଢ଼ନ୍ତୁ ଏହି ଖବର: ଅଭିନେତାଙ୍କଠୁ ନେଇ ରାଜନେତା ଓ ଖେଳାଳିଙ୍କର ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍କୌତୁହଳର ବିଷୟ ହେଉଛି ବିବାହ ବିଷୟରେ ପ୍ରଶ୍ନ ଉପରେ ଉଭୟ ନା କିମ୍ବା ହଁ ମଧ୍ୟ କହୁନାହାଁନ୍ତି। ଦୁହେଁ ରହସ୍ୟରେ ପରିପୂର୍ଣ୍ଣ ହସ ସହିତ କ୍ୟାମେରା ଆଗରେ ନଜର ଆସୁଛନ୍ତି। ଏଥି ସହିତ ପରିଣୀତି ଏକ ନୂଆ ସାକ୍ଷାତକାରରେ କହିଥିଲେ ଯେ ଉପଯୁକ୍ତ ସମୟ ଆସିବା ପରେ ସେ ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକମାନଙ୍କୁ ବିବାହ ବିଷୟରେ କହିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।