ପନ୍ଦର ଲକ୍ଷ ନେଇ ଫୋନ୍ ଉଠାଉନାହାନ୍ତି ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ; ଥାନାରେ ଏତଲା

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ନାମରେ ଥାନାରେ ଅଭିଯୋଗ ।

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ନାମରେ ଥାନାରେ ଅଭିଯୋଗ ।

  • Share this:
News 18 Odia Digital

ଭୁବନେଶ୍ୱର; ଚଳିତ୍ର ଯାତ୍ରା ବର୍ଷରେ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ଅଭିନୟ ପାରିଶ୍ରମିକ ବାବଦକୁ ଦରମାର ୬୦ ପ୍ରତିଶତ ଅର୍ଥାତ ୧୫ ଲକ୍ଷ ଟଙ୍କା ଆଗୁଆ ନେଇଥିଲେ ଦୈତାରୀ । କିନ୍ତୁ ଟଙ୍କା ନେବାପରେ ଯାତ୍ରା​ ଅନୁଷ୍ଠାନ ତରଫରୁ ଆଖଡ଼ା ଶାଳରେ ଅଭିନୟ ପାଇଁ ଫୋନ୍ କଲ କରାଯିବାରୁ ଦୈତାରୀ ଫୋନ୍ ଉଠାଉ ନାହାନ୍ତି । ଯାହା ଫଳରେ ବାଧ୍ୟ ହୋଇ ଦୈତାରୀଙ୍କ ବିରୋଧରେ ଯାତ୍ରୀ ପାର୍ଟିର କର୍ତୃପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁସାରେ ଜୁନ ୨୧ ତାରିଖରେ ଯାତ୍ରା ପାର୍ଟିର ଆଖଡ଼ାସ୍ଥଳରେ ଦୈତାରୀ ଅଭିନୟ ପ୍ରସ୍ତୁତି ପାଇଁ ଆସିବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ସେ ଧରା ଛୁଆଁ ଦେଉ ନାହାନ୍ତି । ପାର୍ବତୀ ଗଣନାଟ୍ୟ ଟିମ୍ ଦୌତାରୀ ପଣ୍ଡାଙ୍କ ବାଲେଶ୍ୱର ଓ ଭୁବନେଶ୍ୱର ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେଠାରେ ଦୈତାରୀଙ୍କୁ ପାଇନଥିଲେ ।​ ପାର୍ବତୀ ଗଣନାଟ୍ୟର ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ହର ବାରିକ ଏ ସମ୍ପର୍କରେ ପୋଲିସ ନିକଟରେ ଅନଲାଇନ୍ ଯୋଗେ ଅଭିଯୋଗ ଆଣିଛନ୍ତି । ହର ଦର୍ଶାଇଛନ୍ତି ଯାତ୍ରା କରିବା ପାଇଁ ବିଭିନ୍ନ କମିଟି ତରଫରୁ ଅଫର ଆସିବାରେ ଲାଗିଲାଣି ଏବଂ ପାଖାପାଖି ୫୦ ଲକ୍ଷ ଆଡଭାନ୍ସ ଟଙ୍କା ମଧ୍ୟ ଆମେ ରଖିଛୁ  । କିନ୍ତୁ ଦୈତାରୀଙ୍କ ଏପରି କାର୍ଯ୍ୟଶୈଳୀ ପାଇଁ ଯାତ୍ରା ପାର୍ଟିର ଏକ ବଡ଼ କ୍ଷତି ହୋଇପାରେ । ତେଣୁ ପୋଲିସ ମାମଲାର ହସ୍ତକ୍ଷେପ କରି ଯାତ୍ରା ପାର୍ଟିକୁ ସାହାର୍ଯ୍ୟ କରୁ ।
Published by:Soubhagya Mishra
First published: