ଫିଲ୍ମ ପଠାନକୁ ନେଇ ଏମିତି କିଛି କହିଲେ ଅଭିନେତ୍ରୀ ଆଶା ପାରେଖ; ଜାଣନ୍ତୁ ପୁରା ଖବର
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଅତୀତରେ ଅନେକ ଚଳଚ୍ଚିତ୍ରକୁ ବିରୋଧ କରାଯାଇଥିଲା। ଏଭଳି ପରିସ୍ଥିତିରେ ଗତ କିଛି ଦିନ ହେବ ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ ଲଗାତାର ବିରୋଧର ସମ୍ମୁଖୀନ ହୋଇଛି। ଫିଲ୍ମର ଦୁଇଟି ଗୀତ ଏପର୍ଯ୍ୟନ୍ତ ରିଲିଜ୍ ହୋଇଛି ଏବଂ ଉଭୟ ଗୀତକୁ ନେଇ ଅନେକ ବିବାଦ ଲାଗି ରହିଛି। ତେବେ ଏହି ବିବାଦର ସବୁଠାରୁ ବଡ ପ୍ରସଙ୍ଗ ହେଉଛି ପଠାନର ଗୀତ ବେସରମ ରଙ୍ଗ। ଏହି ଗୀତରେ ଦୀପିକା ପାଦୁକୋନ୍ ଏକ ସାଫ୍ରନ୍ ରଙ୍ଗର ବିକିନି ପିନ୍ଧିଛନ୍ତି ଏବଂ ଏହାକୁ ଅନେକ ମନ୍ତ୍ରୀ ଏବଂ ସଂଗଠନ ପସନ୍ଦ କରିନାହାଁନ୍ତି।
ପଠାନ ବିବାଦକୁ ନେଇ ଅନେକ ତାରକା ଏବଂ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଠାରେ ଇଣ୍ଡଷ୍ଟ୍ରିର ଲୋକମାନେ ଏହି ଗୀତକୁ ସମର୍ଥନ କରୁଥିବା ଦେଖାଯାଇଛି ଏବଂ ସାଂସଦ ମନ୍ତ୍ରୀ ଫିଲ୍ମକୁ ବ୍ୟାନ୍ କରିବାକୁ ଧମକ ଦେଉଥିବା ଦେଖାଯାଉଛି। ନିକଟରେ ଭେଟେରାନ ଅଭିନେତ୍ରୀ ଆଶା ପାରେଖ ମଧ୍ୟ ପଠାନ ବିବାଦ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।
ବାସ୍ତବରେ, ନିକଟରେ ଏକ ସାକ୍ଷାତକାର ସମୟରେ ଆଶା ପାରେଖଙ୍କୁ ବଲିଉଡ ବିଷୟରେ କିଛି ପ୍ରଶ୍ନ ପଚରାଯାଇଥିଲା। ଯାହାକୁ ନେଇ ଅଭିନେତ୍ରୀ କହିଥିଲେ, ଏହା ବହୁତ ଭୁଲ, ଯଦି ଜଣେ ଅଭିନେତ୍ରୀ କମଳା ରଙ୍ଗର ପିନ୍ଧନ୍ତି ତେବେ ତାଙ୍କୁ କାହିଁକି ବାରଣ କରୁଛନ୍ତି? ଏହା ଠିକ୍ ମନେ ହେଉନାହିଁ। ଏହା ବ୍ୟତୀତ ଆଶା ପାରେଖ ମଧ୍ୟ ସାଫ୍ରନ୍ ରଙ୍ଗର ବିକିନି ବିଷୟରେ କଥା ହୋଇଥିଲେ। ସେ କହିଛନ୍ତି ଯେ ବିକିନି ଉପରେ କୌଣସି ପ୍ରକାରର ଆଲୋଚନା କରିବା କଥା ଭି ନୁହଁ। ତାଙ୍କ କହିବାନୁସାରେ, ସମସ୍ତେଙ୍କ ଚିନ୍ତାଧାରା ବହୁତ ଛୋଟ ମନରେ ପରିଣତ ହୋଇଯାଇଛି। ଯାହା ସମ୍ପୂର୍ଣ୍ଣ ଭୁଲ୍।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।