News18 Odia Digital
Oscar 2023: ବିଶ୍ୱର ସର୍ବବୃହତ ପୁରସ୍କାର ଓସ୍କାର ୨୦୨୩(Oscar 2023) କେବଳ ବିଶ୍ୱରେ ନୁହେଁ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏଥର ଭାରତରୁ ୩ ଟି ନାମାଙ୍କନ ଅଛି। ଶ୍ରେଷ୍ଠ ମୂଳ ଗୀତ ପାଇଁ RRR ର ଗୀତ ନାଟୁ ନାଟୁ, ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ ବର୍ଗରେ All That Breaths ଏବଂ ମୂଳ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ Elephant ହ୍ୱିସପର୍ ଚୂଡ଼ାନ୍ତ ନାମାଙ୍କନ ପାଇଛି।
ଚଳିତବର୍ଷ ଦୀପିକା ପାଦୁକୋନ୍ ଆରଆରଆର ଗୀତ ନାଟୁ ନାଟୁ ଓସ୍କାର ମଞ୍ଚରୁ ପରିଚିତ କରାଇଥିଲେ। ଏହି ସମୟରେ ଦର୍ଶକଙ୍କ ସମ୍ମାନ ଜଣାଇ କହିଥିଲେ ଯେ ଗୀତର କ୍ରେଜ ଏକ ଭିନ୍ନ ସ୍ତରରେ ପହଞ୍ଚିଛି। ଓସ୍କାର ମଞ୍ଚରେ RRR ର ଗୀତ ନାଟୁ ନାଟୁ ପରିବେଷଣ କରାଯାଇଥିଲା। ଏହି ମୁହୂର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବିତ। ଦର୍ଶକ ଏହି ଗୀତକୁ ଷ୍ଟାଣ୍ଡଙ୍ଗ ଓବେସନ ଦେଇଥିଲେ ଓ ଏହାକୁ ବହୁତ ଉପଭୋଗ କରିଥିଲେ। ଗାୟକ ରାହୁଲ ସିପଲିଗଞ୍ଜ ଓ କାଳ ଭୈରବ ମଞ୍ଚରେ ଏହି ଗୀତ ଗାଇଥିଲେ।
ଅନ୍ୟପଟେ, ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଚଳଚ୍ଚିତ୍ର all that breaths ବାହାରି ଯାଇଛି। ବର୍ଷର ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ପାଇଁ ନାଭାଲନିକୁ ପୁରସ୍କାର ମିଳିଛି। ଡାନିଏଲ୍ ରୋହେରଙ୍କ ନିର୍ଦ୍ଦେଶିତ Navalny ଋଷର ବିରୋଧୀଦଳର ନେତା ଆଲେକ୍ସୀ ନାଭଲ୍ନି ଓ ତାଙ୍କ ଘଟଣାକୁ ନେଇ ପ୍ରସ୍ତୁତ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।