- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ମଙ୍ଗଳବାର ଦିନ ୨୦୨୩ ଓସ୍କାର ପାଇଁ ୧୦ଟି ବର୍ଗରେ ଏହାର ସର୍ଟଲିଷ୍ଟ ଉନ୍ମୋଚନ କରିଛି। ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ (ଓସ୍କାର) ପକ୍ଷରୁ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ, ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ, ଅନ୍ତର୍ଜାତୀୟ ଫିଚର ଫିଲ୍ମ, ମେକ୍ ଅପ୍ ଏବଂ ହେୟାର ଷ୍ଟାଇଲ୍, ସଂଗୀତ (ଅରିଜିନାଲ ସ୍କୋର), ଗୀତ, ଆନିମେଟେଡ୍ ସର୍ଟ ଫିଲ୍ମ, ସାଉଣ୍ଡ ଓ ଭିଜୁଆଲ ଇଫେକ୍ଟସ୍ ସହ ୧୦ଟି ବର୍ଗ ପାଇଁ ସର୍ଟଲିଷ୍ଟ ଘୋଷଣା କରିଛି।
ଏକାଡେମୀ ପୁରସ୍କାରର ୱେବସାଇଟ୍ ଅନୁଯାୟୀ, ପାନ୍ ନଲିନଙ୍କ ନିର୍ଦ୍ଦେଶିତ ଗୁଜୁରାଟୀ ଚଳଚ୍ଚିତ୍ର ଛେଲୋ ଶୋ (ଦି ଲାଷ୍ଟ ସୋ)” ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ସର୍ଟଲିଷ୍ଟ ହୋଇଛି । ଏହି ବର୍ଗରେ ‘ଛେଲୋ ଶୋ’ର ମୁକାବିଲା ଅନ୍ୟ ୧୫ଟି ଫିଲ୍ମ ସହ ହେବ । ‘ଛେଲୋ ଶୋ’ ସହ ଏହି ବର୍ଗରେ “ଆର୍ଜେଣ୍ଟିନା ୧୯୮୫” (ଆର୍ଜେଣ୍ଟିନା), “ଡିସିସନ୍ ଟୁ ଲିଭ୍” (ଦକ୍ଷିଣ କୋରିଆ), “ଅଲ୍ କ୍ବାଇଟ୍ ଅନ୍ ୱେଷ୍ଟର୍ଣ୍ଣ ଫ୍ରଣ୍ଟ” (ଜର୍ମାନୀ) ), “କ୍ଲୋଜ୍” (ବେଲଜିୟମ) ଏବଂ “ବ୍ଲୁ କପ୍ତାନ୍” (ମରକ୍କୋ) ଭଳି ଫିଲ୍ମ ରହିଛି।
ଅନ୍ୟପକ୍ଷରେ ‘ଆରଆରଆର” ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ସଙ୍ଗୀତ (ମୂଳ ଗୀତ) ବର୍ଗରେ ତାଲିକାଭୁକ୍ତ କରାଯାଇଛି।‘ନାଟୁ ନାଟୁ’ ବ୍ୟତୀତ ଏହି ବର୍ଗରେ “ଅବତାର: ଦି ଓ୍ବେ ଅଫ୍ ଓ୍ବାଟର”ର ନଥିଙ୍ଗ୍ ଇଜ୍ ଲଷ୍ଟ, “ବ୍ଲାକ୍ ପାନ୍ଥର୍: ୱାକାଣ୍ଡା ଫରେଭର୍”ର ଲିଫ୍ଟ ମି ଅପ୍, “ଗୁଇଲେର୍ମୋ ଡେଲ ଟୋରେଜ୍ ପିନୋଚିଆ”ର ସିୟାୟୋ ପାପା ଓ ” ଟପ୍ ଗନ୍:ମାଭେରିକ୍”ର ହୋଲ୍ଡ ମାଏ ହ୍ୟାଣ୍ଡ୍ ସହିତ ଅନ୍ୟ ୧୪ ଗୀତକୁ ଏହି ବର୍ଗରେ ସାମିଲ କରାଯାଇଛ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।