ଗୋଟିଏ ଭୋଟ୍‌ରେ ଆଉଟ୍ ହୋଇଥିଲା ‘ମଦର ଇଣ୍ଡିଆ’: ‘ସାହେବ ବିବି ଔର୍ ଗୁଲାମ୍‌’ ହୋଇଥିଲା ରିଜେକ୍ଟ

ପ୍ରଥମ ଭାରତୀୟ ସିନେମା ଭାବେ ଓସ୍କାର ଦୌଡ଼ରେ ସାମିଲ ହୋଇଥିଲା ‘ମଦର ଇଣ୍ଡିଆ’ । ଭାରତୀୟ ସିନେମାର ସବୁଠୁ ଶୀର୍ଷ ସ୍ଥାନ ଏବେ ବି ବଜାୟ ରଖିଥିବା ଏହି ସିନେମା ସେଇ ଜମାନାର ଥିଲା ଏକ ଟ୍ରେଣ୍ଡ ସେଟର୍ । ମାତ୍ର ଏହି ସିନେମାକୁ ଶେଷ ମୁହୂର୍ତ୍ତରେ ସାଥ୍ ଦେଇ ନଥିଲା ଭାଗ୍ୟ ।

ଗୋଟିଏ ଭୋଟ୍‌ରେ ଆଉଟ୍ ହୋଇଥିଲା ‘ମଦର ଇଣ୍ଡିଆ’: ‘ସାହେବ ବିବି ଔର୍ ଗୁଲାମ୍‌’ ହୋଇଥିଲା ରିଜେକ୍ଟ

ଗୋଟିଏ ଭୋଟ୍‌ରେ ଆଉଟ୍ ହୋଇଥିଲା ‘ମଦର ଇଣ୍ଡିଆ’: ‘ସାହେବ ବିବି ଔର୍ ଗୁଲାମ୍‌’ ହୋଇଥିଲା ରିଜେକ୍ଟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଏବେ ‘ନାଟୁ ନାଟୁ’ (Natu natu) କ୍ରେଜ୍‌ । ଯୁଆଡ଼େ ଆଖି ଉଠାଇଲେ ସିଆଡ଼େ ଖାଲି ‘ନାଟୁ ନାଟୁ...। ଓସ୍କାର ଦୌଡ଼ରେ ବାଜି ମାରି ନେଇଥିବା ଦକ୍ଷିଣ ଭାରତୀୟ ସିନେମା ‘ଆର୍‌ଆର୍‌ଆର୍’ର (RRR) ଗୀତ ‘ନାଟୁ ନାଟୁ’କୁ ମିଳିଛି ଓସ୍କାର ପୁରସ୍କାର । ତେବେ ଏହା ପୂର୍ବରୁ ବି ଅନେକ ଭାରତୀୟ ସିନେମା ଓସ୍କାର ଦୌଡ଼କୁ (Oscar race) ଯାଇଛି ଏବଂ ପୁରସ୍କାର ବି ପାଇଛି । କିନ୍ତୁ ପ୍ରଥମ ଭାରତୀୟ ସିନେମା ଭାବେ ଓସ୍କାର ଦୌଡ଼ରେ ସାମିଲ ହୋଇଥିଲା ‘ମଦର ଇଣ୍ଡିଆ’ (mother india)। ଭାରତୀୟ ସିନେମାର ସବୁଠୁ ଶୀର୍ଷ ସ୍ଥାନ ଏବେ ବି ବଜାୟ ରଖିଥିବା ଏହି ସିନେମା ସେଇ ଜମାନାର ଥିଲା ଏକ ଟ୍ରେଣ୍ଡ ସେଟର୍ । ମାତ୍ର ଏହି ସିନେମାକୁ ଶେଷ ମୁହୂର୍ତ୍ତରେ ସାଥ୍ ଦେଇ ନଥିଲା ଭାଗ୍ୟ ।

ଭାରତ ଓ ପଶ୍ଚିମର ଭାବନାରେ ରହିଛି ଆକାଶ ପାତାଳ ତଫାତ୍ । ସେଥିପାଇଁ ଭାରତରେ କ୍ଲାସିକ୍ କୁହାଯାଉଥିବା ଅନେକ ସିନେମା ୟୁରୋପୀୟମାନେ ବୁଝି ପାରନ୍ତିନି । ଭାରତରେ ମେହବୁବ ଖାନ୍‌ଙ୍କ ‘ମଦର ଇଣ୍ଡିଆ’ ଏବଂ ନିର୍ଦ୍ଦେଶକ ଅବରାର୍‌ ଅଲ୍‌ବୀଙ୍କ ‘ସାହେବ ବିବି ଔର୍‌ ଗୁଲାମ୍‌’ କ୍ଲାସିକ୍‌ ଶ୍ରେଣୀ ଅନ୍ତର୍ଭୁକ୍ତ । ଉଭୟ ସିନେମାକୁ ଓସ୍କାର ଦୌଡ଼ରେ ସାମିଲ ହେବାକୁ ପଠାଯାଇଥିଲା । ୧୯୫୮ ମସିହାରେ ‘ମଦର ଇଣ୍ଡିଆ’ ପ୍ରଥମ ଭାରତୀୟ ସିନେମା ଭାବେ ଓସ୍କାରରେ ସାମିଲ ହୋଇଥିଲା । ଫାଇନାଲ୍ ପର୍ଯ୍ୟନ୍ତ ଦୌଡ଼ରେ ସାମିଲ ହୋଇ ପ୍ରଥମ ପାଞ୍ଚଟି ସିନେମା ଭିତରେ ସ୍ଥାନୀତ ହୋଇଥିଲା । ଫାଇନାଲ ପର୍ଯ୍ୟନ୍ତ ସିନେମାକୁ ନେଇ ତିନିଟି ରାଉଣ୍ଡରେ ଭୋଟିଂ ହୋଇଥିଲା । ଶେଷ ପର୍ଯ୍ୟାୟରେ କେବଳ ଗୋଟିଏ ଖଣ୍ଡ ଭୋଟ୍ ପାଇଁ ଏହି ସିନେମା ଇଟାଲୀୟ ସିନେମା ‘ନାଇଟ୍ସ୍‌ ଅଫ୍ କାରାବିୟା’ର ପଛରେ ରହିଥିଲା । ତେବେ ଗୋଟିଏ ଖଣ୍ଡ ଭୋଟ୍ ପଛରେ ଥିବା କାରଣ ହେଉଛି, ଜୁରୀ ବୁଝିପାରିଲେନି ଯେ ନର୍ଗିସ୍ କାହିଁକି ମହାଜନର ପ୍ରସ୍ତାବରେ ରାଜି ହେଲେ ନାହିଁ । କାହିଁକି ସେ ନିଜ ସିନ୍ଦୂରକୁ ଏତେ ଗୁରୁତ୍ବ ଦେଲେ ? ମହାଜନ ତ ଠିକ୍ କହୁଛନ୍ତି ଯେ, ପତି ଯିବା ପରେ ସେ ରାଧାର ପିଲାଙ୍କ ଲାଳନ ପାଳନ ଦାୟିତ୍ବ ନେବେ। ଜୁରୀ ଏହି କ୍ଷେତ୍ରରେ ମହାଜନକୁ ଜଣେ ଭଲ ମଣିଷ ବୋଲି ଦର୍ଶାଇଥିଲେ। ଭାରତୀୟ ନାରୀ ଓ ସଂସ୍କୃତିକୁ ଜୁରୀ ବୁଝି ପାରି ନ ଥିଲେ । ଆଉ ‘ମଦର ଇଣ୍ଡିଆ’ ଓସ୍କାର ପାଇବାରୁ ବଞ୍ଚିତ ହୋଇଥିଲା ।

ସେହିପରି ବଙ୍ଗଳା ଲେଖକ ବିମଲ ମିତ୍ରଙ୍କ ପ୍ରସିଦ୍ଧ ଉପନ୍ୟାସ ‘ସାହେବ, ବିବି ଔର୍ ଗୁଲାମ୍‌’କୁ ଆଧାର କରି ୧୯୬୨ ମସିହାରେ ସିନେମା ତିଆରି କରିଥିଲେ ନିର୍ଦ୍ଦେଶକ ଅବ୍‌ରାର ଆଲ୍‌ଭି। ଭାରତୀୟ ସିନେମାର ଅନ୍ୟତମ କ୍ଲାସିକ୍‌ ସିନେମା ଭାବେ ଗୁରୁଦତ୍ତଙ୍କ ଏହି ସିନେମା ବିଖ୍ୟାତ। କିନ୍ତୁ ଏହି ସିନେମାକୁ ଓସ୍କାର ବିଚାର କରିବା ସ୍ତରରେ ହିଁ ରିଜେକ୍ଟ କରି ଦେଇଥିଲା । କେବଳ ଏତିକି ନୁହେଁ, ଗୁରୁଦତ୍ତଙ୍କୁ ଏ ସଂକ୍ରାନ୍ତୀୟ ଏକ ଚିଠି ମଧ୍ୟ ଲେଖାଯାଇଥିଲା। ଏଥିରେ ଆମେରିକୀୟ ଆୟୋଜକ ଅଜବ ଯୁକ୍ତି ବାଢ଼ିଥିଲେ। ଭାରତରେ ଆମେରିକା ଓ ପଶ୍ଚିମ ସମାଜକୁ ଅତ୍ୟନ୍ତ ମୁକ୍ତ ଭାବେ ବିବେଚନା କରାଯାଇଥାଏ। କିନ୍ତୁ ଗୁରୁଦତ୍ତଙ୍କୁ ଲେଖାଯାଇଥିବା ଚିଠିରେ ଥିଲା ସମ୍ପୂର୍ଣ୍ଣ ବିପରୀତ କଥା। ଓସ୍କାର ସମିତି ଗୁରୁଦତ୍ତଙ୍କୁ କହିଥିଲେ ଯେ, ତାଙ୍କ ସିନେମାକୁ ଏହି ରେସ୍‌ରୁ ହଟାଯାଉଛି। କାରଣ, ଏଥିରେ ଜଣେ ମହିଳାଙ୍କୁ ମଦ୍ୟପାନ କରୁଥିବା ଦେଖାଯାଇଛି। ସେ ମଦ ବିନା ବଞ୍ଚି ପାରୁନାହାନ୍ତି। ସମିତି ଚିଠିରେ ଏହା ଦର୍ଶାଇଥିଲା ଯେ, କୌଣସି ମହିଳାଙ୍କୁ ମଦ ନିଶାରେ ବୁଡ଼ି ରହିବା ଆମେରିକୀୟ ସଂସ୍କୃତିରେ ଭଲ ବୋଲି ଦର୍ଶାଯାଏନି। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ଆମେରିକାରେ ଭାରତୀୟ ସଂସ୍କୃତି ବିଷୟରେ ସେତେଟା ଧାରଣା ନାହିଁ। ଓସ୍କାର କମିଟି ‘ସାହେବ, ବିବି ଔର୍ ଗୁଲାମ’ର ମର୍ମ ହିଁ ବୁଝି ପାରି ନ ଥିଲେ।

ରିପୋର୍ଟ- ଚାରୁ ଚନ୍ଦନ ଦାଶ
Published by:Soubhagya Mishra
First published: