News 18 Odia Digital
ଅଗଷ୍ଟ ମାସରେ ଅନେକ ଫିଲ୍ମ ଓ ସିରିଜ ରିଲିଜ ହେବାକୁ ଯାଉଛି। ସାଉଥର ଫେମସ ଆକ୍ଟର ବିଜୟ ଦେବରକୋଣ୍ଡା ତାଙ୍କର ବଲିଉଡ ଡେବ୍ୟୁ ‘ଲାଇଗର୍’ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟପଟେ ଆଲିଆ ଭଟ୍ଟଙ୍କ ‘ଡାର୍ଲିଙ୍ଗସ୍’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି।
ମହାମାରୀ ହେତୁ ଦୀର୍ଘ ସମୟ ବିଳମ୍ବ ହୋଇଥିବା ବଲିଉଡର ପରଫେକ୍ସନିଷ୍ଟ ଆମୀର ଖାନ ଓ କରୀନା କପୁର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ପରଦାରେ ଏହି ଯୋଡିଙ୍କୁ ପୁଣି ଥର ଦେଖିବାକୁ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ସେହିପରି ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ସମସ୍ତେ। ତେବେ ଆସନ୍ତୁ ନଜର ପକାଇବା ଅଗଷ୍ଟରେ ରିଲିଜ ହେବାକୁ ଥିବା କିଛି ଫିଲ୍ମ ଓ ସିରିଜ ଉପରେ...
୧.
ବୁଲେଟ ଟ୍ରେନ‘ବୁଲେଟ୍ ଟ୍ରେନ୍’ ହେଉଛି ଡେଭିଡ ଲିଚଙ୍କ ନିର୍ଦ୍ଦେଶିତ ଏକ ଆମେରିକୀୟ ଆକ୍ସନ୍ କମେଡି ଫିଲ୍ମ। ଆଣ୍ଟୋଏନ୍ ଫୁକୁଆ ଦ୍ୱାରା ନିର୍ମିତ, ଏହା ଜାପାନର ଉପନ୍ୟାସ ମାରିଆ ବିଟଲ୍ (ଇଂରାଜୀରେ ବୁଲେଟ୍ ଟ୍ରେନ୍ ଭାବରେ ପ୍ରକାଶିତ) ଉପରେ ଆଧାରିତ। ଏହି ଫିଲ୍ମରେ ବ୍ରାଡ ପିଟ, ଜୋ କିଙ୍ଗ, ଆରୋନ ଟେଲର-ଜନସନ, ବ୍ରାଏନ ଟ୍ରି ହେନେରୀ, ଆଣ୍ଡ୍ରିୟୁ କୋଜି, ହିରୋଇକି ସାନଡା, ମାଇକେଲ ସାନନ, ବେନିଟୋ ଏ ମାର୍ଟିନେଜ ଓକାସିଓ ଓ ସାନ୍ଦ୍ରା ବୁଲକ ପ୍ରମୁଖ ଅଭିନୟ କରିଛନ୍ତି। ଅଗଷ୍ଟ ୪ରେ ଏହି ଫିଲ୍ମ ରିଲିଜ ହେବ।
୨.
ଡାର୍ଲିଙ୍ଗସ୍ (ନେଟଫ୍ଲିକ୍ସ)‘ଗଙ୍ଗୁବାଇ କାଥିଆୱାଡି’ର ଏକ ଚମତ୍କାର ପ୍ରଦର୍ଶନ ପରେ ଆଲିଆ ଭଟ୍ଟଙ୍କ ପରବର୍ତ୍ତୀ ଫିଲ୍ମ ଡାର୍ଲିଙ୍ଗସ୍ ପାଇଁ ଆଶା ଅଧିକ। କାରଣ ହେଉଛି ଏହି ଅଭିନେତ୍ରୀ ମଧ୍ୟ ଏହି ଡାର୍କ କମେଡି ସହିତ ନିର୍ମାତା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଲିଆ ଭଟ୍ଟ ଓ ଶାହରୁଖ ଖାନ, ଗୌରୀ ଖାନଙ୍କ ରେଡ ଚିଲି ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ‘ଡାର୍ଲିଙ୍ଗସ’ରେ ଶେଫାଳି ଶାହ ଓ ବିଜୟ ବର୍ମା ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ଅଗଷ୍ଟ ୫ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।
୩.
ସୀତା ରମନ୍ (ଥିଏଟର)୧୯୬୫ ମସିହାରେ ନିର୍ମିତ ଏହି ରୋମାଣ୍ଟିକ୍ ଡ୍ରାମାରେ ଦୁଲକର ସଲମାନ୍, ମୃଣାଳ ଠାକୁର ଓ ରଶ୍ମିକା ମନ୍ଦନା ଏହି ଫିଲ୍ମରେ ଅଭିନୟ କରିଛନ୍ତି। ‘ସୀତା ରମନ୍’ ଏକାସାଙ୍ଗରେ ତେଲୁଗୁ, ତାମିଲ ଓ ମାଲାୟାଲମ୍ ଭାଷାରେ ରିଲିଜ ହେବାକୁ ଯାଉଛି।
୪.
ଇଣ୍ଡିଆନ୍ ମ୍ୟାଚ୍ ମେକିଂ ସିଜନ୍ ୨ (ନେଟଫ୍ଲିକ୍ସ)ନେଟଫ୍ଲିକ୍ସର ଇଣ୍ଡିଆନ୍ ମ୍ୟାଚ୍ ମେକିଂ ସହିତ ଅତ୍ୟନ୍ତ ଲୋକପ୍ରିୟ ଚେହେରା ହୋଇଥିବା ସିମା ତାପାରିଆ ‘ମ୍ୟାଚ୍ ମେକ୍ ସୋ’ର ଦ୍ୱିତୀୟ ସିଜନ୍ ସହିତ ପରଦାକୁ ଫେରିବେ। ନିକଟରେ ଟ୍ରେଲର ରିଲିଜ୍ ହୋଇଥିଲା ଓ ମୁମ୍ବାଇର ସୀମା ଆଣ୍ଟି ପୁଣି ଥରେ ସିଙ୍ଗଲ୍ସ ପାଇଁ ଉପଯୁକ୍ତ ମ୍ୟାଚ୍ ଖୋଜିବାକୁ ସ୍ଥିର କରିଛନ୍ତି। ଅଗଷ୍ଟ ୧୦ ରେ ‘ଇଣ୍ଡିଆନ୍ ମ୍ୟାଚ୍ ମେକିଂ ସିଜନ୍ ୨’ ନେଟଫ୍ଲିକ୍ସରେ ରିଲିଜ ହେବ।
୫.
ଲାଲ ସିଂ ଚଡ୍ଡା (ଥିଏଟର)ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ରିଲିଜ ମଧ୍ୟରୁ ଏହି ଫିଲ୍ମଟି ଅନ୍ୟତମ। କରୀନା କପୁର ଖାନ ଓ ଆମୀର ଖାନଙ୍କୁ ସୁପରହିଟ୍ ୩’ ଇଡିୟଟ୍ସ’ ପରେ ପୁଣି ଥରେ ଏକା ସଙ୍ଗେ ଦେଖିବାକୁ ମିଳିବ। ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଏକ ହିନ୍ଦୀ ରିମେକ୍, ଏହା ମଧ୍ୟ ଅଭିନେତା ନାଗା ଚୈତନ୍ୟଙ୍କ ବଲିଉଡରେ ଡେବ୍ୟୁ। ମହାମାରୀ ଯୋଗୁଁ ବହୁ ବିଳମ୍ବ ପରେ ଫିଲ୍ମ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଛି।
୬. ରକ୍ଷା ବନ୍ଧନଅକ୍ଷୟ କୁମାରଙ୍କ ଆଗାମୀ ରିଲିଜ ‘ରକ୍ଷା ବନ୍ଧନ’ ଉପରେ ସମସ୍ତଙ୍କ ନଜର ରହିଛି। ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ତଥା ଭୂମି ପେଡେନକରଙ୍କ ଅଭିନୀତ ଏହି ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହେବ।
୭.
ଲାଇଗର(ଥିଏଟର)ଏହି ମାସର ଅନ୍ୟ ଏକ ପ୍ରତୀକ୍ଷିତ ଫିଲ୍ମ ମୁକ୍ତି ଲାଭ କରିବ ଯାହା ହେଉଛି ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ‘ଲାଇଗର’ , ଏହି ଫିଲ୍ମରେ ମାଇକ୍ ଟାଇସନଙ୍କର ଏକ କ୍ୟାମୋ ମଧ୍ୟ ରହିବ। ପୁରୀ ଜଗନ୍ନାଥ ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୫ରେ ଥିଏଟରରେ ମୁକ୍ତିଲାଭ କରିବ। ଏହା ବିଜୟଙ୍କ ବଲିଉଡ ଡେବ୍ୟୁ ମଧ୍ୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।