News 18 Odia Digital
ଭୁବନେଶ୍ୱର: ନିକଟରେ ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା 'ବାପା ସୁପରମ୍ୟାନ' (bapa superman) । ଏକ ମୌଳିକ କାହାଣୀ ତଥା ପିଲାଙ୍କ ପ୍ରତି ବାପାଙ୍କ କର୍ତ୍ତବ୍ୟର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ସିନେମାରେ । ରାଜଧାନୀର ସ୍ୱାତୀ ସିନେମା ହଲରେ ପ୍ରିମିୟର ଶୋ (premiere show) ଅବସରରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ । ତେବେ ଭିଡ ସମୟରେ ୨ଟି କଥା ଚର୍ଚ୍ଚା ପରିସରକୁ ଆସିଥିଲା ।
ପ୍ରଥମ ଚର୍ଚ୍ଚା ହୋଇଥିଲା ସିନେମାର କାହାଣୀ (story) ଚୋରି ଅଭିଯୋଗ କାରଣରୁ । ସିନେମାର ଟ୍ରେଲର ରିଲିଜ୍ (trailer release) ହେବା ପରେ ଜଣେ ଯୁବକ ଟ୍ରେଲର ଦେଖି ସିନେମାକୁ ବିବାଦ (controversy) ମଧ୍ୟକୁ ଟାଣିଥିଲେ । ସେ କହିଥିଲେ ଯେ, ସିନେମା ବାପା ସୁପରମ୍ୟାନ କାହାଣୀଟି ସେ ଲେଖିଥିଲେ କିନ୍ତୁ ତାଙ୍କ କାହାଣୀ ଚୋରି ହୋଇଯାଇଛି । ସେ କାହାଣୀ ବିଷୟରେ ନିଜର ବନ୍ଧୁ ତଥା ଅଭିନେତା ପ୍ରକାଶଙ୍କୁ ଜଣାଇଥିଲେ ଏବଂ ପ୍ରକାଶ ସେ କାହାଣୀ ଚୋରି କରି ସିନେମା ନିର୍ମାଣ କରିଥିବା ଅଭିଯୋଗ ସୋସିଆଲ ମିଡିଆରେ ଯୁବକ ଜଣଙ୍କ ପୋଷ୍ଟ କରିଥିଲେ । ପରେ ସିନେମା ରିଲିଜ ଦିନ ଯୁବକ ଜଣଙ୍କ ପ୍ରିମିୟର ଶୋରେ ପହଞ୍ଚି ହଙ୍ଗାମା କରିଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ସିନେମା ଦେଖିବା ପାଇଁ ଅନୁରୋଧ କରିଥିଲେ ସିନେମାର ନିର୍ମାତା ତଥା ଟିମ୍ ସଦସ୍ୟ । ଯୁବକଜଣଙ୍କ ଷ୍ଟାରକାଷ୍ଟଙ୍କ ଗହଣରେ ସିନେମା ଦେଖିଥିଲେ ଏବଂ ସିନେମା ଦେଖିବା ପରେ ପ୍ରତିକ୍ରିୟା ଦେଇଥିଲେ ଯେ, ଏ ସିନେମା ମୋର ନୁହେଁ । ଏହାକୁ ପ୍ରିୟବ୍ରତ ପଣ୍ଡା ହିଁ ଲେଖିଛନ୍ତି । ମୁଁ ଯାହା ଭାବୁଥିଲି ପ୍ରକୃତରେ ତାହା ନୁହେଁ । ଦୋଷ ମାନିବା ସହ ଗଣମାଧ୍ୟମ ସାମ୍ନାରେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଯୁବକ ଜଣଙ୍କ ।
ଦ୍ୱିତୀୟରେ ଚର୍ଚ୍ଚା ହୋଇଥିଲା ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ (sidhant mohapatra) ନେଇ । କାରଣ 'ବାପା ସୁପରମ୍ୟାନ' ସିନେମାକୁ ଦର୍ଶକେ ଫିଲ୍ମ ହଲରେ ନିଜେ ନିଜର ସିଟରେ ବସି ଦେଖୁଥିଲେ । କିନ୍ତୁ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ସିନେମାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଫିଲ୍ମ ହଲରେ ସମ୍ପୂର୍ଣ୍ଣ ଭାବରେ ଛିଡା ହୋଇ ଦେଖୁଥିଲେ । ଯାହା ଦର୍ଶକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା । ଜଣେ ବରିଷ୍ଠ ଅଭିନେତା ନିଜ ସିନେମାକୁ ନିଜେ ଛିଡା ହୋଇ ଦେଖିବା ଦୃଶ୍ୟକୁ ଦର୍ଶକେ ସହଜରେ ଗ୍ରହଣ କରିପାରୁନଥିଲେ ।
ଏହି ଖବର ପଢ଼ନ୍ତୁ -
http://ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ: ଟାର୍ଗେଟରେ ପାକିସ୍ତାନ ପୋଲିସ ଗାଡ଼ିଆମେ ସିଦ୍ଧାନ୍ତଙ୍କୁ ଛିଡା ହୋଇ ସିନେମା ଦେଖିବାର କାରଣ ପଚାରିଥିଲୁ । ସେ ହସିକି କହିଥିଲେ ମୁଁ ତ ଅଧିକାଂଶ ସିନେମା ଏମିତି ଛିଡାହୋଇ ଦେଖେ । ଏଥିସହ ଆମେ ମିଡିଆ ପ୍ଲାନର ହରପ୍ରସାଦ ମହାପାତ୍ରଙ୍କୁ ମଧ୍ୟ ଏ ସମ୍ପର୍କରେ ପଚାରିଥିଲୁ । ସେ ପ୍ରତିକ୍ରିୟାରେ କହିଥିଲେ ଯେ, ମୁନା ଭାଈ ସିନେମା ଦେଖିବା ସହ ଦର୍ଶକଙ୍କ ରିଆକ୍ସନକୁ ମଧ୍ୟ ଧ୍ୟାନ ଦେଇଥାନ୍ତି । ବସିଗଲେ ଦର୍ଶକଙ୍କ ମନକଥା ସେ ଜାଣିପାରିବେନି ସେଥିପାଇଁ ସେ ଛିଡା ହୋଇ ସିନେମା ଦେଖନ୍ତି ।
https://www.youtube.com/watch?v=BCwkCLF9nUo
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।