ଲଣ୍ଡନରେ ପ୍ରେମ କରୁଛନ୍ତି ଅନୁଭବ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଓଡ଼ିଶା କି ଦିଲ୍ଲୀରେ ନୁହେଁ , ପ୍ରେମ କରିବାକୁ ଲଣ୍ଡନ ଗଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ।

ଲଣ୍ଡନରେ ପ୍ରେମ କରୁଛନ୍ତି ଅନୁଭବ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲଣ୍ଡନରେ ପ୍ରେମ କରୁଛନ୍ତି ଅନୁଭବ; ସୋସିଆଲ ମିଡିଆରେ ଫଟୋ ଭାଇରାଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଅନେକ ଦିନର ବ୍ୟବଧାନ ପରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଅଭିନେତା ଅନୁଭବ ପୁଣିଥରେ ନିଜ ଫ୍ୟାନଙ୍କୁ ଖୁସି କରିବାକୁ ଚାହିଁଛନ୍ତି । ନୂଆ ଓଡ଼ିଆ ସିନେମା ଲଭ୍ ଇନ୍ ଲଣ୍ଡନର ସୁଟିଂ ଏବେ ଜୋରସୋରରେ ଆଗେଇ ଚାଲିଛି । ଅନୁଭବଙ୍କ ନାମରେ ଥିବା ଏକ ପେଜ୍ ଅନୁଭବ 'ମହାନ୍ତି ଦ ରିୟଲ ହିରୋ ଅଫ କେନ୍ଦ୍ରାପଡା' ଫେସବୁକ  ପେଜରେ ଏନେଇ ସୂଚନା ଦିଆଯାଇଛି । ଏହି ଖବର ଶୁଣି ଅନୁଭବଙ୍କ ପ୍ରଶଂସକ ଅନେକ ଖୁସି ବ୍ୟକ୍ତ କରିବା ସହ ଶହ ଶହ ସଂଖ୍ୟାରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ତେବେ ସିନେମା ଲଭ୍ ଇନ୍ ଲଣ୍ଡନର କିଛି ଅଂଶ ଲଣ୍ଡନରେ ସୁଟିଂ ହେଉଥିବା ଜଣାପଡ଼ିଛି । ଯେଉଁଥିରେ ନାୟିକାଙ୍କ ସହ ଅନୁଭବ ବେଶ୍ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି । ସିନେମାରେ ଅନୁଭବଙ୍କ ନାୟିକା ଭାବରେ ବଙ୍ଗୀୟ ଅଭିନେତ୍ରୀ ପୌଲାମି ଦାସଙ୍କୁ ଆପଣ ଦେଖିବାକୁ ପାଇବେ । ପ୍ରଥମଥର ଅନୁଭବଙ୍କ ସହ ଚଳଚ୍ଚିତ୍ର 'ବେବି'ରେ ଅଭିନୟ କରିବା ପରେ ଏହା ତାଙ୍କର ଅନୁଭବଙ୍କ ସହ ଦ୍ୱିତୀୟ ସିନେମା । ତେବେ ସିନେମାର ନିର୍ଦ୍ଦେଶକ ତାପସ ସରଘରିଆ ଲଭ୍ ଇନ୍ ଲଣ୍ଡନକୁ ନେଇ ଖୁବ ଆଶାବାଦୀ ରହିଛନ୍ତି ।

ସୂଚନାଯୋଗ୍ୟ, ଲଗାତାର ଭାବରେ ଅନୁଭବଙ୍କର ଦୁଇଟି ସିନେମା ଆସିବାକୁ ଯାଉଛି । ପ୍ରଥମେ 'ଲଭ୍ ଇନ୍ ଲଣ୍ଡନ' ଓ ପରେ 'ରାବଣ' । ଅନେକ ଦିନ ପରେ ସୁପରଷ୍ଟାର ଅନୁଭବ ଓଲିଉଡକୁ ବ୍ୟାକ କରିବାକୁ ଯାଉଥିବାବେଳେ ପ୍ରଶଂସକ କହିଛନ୍ତି ଅନୁଭବଙ୍କ ଅଭିନିତ ଦୁଇଟି ସିନେମା ସୁପରହିଟ୍ ହେବ ।
Published by:Soubhagya Mishra
First published: