ଏୟାରପୋର୍ଟରୁ ସିଧା ଘର ମୁହାଁ ବାବୁସାନ; ମାଆଙ୍କୁ ଧରି କାନ୍ଦିଲେ ... ଆଜି ପୋଲିସ ଆଗରେ ରଖିବେ ଉତ୍ତର !

ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ୱର ଫେରି ଆସିଛନ୍ତି ଓଲିଉଡ ଅଭିନେତା । ଆଜି ସକାଳ ୮ଟା୩୦ରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ । ଗଣମାଧ୍ୟମକୁ କେବଳ ଗୋଟିଏ ଲାଇନ୍ 'ମତେ ମୋ ବାପା ମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ' କହି ବାବୁସାନ ନିଜ ଜଗନ୍ନାଥ ବିହାର ଘରକୁ ଯାଇଛନ୍ତି ।

ଏୟାରପୋର୍ଟରୁ ସିଧା ଘର ମୁହାଁ ବାବୁସାନ; ମାଆଙ୍କୁ ଧରି କାନ୍ଦିଲେ ... ଆଜି ପୋଲିସ ଆଗରେ ରଖିବେ ଉତ୍ତର !

ଏୟାରପୋର୍ଟରୁ ସିଧା ଘର ମୁହାଁ ବାବୁସାନ; ମାଆଙ୍କୁ ଧରି କାନ୍ଦିଲେ ... ଆଜି ପୋଲିସ ଆଗରେ ରଖିବେ ଉତ୍ତର !

  • Share this:
News 18 Odia Digital
ଭୁବନେଶ୍ୱର; ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ୱର ଫେରି ଆସିଛନ୍ତି ଓଲିଉଡ ଅଭିନେତା । ଆଜି ସକାଳ ୮ଟା୩୦ରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ । ଗଣମାଧ୍ୟମକୁ କେବଳ ଗୋଟିଏ ଲାଇନ୍ 'ମତେ ମୋ ବାପା ମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ' କହି ବାବୁସାନ ନିଜ ଜଗନ୍ନାଥ ବିହାର ଘରକୁ ଯାଇଛନ୍ତି । ଏବଂ ଘରେ ପହଞ୍ଚିବା ପରେ ମାଆ ଅପରାଜିତାଙ୍କୁ ଧରି କାନ୍ଦିଛନ୍ତି ପୁଅ ବାବୁସାନ ।


ଗତକାଲି ପ୍ରକୃତି ମିଶ୍ର ଭୁବନେଶ୍ୱରରେ ପହଞ୍ଚିବା ପରେ ଖାରବେଳ ନଗର ପୋଲିସ ଘଣ୍ଟାଏ ଜେରା କରିଥିଲା । ୪୭ ମିନିଟରେ ୭୦ଟି ପ୍ରଶ୍ନ ପଚାରିଥିଲା ପୋଲିସ । ଠିକ ସେହିପରି ଢଙ୍ଗରେ ବାବୁସାନଙ୍କୁ ମଧ୍ୟ ଜେରା କରିପାରେ ପୋଲିସ । ପ୍ରକୃତିଙ୍କ ଉତ୍ତର ଶୁଣିବା ପରେ ବାବୁସାନଙ୍କୁ ଅନେକ ପ୍ରଶ୍ନ କରିପାରେ ପୋଲିସ ।


ବାବୁସାନ,ତୃପ୍ତି,ପ୍ରକୃତି ମାମଲାରେ କେବେ ପୂର୍ଣ୍ଣଛେଦ ପଡ଼ିବ ଓ ଘଟଣାରେ କଣ ସତ୍ୟତା ରହିଛି ତାହା କେବେ ପଦାକୁ ଆସିବ ତାହା ଉପରେ ଏବେ ସଭିଙ୍କ ନଜର । ସେପଟେ, ଚେନ୍ନାଇରେ ବାବୁସାନ କେଉଁଠି ଥିଲେ ? ପ୍ରକୃତିଙ୍କ ପରିବାର ସଂସ୍ପର୍ଶରେ ଆସିଥିଲେ କି? ବାବୁସାନଙ୍କୁ ମାନସିକ ଚାପ ଦିଆଯାଉଛି କି ? ଏନେଇ ଆଜି ବାବୁସାନ ସ୍ପଷ୍ଟିକରଣ ଦେଇପାରନ୍ତି ।
Published by:Soubhagya Mishra
First published: