କ୍ୟାମେରା ସାମ୍ନାରେ ସତ କହିଦେଲେ ଶ୍ରୀୟା; ହ୍ୟୁମାନ ଦିଅନ୍ତି ଏପରି କଷ୍ଟ !

ହ୍ୟୁମାନ ସବୁବେଳେ ଅତ୍ୟାଧିକ ମଦ୍ୟପାନ କରି ତାଙ୍କୁ ପିଟାମରା କରନ୍ତି। ସେ ମଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ତାଙ୍କୁ ନିର୍ଯାତନା ଦିଅନ୍ତି। ସେହିପରି ତାଙ୍କର ଛୋଟ ଝିଅଟେ ଥିଲେ ମଧ୍ୟ ଝିଅକୁ ସ୍ନେହ କରନ୍ତି ନାହିଁ ।

କ୍ୟାମେରା ସାମ୍ନାରେ ସତ କହିଦେଲେ ଶ୍ରୀୟା; ହ୍ୟୁମାନ ଦିଅନ୍ତି ଏପରି କଷ୍ଟ !

କ୍ୟାମେରା ସାମ୍ନାରେ ସତ କହିଦେଲେ ଶ୍ରୀୟା; ହ୍ୟୁମାନ ଦିଅନ୍ତି ଏପରି କଷ୍ଟ !

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Singer Human sagar ) ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ (Press meet )  ମତ ରଖିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର। ସାମ୍ବାଦିକ ସମ୍ମିଳନୀରେ ନିଜର ପକ୍ଷ ରଖିବା ସମୟରେ ପାରିବାରିକ ବିବାଦର (Family case) ସମାଧାନ ପାଇଁ ବେଶ୍ ମାପିଚୁପି ଉତ୍ତର ରଖିଥିଲେ ଶ୍ରୀୟା ।

ହ୍ୟୁମାନ ସାଗର ଓ ତାଙ୍କ ମାଆ ଦୁଇ ଜଣ ମିଶି ତାଙ୍କ ବାପା ମାଆଙ୍କ ନାମରେ ଗଣମାଧ୍ୟମରେ ଯେଭଳି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ ମର୍ମାହତ । ଏଥିଲାଗି ସେ ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ସମ୍ପୂର୍ଣ୍ଣ ମିଛ କଥା ଗଣମାଧ୍ୟମରେ କହି କେବଳ ଲୋକଙ୍କ ସହାନୁଭୂତି ନେବା ପାଇଁ ହ୍ୟୁମାନ ଓ ତାଙ୍କ ପରିବାର ଉଦ୍ୟମ କରୁଥିବା ପତ୍ନୀ ଶ୍ରୀୟା ଅଭିଯୋଗ କରିଛନ୍ତି। ତେବେ ହ୍ୟୁମାନ ଓ ତାଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଚି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ବୋଲି ଶ୍ରୀୟା କହିଛନ୍ତି। ହ୍ୟୁମାନ ସବୁବେଳେ ଅତ୍ୟାଧିକ ମଦ୍ୟପାନ କରି ତାଙ୍କୁ ପିଟାମରା କରନ୍ତି। ସେ ମଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ତାଙ୍କୁ ନିର୍ଯାତନା ଦିଅନ୍ତି। ସେହିପରି ତାଙ୍କର ଛୋଟ ଝିଅଟେ ଥିଲେ ମଧ୍ୟ ଝିଅକୁ ସ୍ନେହ କରନ୍ତି ନାହିଁ ।

ତେବେ ଏହି ଘଟଣାକୁ ନେଇ ମତାନ୍ତର ବଡିବା ପରେ ହ୍ୟୁମାନ ଗତ ୨୦୨୨ ସେପ୍ଟେମ୍ବରରେ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ପରେ ଶ୍ରୀୟା ତାଙ୍କ ବାପା ମାଙ୍କୁ ଡାକି ହ୍ୟୁମାନକୁ ଯେତେ ବୁଝାଇଥିଲେ ମଧ୍ୟ ହ୍ୟୁମାନ କିଛି ନ ବୁଝି ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଓ ତାଙ୍କ ବାପା ମାଆଙ୍କୁ ଘରୁ ବାହାର କରିଦେଇଥିଲେ। ନିର୍ଯାତନା ଅଧିକ ହେବା, ସମାଧାନ ବାଟ ନ ଫିଟିବାରୁ ସେ ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ତ ହୋଇଥିଲେ। ତେବେ ସେ ଏବେବି ସମାଧାନ ଚାହୁଁଛନ୍ତି। ହେଲେ ହ୍ୟୁମାନ ତାଙ୍କୁ ପତ୍ନୀର ମର୍ଯ୍ୟାଦା, ସମ୍ମାନ ଦେଲେ ହିଁ ସେ ହ୍ୟୁମାନଙ୍କ ପାଖକୁ ଯିବେ ବୋଲି ପତ୍ନୀ ଶ୍ରୀୟା କହିଛନ୍ତି। ତେବେ ହ୍ୟୁମାନ ପଛରେ ଜଣେ ରହି ତାଙ୍କ ଘର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେ କିଏ ସେ ଜାଣି ପାରୁନଥିବା କହିଛନ୍ତି। ତେବେ ଧର୍ମ ପରିବର୍ତ୍ତନ ନେଇ ତାଙ୍କ ଉପରେ ହ୍ୟୁମାନଙ୍କ ପରିବାରର ଚାପ ନ ଥିଲା ବୋଲି ଶ୍ରୀୟା କହିଛନ୍ତି।  ସେ ସିନ୍ଦୂର, ଟିକିଲି, ଅଳତା ଲଗାଇବା ନେଇ ତାଙ୍କ ଶାଶୂ ମନା କରନ୍ତି ବୋଲି ଶ୍ରୀୟା କହିଛନ୍ତି। କିଛି ଦିନ ତଳେ ହ୍ୟୁମାନ ଝିଅ ଜନ୍ମଦିନ ପାଳନର ଏକ ଭିଡ଼ିଓ ଭାଇରାଲ ନେଇ ଶ୍ରୀୟା ମୁହଁ ଖୋଲିଛନ୍ତି। ସେ ସେଲିବ୍ରେଟି ହୋଇଥିବାରୁ କେବଳ ସେଲିବ୍ରିଟିଙ୍କ ସହ ମିଶିବା ପାଇଁ କେବଳ କାର୍ଯକ୍ରମ ଆୟୋଜନ କରନ୍ତି। ଏଥିରେ କିନ୍ତୁ ତାଙ୍କର ଆନ୍ତରିକତା ନଥାଏ।  ହ୍ୟୁମାନ ଓ ତାଙ୍କ ପରିବାର ଯଦି କ୍ଷମା ପ୍ରାର୍ଥନା କରିବେ, ଉପଯୁକ୍ତ ସମ୍ମାନ ଦେବେ ତେବେ ସେ ହ୍ୟୁମାନ ସହ ପତ୍ନୀ ଭବେ ରହିବେ ବୋଲି ପତ୍ନୀ ଶ୍ରୀୟା କହିଚନ୍ତି। ହ୍ୟୁମାନଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି। ହେଲେ ସେ ପରିବାର ଯୋଡିବା ପାଇଁ ଚାହୁଁଥିବାରୁ ଏ ନେଇ ଗଣମାଧ୍ୟମରେ ପ୍ରମାଣ ଦେବାକୁ ଚାହୁଁ ନଥିବା ଶ୍ରୀୟା କହିଛନ୍ତି। ତେବେ ଆସନ୍ତା ୩୦ତାରିଖରେ ପୁଣି କାଉନସେଲିଂ ରହିଛି। ତା ପୂର୍ବରୁ ହ୍ୟୁମାନ ଭଲ ମଣିଷଟିଏ ହୋଇ ସବୁ କିଛି ସମାଧାନ କଲେ ସେ ସମାଧାନ ଆଗକୁ ବଢ଼ିବେ ବୋଲି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର କହିଛନ୍ତି।

ସେପଟେ ତାଙ୍କ ଆଇନଜୀବୀଙ୍କ କହିବା କଥା ହେଉଛି ଏ ବିବାଦ ତୁଟିବା ସହ ସ୍ୱାମୀଙ୍କ ରହିବାକୁ ଶ୍ରୀୟା ଚାହୁଁଛନ୍ତି। ମାତ୍ର ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କ ମିଶ୍ରଣକୁ ଜଣେ ତୃତୀୟ ବ୍ୟକ୍ତି ଚାହୁଁନାହାନ୍ତି। ଫଳରେ ବିବାଦ ବଢୁଛି। ସମାଧାନ ପାଇଁ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଯେଉଁଥିରେ ଶ୍ରୀୟା ନିଜର ପକ୍ଷ ରଖିଥିଲେ ମାତ୍ର ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି। ବରଂ ଆଉଥରେ ସେମାନେ ମିଶି ରହିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଶ୍ୱଶୁର ଘର ବିରୁଦ୍ଧରେ ମଧ୍ୟ ଆପତ୍ତି ଜନକମନ୍ତବ୍ୟ ଦେଇନଥିଲେ। କେବଳ ତୃତୀୟ ବ୍ୟକ୍ତି ଏମାନଙ୍କ ଦୁନିଆରୁ ହଟିଗଲେ ସମାଧାନ ହୋଇପାରିବ। ୩୦ତାରିଖରେ ପୋଲିସରେ ହାଜର ହେବା ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନଜୀବୀ।

ଅଧିକ ପଢ଼ନ୍ତୁ- http://ରାଜ୍ୟର ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାର ଆବଶ୍ୟକ; ଡ. ଲେଖାଶ୍ରୀ
Published by:Soubhagya Mishra
First published: