ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର; ପତ୍ନୀ ଆଣିଛନ୍ତି ନିର୍ଯାତନା ଅଭିଯୋଗ

ପାରିବାରିକ ବିବାଦରେ ଛନ୍ଦି ହୋଇଛନ୍ତି ଗାୟକ ହ୍ୟୁମାନ ସାଗର। ତାଙ୍କ ନାଁରେ ତାଙ୍କ ପତ୍ନୀ ଶ୍ରୀୟା ଆଣିଛନ୍ତି ଗୁରୁତର ଅଭିଯୋଗ। ଉଭୟଙ୍କୁ ଆଜି କାଉନସେଲିଂ ପାଇଁ ଡାକିଥିଲା ପୋଲିସ।

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ମହିଳା ଥାନାରେ ହାଜର ହେଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ପାରିବାରିକ ବିବାଦରେ ଛନ୍ଦି ହୋଇଛନ୍ତି ହ୍ୟୁମାନ ସାଗର। ତାଙ୍କ ନାଁରେ ତାଙ୍କ ପତ୍ନୀ ଶ୍ରୀୟା ଆଣିଛନ୍ତି ଗୁରୁତର ଅଭିଯୋଗ।

ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି କଟକ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପତ୍ନୀ ଶ୍ରୀୟା। ତାଙ୍କ ଅଭିଯୋଗ ପରେ ପୋଲିସ ହଠାତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଉଭୟଙ୍କୁ କାଉନସେଲିଂ ପାଇଁ ଥାନାକୁ ଡକାଇଛି।

ଆଜି ଉଭୟ ପତି-ପତ୍ନୀ ଥାନାରେ ହାଜର ହେବା ପାଇଁ କହିଥିଲା ପୋଲିସ। ତେଣୁ ହ୍ୟୁମାନ ସାଗର ଥାନାରେ ହାଜର ହୋଇଥିବା କହିଛନ୍ତି। ୨୦୧୨ରେ ଏକ ରିୟାଲିଟି ଶୋ’ରେ ଉଭୟ ହ୍ୟୁମାନ ଓ ଶ୍ରୀୟାଙ୍କ ଭିତରେ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁହିଁଙ୍କ ଭିତରେ ପ୍ରେମ ନିବିଡ଼ ହୋଇଥିଲା। ଆଉ ଦୁହେଁ ୨୦୧୭ରେ ବିବାହ କରିଥିଲେ। ହ୍ୟୁମାନଙ୍କ ଭଳି ଶ୍ରୀୟା ମଧ୍ୟ ପେସାଦାର କଣ୍ଠିଶିଳ୍ପୀ। ପାରିବାରିକ ବିବାଦ ଘନୀଭୂତ ହେବା ପରେ ହରଡ଼ଘଣାରେ ପଡ଼ିଛନ୍ତି ହ୍ୟୁମାନ।

ପ୍ରକାଶ ଥାଉକି ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି। ମଙ୍ଗଳବାର ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ ପତ୍ନୀ ଶ୍ରୀୟା। ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିଲେ।
Published by:Lipina Das
First published: