News 18 Odia Digital
ଭୁବନେଶ୍ୱର; ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ୫ମ ଦିନରେ ପହଞ୍ଚିଥିବାବେଳେ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ନିକଟ ଅତୀତରେ ମାଲକାନଗିରିରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ସହିତ ଓଲିଉଡ଼ର ସୁପରଷ୍ଟାର ବାବୁସାନଙ୍କୁ ନେଇ ନିର୍ମିତ ହୋଇଥିଲା ଚଳଚ୍ଚିତ୍ର "ଦମନ୍" । ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଅନେକ ଥର ଯୋଜନା ହୋଇଥିବା ସତ୍ୱେ ହଲ୍ ମିଳୁନଥିବା ଯୋଗୁଁ ମୁକ୍ତିଲାଭ କରିବା ନେଇ ପ୍ରଯୋଜକ ଚିନ୍ତିତ ଥିଲେ । ପ୍ରଯୋଜକଙ୍କ ନୀରବ ପଦଯାତ୍ରାର ପ୍ରଭାବ ଏବଂ ଅନେକ ସମର୍ଥକଙ୍କ ଯୋଗୁଁ "ଦମନ୍"କୁ ମିଳିଛି ଓଡ଼ିଶାର ସର୍ବାଧିକ ପ୍ରେକ୍ଷାଳୟ । ଏଇ ଖୁସି ଖବର ସମସ୍ତ ପ୍ରଯୋଜକଙ୍କ ମୁହଁରେ ଆନନ୍ଦ ଭରିଦେଇଛି ।
ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନଥିବା, ୨୦୦୮ ମସିହାରୁ ମିଳୁନଥିବା ସବ୍ସିଡି ସୁବିଧା, ଫାଇଲ୍ ଭିତରେ ପଡ଼ି ରହିଥିବା ଓଡ଼ିଆ ସିନେମା ନୀତି ଯୋଗୁଁ ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ । ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ
ପହଞ୍ଚାଇବା ଲାଗି ଦୀର୍ଘ ପାଞ୍ଚ ଦିନ ଧରି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା ଚାଲିଅଛି । ଯେ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ । ପ୍ରଯୋଜକ ମାନେ କହିଛନ୍ତି ଯେ, ଆମର ଆଶା ଓ ବିଶ୍ଵାସ ରହିଛି, ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ । ଆଜି ଖୁସିର ଖବର ଆମ ନୀରବ ପଦଯାତ୍ରା ଦେଖି ଚଳଚ୍ଚିତ୍ର "ଦମନ୍"କୁ ସାରା ଓଡ଼ିଶାରେ ସର୍ବାଧିକ ପ୍ରେକ୍ଷାଳୟ ମିଳିଲା ଓ ଏହା ନଭେମ୍ବର ୪ ରେ ମୁକ୍ତିଲାଭ କରିବ । ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ପ୍ରଯୋଜକମାନେ ନିବେଦନ କରି କହିଛନ୍ତି, "ଦମନ୍" ଭଳି ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ରକୁ ନିଶ୍ଚିତ ପରିବାର ସହ ଦେଖନ୍ତୁ l
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।