ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !

Real Hero ତଥା ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଖୋଲିବେ ଏକ ଚା'ଦୋକାନ ! ନିଜେ ସବ୍ୟସାଚୀ ଏପରି ସୂଚନା ଦେଇଛନ୍ତି । ତେବେ କାହିଁକି ଏ ନିଷ୍ପତ୍ତି ? ପଢ଼ନ୍ତୁ ପୂରା ଖବର ।

ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !

ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଓଲିଉଡ୍ ନାୟକ ସବ୍ୟସାଚୀ ମିଶ୍ର (Ollywood actor sabyasachi mishra)ଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା । ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିବା କଳାକାରଙ୍କ ତାଲିକାରେ ବୋଧହୁଏ ସେ ସବୁବେଳେ ଆଗରେ । କେବଳ ସେ ନୁହନ୍ତି ସବ୍ୟଙ୍କ ପତ୍ନୀ ଅର୍ଚ୍ଚିତା ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । ତେବେ ଗତକାଲିଠାରୁ ସବ୍ୟଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି । ତାହା ହେଉଛି ସବ୍ୟ ନିଜେ ଏକ ଚା' ଦୋକାନରେ ନିଜେ ଚା' ତିଆରି କରି ବିକୁଥିବାର ଭିଡିଓ ପୋଷ୍ଟ୍ କରିଛନ୍ତି । ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ସବ୍ୟ ଭିଡିଓ ଅପଲୋଡ କରି ଲେଖିଛନ୍ତି ଯେ, ମୋ ଚାହା ପିଇଲେ କୀନ୍ତି ନାଗିଓ ଯେ, ବୋଇଲେ କୋଠି ଖୋଲିଆ ତଳେ ଲେଖ ୱା । ଯିଏ ଲେଖିଅ ତାକୁ ଡେଇଲି ଦୁଇ ଓଳା ଚା ମାଗେଣା । ଏଥିସହ ସବ୍ୟ ନିଜର ପ୍ରଶଂସକଙ୍କୁ ବ୍ରହ୍ମପୁର ଭାଷାରେ ପଚାରିଛନ୍ତି ଯେ, ଦୁକାନ ନାଁଟା କ୍ୟଣ ରଖିବା ଟିକେ କୁହ ୱା ?  ସବ୍ୟଙ୍କ ଏପରି ଲେଖାକୁ ସହଜରେ ହଜମ କରିପାରୁନାହାନ୍ତି କିଛି ପ୍ରଶଂସକ । କିଛି ପ୍ରଶଂସକ ଭାବୁଛନ୍ତି ଯେ, ସବ୍ୟସାଚୀ କଣ ଅଭିନୟ ଛାଡିଦେଇ ସତରେ କଣ ଚା ଦୋକାନ ଖୋଲିବେ ? ସେହିପରି ଆଉ କିଛି ପ୍ରଶଂସକ ଭାବୁଛନ୍ତି ଏହା ସବ୍ୟସାଚୀଙ୍କର କୌଣସି ସୁଟିଂ ସେଟର ଭିଡିଓ ନୁହେଁ ତ ?

ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ସବ୍ୟସାଚୀ ଭିଡିଓ ପୋଷ୍ଟ କରିବା ପରେ ପ୍ରଶଂସକମାନେ ଅନେକ କମେଣ୍ଟ୍ ଦେଇଛନ୍ତି । ଦିଲ୍ଲୀପ୍ ବେହେରା ନାମକ ଜଣେ ଫ୍ୟାନ୍ ସବ୍ୟଙ୍କୁ କହିଛନ୍ତି ଯେ, ଦୋକାନର ନାମ ରଖନ୍ତୁ (TRHTSO) Real Hero Tea stall of odisha) ।  ଶିବାନୀ ମିଶ୍ର ନାମକ ଜଣେ ଫ୍ୟାନ ଲେଖିଛନ୍ତି ଯେ, ସତରେ ଭାଈ ? ମୋର ବିଶ୍ୱାସ ହେଉନି ତମେ ସତରେ ଚା ଦୋକାନ କରିଛ ? ସେହିପରି ଅଜିତ ସାହୁ ନାମକ ଜଣେ ଯୁବକ ନିଜର କମେଣ୍ଟରେ ଲେଖିଛନ୍ତି । ଭାଈ ଏଟା ପୁରୁଣା ଭିଡିଓ । ବୋଧହୁଏ ଏ ଭିଡିଓଟି ଓମ୍ଫେଡ୍ ଛକରୁ ସୈନିକ ସ୍କୁଲ୍ ଯିବା ବାଟରେ ସୁଟିଂ ହେଉଥିଲା । ଗୋବିନ୍ଦ ନାମକ ଜଣେ ବ୍ୟକ୍ତି ନିଜର ମତ ରଖି କହିଥିଲେ ଯେ, ଆମ ଭାଈଙ୍କ ହାତ ତିଆରି ଚା ପୁରା ଏକ ନମ୍ୱର । ଏହାର ରିପ୍ଲେ ଦେଇ ସବ୍ୟସାଚୀ ଲେଖିଥିଲେ ଯେ, ଜମିଗଲା ।

ସବୁଠୁ ମଜା କଥା ହେଲା ବିଶ୍ୱପ୍ରିତ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜ କମେଣ୍ଟରେ ଲେଖିଥିଲେ ଯେ, ସ୍ତ୍ରୀ ପିଲାଙ୍କ ନାମରେ ଦୋକାନ କରାଯାଏ ତେଣୁ ଟି ଷ୍ଟଲର ନାମ ରଖନ୍ତୁ ଅର୍ଚ୍ଚିତା ଟି ଷ୍ଟଲ୍ । ଏହାର ଉତ୍ତରରେ ସବ୍ୟସାଚୀ ଲେଖିଥିଲେ ଯେ, ଅର୍ଚ୍ଚିତା ଖୁସି ହେଇଯିବ । ଅନ୍ୟଜଣେ ପ୍ରଶଂସକ ଚିନ୍ମୟୀ ସ୍ୱାଇଁ ସବ୍ୟଙ୍କ ଏକ ସିନେମାକୁ ଲିଙ୍କ୍ କରି ଲେଖିଛନ୍ତି ଯେ, ଫିଲ୍ ମାଇ ଲଭ୍ ୱିଥ୍ ଟି' । ପୁଜା ଜେନା ନାମକ ଜଣେ ଫ୍ୟାନ୍ କହିଛନ୍ତି ଟି ଷ୍ଟଲର ନାମ ଦିଅନ୍ତୁ ସ୍ମାଇଲ୍ ପ୍ଲିଜ୍ ଟି ଷ୍ଟଲ୍ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସବ୍ୟସାଚୀ ନିଜର ଫ୍ୟାନ୍ସଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କୁ ଉତ୍ତର ଦିଅନ୍ତି ଏବଂ ଅସୁବିଧା ସମୟରେ ପାଖରେ ପହଞ୍ଚିଯାଆନ୍ତି । କୋଭିଡ୍ ସମୟରେ ସୋସିଆଲ ମିଡିଆ ସାହାଯ୍ୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ସବ୍ୟସାଚୀ ।

ଏହି ଖବର ପଢ଼ନ୍ତୁ -  ଶସ୍ତା ହେଲା OnePlus 5G ଫୋନ: ରିହାତି ସହ ଫ୍ରିରେ ମିଳୁଛି Nord Buds CE
Published by:Soubhagya Mishra
First published: