ରିୟାଙ୍କୁ ମିଳିଗଲା ଜୀବନ ସାଥି; ଖୁବ ଶୀଘ୍ର ବିବାହ କରିବେ ଅଭିନେତ୍ରୀ

ଓଲିଉଡର ଚୁଲବୁଲି ନାୟିକା ରିୟା ଦେଙ୍କର ନିର୍ବନ୍ଧ ଶେଷ ହୋଇଛି। ଖୁବଶୀଘ୍ର ସେ ତାଙ୍କ ବିବାହ ତାରିଖ ଘୋଷଣା କରିବେ।

ରିୟାଙ୍କୁ ମିଳିଗଲା ଜୀବନ ସାଥି (ପ୍ରତୀକାତ୍ମକ ଛବି)

ରିୟାଙ୍କୁ ମିଳିଗଲା ଜୀବନ ସାଥି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆରମ୍ଭ ହେଲା ବିବାହର ଋତୁ। ଗୋଟିଏ ପରେ ଗୋଟିଏ ବିବାହ ଓଲିଉଡରେ ଦେଖିବାକୁ ମିଳୁଛି। ଓଲିଉଡର ଚୁଲବୁଲି ଅଭିନେତ୍ରୀ ରିୟା ଦେଙ୍କର ନିର୍ବନ୍ଧ ଶେଷ ହୋଇଛି। ଖୁବଶୀଘ୍ର ସେ ତାଙ୍କ ବିବାହ ତାରିଖ ଘୋଷଣା କରିବେ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ନାୟିକା ରିୟା ଦେଙ୍କର ନିର୍ବନ୍ଧ ସରିଛି। ଯାହାର ଫଟୋ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଓଲିଉଡ ନାୟିକା ରିୟା ଦେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯାହାର ଫଟୋସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। କେକ କାଟି ଘର ଲୋକଙ୍କ ଗହଣରେ ସେ ନିଜ ରିଙ୍ଗ ସେରେମନୀ ସେଲିବ୍ରେସନ କରିଛନ୍ତି।




ସେହିପରି ଟିଭିର ଲୋକପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କର ଆକାଶ ଆଚାର୍ଯ୍ୟଙ୍କ ସହ ନିର୍ବନ୍ଧ ସରିଛି । ଲିପ୍‌ସା ନିଜ ନିର୍ବନ୍ଧ ଫଟୋ ସୋସିଆଲ୍‌ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ଉଭୟ ଲିପ୍‌ସାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Published by:Soumya Das
First published: