News18 Odia Digital
Prakruti Mishra: ସବୁବେଳେ ଚର୍ଚ୍ଚାରେ ରହୁଥିବା ଓଲିଉର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti Mishra) ପ୍ରାୟତଃ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି। କେତେବେଳେ ନିଜର ଷ୍ଟାଇଲିସ୍ ଅନ୍ଦାଜ ତ ଆଉ କେତେବେଳେ ନିଜ ଶାନଦାର କଣ୍ଠରେ ଗୀତ ଗାଇ ଫ୍ୟାନ୍ସଙ୍କ ମନ କିଣୁଥିବାର ଦେଖାଯାଆନ୍ତି।
ସେ ଯେପରି ଚର୍ଚ୍ଚାରେ ରୁହନ୍ତି ସେହିପରି ବିବାଦରେ ମଧ୍ୟ ଘେରି ହୋଇଯାଆନ୍ତି। ଗତ ବର୍ଷ ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନଙ୍କ ସହ ରିଲେସନସିପ୍କୁ ନେଇ ବେଶ ଚର୍ଚ୍ଚାରେ ଥିଲେ। ହେଲେ ବାବୁସାନଙ୍କ ପତ୍ନୀ ତାଙ୍କ ବିଚ୍ ରାସ୍ତାରେ ମାଡ଼ି ମାରି ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ। ସେ ଯାହା ବି ହେଉ ତାଙ୍କ ଫ୍ୟାନ୍ସ କିନ୍ତୁ ତାଙ୍କୁ ସବୁବେଳେ ପସନ୍ଦ କରନ୍ତି। ଇତିମଧ୍ୟରେ ପୁଣି ହେଡଲାଇନରେ ପ୍ରକୃତି।
ଏଥର ଅଭିନେତ୍ରୀଙ୍କୁ କିଏ ଦେଇଛି ପ୍ରତାରଣ। ଯାହା ପାଇଁ ଭାବବିହ୍ବଳ ହୋଇ ଗୀତ (Sad Song) ଗାଉଛନ୍ତି ସେ। ଆଜ୍ଞ ହଁ, ନିଜର ସୁନ୍ଦର କଣ୍ଠରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗୀତ ‘‘ହୃଦୟର ଏହି ଶୂନତାକୁ ଆଜି ପଚାରି ଯେବେ ମୁଁ ବୁଝେ’’ ଗାଇଛନ୍ତି।
କଥାଟି ହେଲା ଯେ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ‘‘ଆଜି ସକାଳୁ ମୁଁ ଏହି ଗୀତଟିକୁ ଗାଉଛି। ଯାହା ମୋର ଫେଭରେଟ ଗୀତ। ସେହିପରି ଜଣେଙ୍କ ଅନୁରୋଧରେ ମୁଁ ଏହି ଗୀତ ଗାଉଛି।’’
ପ୍ରକାଶ ଥାଉକି ଗତ ବର୍ଷ ଜୁଲାଇ ମାସରେ ବାବୁସାନ (Babusan Mohanty) ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ କଳହ ଦେଖିବାକୁ ମିଳିଥିଲା। ରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ଝଗଡ଼ା କରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏହି ଭିଡ଼ିଓରେ ପ୍ରକୃତିଙ୍କୁ ମାଡ଼ ମାରୁଥିବାର ନଜର ଆସିଥିଲେ ତୃପ୍ତି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।