ବର୍ଷା-ଅନୁଭବ ଝଗଡା: ବାତିଲ ହେଲା ଅଭିନେତ୍ରୀଙ୍କ ସ୍ପାଉଜ୍ ପରିଚୟ ପତ୍ର; ଜାଣନ୍ତୁ କାହିଁକି

ଲୋକସଭା ସଚିବାଳୟ ସୁରକ୍ଷା ବିଭାଗର ଉପ ନିର୍ଦ୍ଦେଶିକା ଦୀପିକା ଭଲ୍ଲାଙ୍କ ଦ୍ବାରା ଲେଖାଯାଇଥିବା ପତ୍ରରେ ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ପ୍ରଦାନ କରାଯାଇଥିବା ସ୍ପାଉଜ୍‌ ପରିଚୟ ପତ୍ରକୁ (ନମ୍ବର-୩୦୦) ତୁରନ୍ତ ବାତିଲ କରାଗଲା ବୋଲି ଉଲ୍ଲେଖ କରାଯାଇଛି।

ବର୍ଷାଙ୍କ ସ୍ପାଉଜ୍( ପତ୍ନୀ) ପରିଚୟ ପତ୍ରକୁ ଲୋକସଭା ସଚିବାଳୟ ବାତିଲ କରିଛି

ବର୍ଷାଙ୍କ ସ୍ପାଉଜ୍( ପତ୍ନୀ) ପରିଚୟ ପତ୍ରକୁ ଲୋକସଭା ସଚିବାଳୟ ବାତିଲ କରିଛି

  • Share this:
News18 Odia Digital

ଭୁବନେଶ୍ବର: ଆଜି ପୁଣି ସାମ୍ନାକୁ ଆସିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ କଳକକୁ ନେଇ ଆଉ ଏକ ଖବର । ଶୁଣିବାକୁ ମିଳୁଛି ଯେ ବର୍ଷାଙ୍କ ସ୍ପାଉଜ୍( ପତ୍ନୀ) ପରିଚୟ ପତ୍ରକୁ ଲୋକସଭା ସଚିବାଳୟ ବାତିଲ କରିଛି। ସେହିପରି ଏହାକୁ ଶୀଘ୍ର ଦାଖଲ କରିବାକୁ ବର୍ଷାଙ୍କୁ ଚିଠି ମଧ୍ୟ ପଠାଯାଇଛି ।

ଲୋକସଭା ସଚିବାଳୟ ସୁରକ୍ଷା ବିଭାଗର ଉପ ନିର୍ଦ୍ଦେଶିକା ଦୀପିକା ଭଲ୍ଲାଙ୍କ ଦ୍ବାରା ଲେଖାଯାଇଥିବା ପତ୍ରରେ ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ପ୍ରଦାନ କରାଯାଇଥିବା ସ୍ପାଉଜ୍‌ ପରିଚୟ ପତ୍ରକୁ (ନମ୍ବର-୩୦୦) ତୁରନ୍ତ ବାତିଲ କରାଗଲା ବୋଲି ଉଲ୍ଲେଖ କରାଯାଇଛି।

ଏହାସହ ବର୍ଷାଙ୍କୁ ଶୀଘ୍ର ଲୋକସଭା ସଚିବାଳୟର ସିପିଆଇସି କାର୍ଯ୍ୟାଳୟରେ ଦାଖଲ କରିବ‌ା କୁହାଯାଇଛି । ପ୍ରକାଶ ଥାଉକି ଅନୁଭବ ଲେଖିଥିବା ଏକ ଚିଠିକୁ ଆଧାରରେ ଏହି ପଦକ୍ଷେପ ନିଆଯାଇଛି ।

ଗତ ୨୦ ତାରିଖରେ ଅନୁଭବ ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପତ୍ନୀ ବର୍ଷାଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ପାଉଜ୍‌ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏବେ ଏହା ତାଙ୍କ ପାଖରେ ରହିଛି। ନିକଟରେ ବର୍ଷା ପାସପୋର୍ଟ (ଜେନେରାଲ୍‌/ଡିପ୍ଲୋମାଟିକ୍‌) ତଥା ପ୍ୟାନ ନମ୍ବର ଭଳି ଅନ୍ୟ ସରକାରୀ ଦସ୍ତାବିଜ୍‌ ହାସଲ କରିବା ପାଇଁ ଜାଲ ଓ ଭୁଲ ସୂଚନା ଦେଇଥିବା ତାଙ୍କ ନଜରକୁ ଆସିଛି। ସାଂସଦଙ୍କ ପତ୍ନୀ ରୂପେ ଏଭଳି କାର୍ଯ୍ୟ ନିନ୍ଦନୀୟ। ଜଣେ ଦାୟିତ୍ବବାନ ତଥା ଆଇନ ପାଳନ କରୁଥିବା ଭାରତୀୟ ନାଗରିକ ଭାବେ ଏହି ପ୍ରସଙ୍ଗରେ ସେ ସମ୍ବନ୍ଧିତ ବିଭାଗକୁ ଅବଗତ କରାଇଛନ୍ତି। ଏହିସବୁ ମାମଲାର ତଦନ୍ତ ଚାଲିଛି। ତଦନ୍ତର ଫଳାଫଳ ଆସିବା ପରେ ସେ ଏ ସମ୍ବନ୍ଧରେ ମଧ୍ୟ ଅବଗତ କରାଇବେ।
Published by:Lipina Das
First published: