ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସ୍ବାମୀ ସବ୍ୟସାଚୀଙ୍କ ସହ କୁମାର ପୂର୍ଣ୍ଣିମା ପାଳନ କରି ସୋସିଆଲ ମିଡ଼ିଆରେ ରୋମାଣ୍ଟି ଫଟୋ ପୋଷ୍ଟ କଲେ ଅର୍ଚ୍ଚିତା

ସ୍ବାମୀ ସବ୍ୟସାଚୀଙ୍କ ସହ କୁମାର ପୂର୍ଣ୍ଣିମା ପାଳନ କରି ସୋସିଆଲ ମିଡ଼ିଆରେ ରୋମାଣ୍ଟି ଫଟୋ ପୋଷ୍ଟ କଲେ ଅର୍ଚ୍ଚିତା

ଅର୍ଚ୍ଚିତା ମଙ୍ଗଳବାର ଦିନ ନିଜ ଇନଷ୍ଟାଗ୍ରାମରେ ସ୍ବାମୀ ସବ୍ୟସାଚୀଙ୍କ ସହ ନିଜର ଏକ ଫଟୋ ପୋଷ୍ଟର କରିଥିଲେ। ଯାହାର କ୍ୟାପସନରେ ସେ ଲେଖିଥିଲେ, ‘‘ପୂର୍ଣ୍ଣିମା ଆମ ଦୁହିଁଙ୍କ ପାଇଁ ।’’

ସ୍ବାମୀ ସବ୍ୟସାଚୀଙ୍କ ସହ କୁମାର ପୂର୍ଣ୍ଣିମା ପାଳନ କରି ସୋସିଆଲ ମିଡ଼ିଆରେ ରୋମାଣ୍ଟି ଫଟୋ ପୋଷ୍ଟ କଲେ ଅର୍ଚ୍ଚିତା
ସ୍ବାମୀ ସବ୍ୟସାଚୀଙ୍କ ସହ କୁମାର ପୂର୍ଣ୍ଣିମା ପାଳନ କରି ସୋସିଆଲ ମିଡ଼ିଆରେ ରୋମାଣ୍ଟି ଫଟୋ ପୋଷ୍ଟ କଲେ ଅର୍ଚ୍ଚିତା
  • News18 Odia
  • Last Updated: October 21, 2021, 4:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର କୁମାରୀମାନେ ପବିତ୍ର ପୂଜା କୁମାର ପୂର୍ଣ୍ଣିମା ପାଳନ କରିଥିଲେ । କରୋନା କଟକଣା ମଧ୍ୟରେ ସମସ୍ତେ ନିଜ ନିଜ ଘରେ ଏହି ଉତ୍ସବ ପାଳନ କରିଥିବାର ନଜର ଆସିଥିଲେ । ସେହିପରି ଏଥିରୁ ବାଦ ପଡ଼ିନାହାଁନ୍ତି ଓଲିଉଡର ସୁନ୍ଦରୀ ଅଭିନେଚତ୍ରୀ ଅର୍ଚ୍ଚିତା ସାହୁ । ସେ ମଧ୍ୟ ସ୍ପେଶାଲ ଅନ୍ଦାଜରେ ସ୍ବାମୀ ତଥା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ଏହି ଉତ୍ସବ ପାଳନ କରିଥିଲେ ।

ଯାହାର ଫଟୋ ସେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କ ପାଇଁ ଶେୟାର କରିଥିଲେ । ଆଉ ଫ୍ୟାନ୍ସ ମଧ୍ୟ ଫଟୋ ଦେଖି ତାଙ୍କ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ଏହି ରୋମାଣ୍ଟିକ କପଲଙ୍କ ଏହି ସୁନ୍ଦର ଫଟୋ ।

କଥାଟି ହେଲା ଯେ ନବ ବିବାହିତା ଅର୍ଚ୍ଚିତା ମଙ୍ଗଳବାର ଦିନ ନିଜ ଇନଷ୍ଟାଗ୍ରାମରେ ସ୍ବାମୀ ସବ୍ୟସାଚୀଙ୍କ ସହ ନିଜର ଏକ ଫଟୋ ପୋଷ୍ଟର କରିଥିଲେ। ଯାହାର କ୍ୟାପସନରେ ସେ ଲେଖିଥିଲେ, ‘‘ପୂର୍ଣ୍ଣିମା ଆମ ଦୁହିଁଙ୍କ ପାଇଁ ।’’




ଭାଇରାଲ ହେଉଥିବା ଏହି ଫଟୋରେ ଦୁହେଁ ଅରେଞ୍ଜ କଲରର ଆଉଟଫିଟ୍ ପିନ୍ଧିଥିବାର ନଜର ଆସୁଛନ୍ତି । ଆଉ କ୍ୟାମେରାକୁ ଦେଖି ରୋମାଣ୍ଟିକ ପୋଜ୍ ଦେଇଛନ୍ତି ।

ଯଦି ଦୁହେଁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ତାହାଲେ ୨୦୧୩ରେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ସବ୍ୟସାଚୀଙ୍କ ଜୀବନରେ ଆସିଥିଲେ ଅର୍ଚ୍ଚିତା । ରିଲ ଲାଇଫରେ ପ୍ରେମ କରୁ କରୁ ରିୟଲ ଲାଇପ୍ ପାର୍ଟନର ସାଜିଛନ୍ତି ଏହି ଯୋଡ଼ି । ଏହି ଯୋଡି ଏକାଠି ଓଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇସାରିଛନ୍ତି । ଏହି କ୍ରମରେ ସାମିଲ ଅଛି ‘ପିଲାଟା ବିଗିଡ଼ି ଗଲା’, ‘ସ୍ମାଇଲ୍ ପ୍ଲିଜ୍’, ‘ମୁଁ ଏକା ତୁମର’, ‘ମୁଁ ସ୍ବପ୍ନର ସୌଦାଗର’, ‘ପାଗଳ କରିଛି ପାଉଁଞ୍ଜି ତୋର’, ‘କୋଉ ଦୁନିଆରୁ ଆସିଲ ବନ୍ଧୁ’, ‘ତୋର ମୋର ଯୋଡି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ ’ ଭଳି ଫିଲ୍ମ ।
Published by: Lipina Das
First published: October 21, 2021, 4:19 PM IST