News 18 Odia Digital
ଭୁବନେଶ୍ୱର; ଓଲିଉଡ (Ollywood) ସିନେମା ତଥା ଟେଲିଭିଜନ ସିରିଏଲ ଅଭିନେତା ସାତ୍ୟକି ମିଶ୍ରଙ୍କ (Satyaki Mishra) ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବର୍ତ୍ତମାନ ଏକ ଖବର ସୋସିଆଲ ମିଡିଆରେ (Social Media) ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ପ୍ରକୃତ କଥା ହେଉଛି ସାତ୍ୟକିଙ୍କୁ ମୁଖ କର୍କଟ (Mouth cancer) ରୋଗ ହୋଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ ପାଖାପାଖି ସାଢେ ୩ ବର୍ଷ ହେବ ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ପୀଡିତ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ (Private hospital) ଚିକିତ୍ସିତ ହେଉଥିଲେ ।
ଖୁସିର କଥା ହେଉଛି ଆପଣଙ୍କ ପ୍ରିୟ ଅଭିନେତା ସାତ୍ୟକିଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ପୂରା ଭଲ ହୋଇଯିବେ ବୋଲି ଡାକ୍ତର କହିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟଗତ କାରଣରୁ କିଛି ମାସ ହେବ ସାତ୍ୟକିଙ୍କୁ ଆପଣ ନୂଆ ସିନେମା ଧାରାବାହିକରେ ଦେଖିପାରିନଥିଲେ । ତେବେ ବର୍ତ୍ତମାନର ଖୁସି ଖବର ହେଉଛି, ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣିଥରେ ଆପଣ ଆପଣଙ୍କ ପ୍ରିୟ ଅଭିନେତା ସାତ୍ୟକିଙ୍କୁ ସିରିଏଲ ଓ ସିନେମାରେ ଦେଖିବାକୁ ପାଇବେ ।
ସୂଚନାଯୋଗ୍ୟ, ଅଭିନେତା ସାତ୍ୟକି ମିଶ୍ର ଅନେକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଖଳନାୟକ ହେଉ କି କମେଡି ସବୁ ଚରିତ୍ରକୁ ଖୁବ ନିଖୁଣ ଭାବରେ ଅଭିନୟ କରିପାରନ୍ତି ସାତ୍ୟକି । କଟକରେ ରହୁଥିବା ସାତ୍ୟକି ମିଶ୍ର ନିଜ କ୍ୟାରିୟରରେ ଅନେକ ସିନେମା ଭେଟିଦେଇଛନ୍ତି ଓଲିଉଡକୁ । ଓଡ଼ିଶାର ପ୍ରତି ଘରେ ବେଶ୍ ପରିଚିତ ଅଭିନେତା ସାତ୍ୟକି ମିଶ୍ର । କେବଳ ଅଭିନୟ ନୁହେଁ ଅନେକ ଷ୍ଟେଜରେ ବିଚାରପତି ଭାବରେ ମଧ୍ୟ ସାତ୍ୟକିଙ୍କୁ ଦେଖିବାକୁ ପାଆନ୍ତି ଦର୍ଶକ । ସୁଟିଂ ସେଟରେ କେବଳ ଅଭିନୟ ନୁହେଁ ବରଂ ସହକର୍ମୀଙ୍କ ସହ ହସ ମଜାକ୍ କରି ସମୟ ବିତାଇବାକୁ ସାତ୍ୟକି ଖୁବ ଭଲ ପାଆନ୍ତି । ଏହି କାରଣରୁ ସହ କଳାକାରମାନଙ୍କର ମଧ୍ୟ ଅତି ପ୍ରିୟର ପାତ୍ର ହୋଇପାରିଛନ୍ତି ସାତ୍ୟକି ।
ଏହି ଖବର ପଢ଼ନ୍ତୁ -
http://Yogi Interview: ଭୟମୁକ୍ତ ଉତ୍ତରପ୍ରଦେଶ କିପରି ଭାରତର 'ଉତ୍ତମ ପ୍ରଦେଶ' ହେବ?Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।