ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଅସୁସ୍ଥ: ଜାଣନ୍ତୁ କ'ଣ କହିଲେ ଡାକ୍ତର !

ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଜାଣନ୍ତୁ କଣ ସୂଚନା ଦେଇଛନ୍ତି ଅଭିନେତା ଶ୍ରୀତମ ଦାସ ।

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଅସୁସ୍ଥ: ଜାଣନ୍ତୁ କ'ଣ କହିଲେ ଡାକ୍ତର !

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଅସୁସ୍ଥ: ଜାଣନ୍ତୁ କ'ଣ କହିଲେ ଡାକ୍ତର !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ (actor pintu nanda) ଗୁରୁତର ଅସୁସ୍ଥ । ପିଣ୍ଟୁଙ୍କ ଲିଭର କାମ କରୁନଥିବା ଡାକ୍ତର ସୂଚନା ଦେଇଛନ୍ତି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ଚିକିତ୍ସାଧୀନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ (sritam das) । ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଶ୍ରୀତମ ।

ସୂଚନାଯୋଗ୍ୟ,  ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ଓଡ଼ିଶାର ଘରୋଇ ଚିକିତ୍ସାଳୟରେ ଓ ପରେ ରାଜଧାନୀ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଚୁଙ୍କ ଅପରେସନ ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଅନେକ ସାଥୀ କଳାକାର ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଥିଲେ । ଅନେକ ସହୃଦୟ ବ୍ୟକ୍ତି ଏବଂ ଓଲିଉଡ କଳାକାର ପିଣ୍ଟୁଙ୍କୁ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରିଥିଲେ । ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅଭିନେତା ଅର୍ଦ୍ଧେନ୍ଦୁ ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ଖବର ପାଇବା ପରେ ଅଭିନେତ୍ରୀ ନିଶା ମହାରଣା (Nisha moharana) ପିଣ୍ଟୁଙ୍କୁ ଭେଟିବା ସହ ସହଯୋଗର ହାତ ବଢାଇଥିଲେ । ପିଣ୍ଟୁ ଓଡ଼ିଶାରେ ଥିବାବେଳେ ଘରୋଇ ଡାକ୍ତରଖାନାରେ ନିଶା ପହଞ୍ଚିବା ସହ ସକ୍ଷମ ଅନୁସାରେ ଆର୍ଥିକ ସହଯୋଗର (Financial help) ହାତ ବଢାଇଥିଲେ । ଏଥିସହ ନିଶା ଭିଡିଓଟିକୁ ନିଜର ସୋସିଆଲ ମିଡିଆରେ ଅପଲୋଡ କରିବା ସହ ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରନ୍ତୁ ବୋଲି ଲେଖିଥିଲେ । ନିଶାଙ୍କ ଏପରି କାମକୁ ଅନେକ ମହଲରୁ ପ୍ରଶଂସା କରାଯାଇଥିଲା । ନ୍ୟୁଜ ୧୮କୁ ନିଶା ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସୋସିଆଲ ମିଡିଆରୁ ଖବର ପାଇବା ପରେ ମୁଁ ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଚାହିଁଲି । ଆଗକୁ ମଧ୍ୟ ଆବଶ୍ୟକ ପଡିଲେ ମୋ ସକ୍ଷମ ହିସାବରେ ମୁଁ ସାହାଯ୍ୟ କରିବି । ପିଣ୍ଟୁ ଭାଇଙ୍କର ମୁଁ ବହୁତ ବଡ ଫ୍ୟାନ । ସେ ସୁସ୍ଥ ହୋଇ ଫେରିଲେ ମୁଁ ତାଙ୍କ ସହ ଅଭିନୟ କରିବି ।

ଅଭିନେତ୍ରୀ ପୁଷ୍ପା ପଣ୍ଡା ମଧ୍ୟ ପିଣ୍ଟୁଙ୍କୁ ହସ୍ପିଟାଲରେ ଦେଖା କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ସୁଟିଂ ସେଟରେ ପିଣ୍ଟୁ ଖୁବ ମଜା ମସ୍ତି କରିଥାଏ । ଯାହାଦ୍ୱାରା ସୁଟିଂ ସମୟରେ ବୋର ହେବାକୁ ପଡେନି । ସେ ଖୁବ ଦୁର୍ବଳ ହୋଇପଡିଛି । ତା ସ୍ୱାସ୍ଥ୍ୟ ଖରାପ ଦେଖି ଆଦୌ ଭଲ ଲାଗୁନାହିଁ । ଭଗବାନ ତାକୁ ଶୀଘ୍ର ଭଲ କରିଦିଅନ୍ତୁ ।

ଏହି ଖବର ପଢ଼ନ୍ତୁ - http://କିଏ ନେବ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କ ସ୍ଥାନ ? ଜାଣନ୍ତୁ କାହା ନାଁ ଚର୍ଚ୍ଚାରେ

ଅନ୍ୟପଟେ ପିଣ୍ଟୁ ନନ୍ଦଙ୍କ ଭାଇ ଅଭିରାମ ନନ୍ଦ ମଧ୍ୟ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଆଶା କରିଛନ୍ତି । ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଏକ ଫୋନ ପେ, ଗୁଗୁଲ ପେ ନମ୍ୱର ମଧ୍ୟ ଦିଆଯାଇଛି । ଏଥିସହ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଆପଣ ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଚଙ୍କା ପଠାଇପାରିବେ ।

ଫୋନ ପେ, ଗୁଗୁଲ ପେ ନମ୍ୱର- 9861131854

ବ୍ୟାଙ୍କ ଆକାଉଣ୍ଟ ନମ୍ୱର - 0614010065447, IFSC- PUNB 0061420
Published by:Soubhagya Mishra
First published: