News 18 Odia Digital
ଭୁବନେଶ୍ୱର; ଗତକାଲି ରାତିରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ (pintu nanda) ଦେହାନ୍ତ ଖବର ଆସିବା ପରେ ଓଲିଉଡ ସମେତ ପିଣ୍ଟୁ ନନ୍ଦଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକ ଚାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ମଧ୍ୟ ପିଣ୍ଟୁଙ୍କ ମୃତ୍ୟୁରେ ଟୁଇଟ୍ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ।
ଅଭିନେତା ପିଣ୍ଟୁ ନନ୍ଦ ଜୀବଜନ୍ତୁଙ୍କୁ ଖୁବ୍ ଭଲ ପାଉଥିଲେ । ବିଶେଷ କରି ପୋଷା କୁକୁରଙ୍କ (pet dog) ପାଇଁ ତାଙ୍କ ମନରେ ଥିଲା ସ୍ୱତନ୍ତ୍ର ସ୍ଥାନ । ନିଜର ସଉକ ଥିବାରୁ ରାଜଧାନୀ ଦିଲ୍ଲୀରୁ (new delhi) ଓଡ଼ିଶାକୁ ଏକ ଲାବ୍ରୋଡର କୁକୁର ଆଣିଥିଲେ ପିଣ୍ଟୁ । ନିଜ ଘରେ ରଖି ବେଶ୍ କିଛିଦିନ ପାଳିଥିଲେ ପାଳିଥିଲେ । କୁକୁରକୁ ଥିରି ବୁଲିବାକୁ ମଧ୍ୟ ଯାଉଥିଲେ । କିନ୍ତୁ ବ୍ରାହ୍ମଣ ପରିବାର ହେତୁ ପରିବାରରେ କୁକୁର ପାଳିବା ପାଇଁ ସାମାନ୍ୟ ମନମାଳିନ୍ୟ ଦେଖାଦେଇଥିଲା । ସେହି କାରଣରୁ ପିଣ୍ଟୁ ନନ୍ଦ ନିଜ ବଡ ଭଉଣୀ ଘରେ କୁକୁର ଚାର୍ଲୀକୁ ଛାଡିଦେଇଥିଲେ । ସେବେଠୁ ଚାର୍ଲୀକୁ ଦେଖା କରିବାକୁ ପିଣ୍ଟୁ ଭଉଣୀ ଘରକୁ ଯାଉଥିଲେ । ଖୁବ୍ ଆଦର କରୁଥିଲେ ଚାର୍ଲୀକୁ । ଏପରି କି ନିଜ ହାତରେ ଖୁଆଇ ଦେଉଥିଲେ ।
ପିଣ୍ଟୁ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ମଧୁ ନାୟକଙ୍କ କହିବାନୁଯାୟୀ, ଦିଲ୍ଲୀ ମେଡ଼ିକାଲ ଯିବା ପୂର୍ବରୁ ମଧୁଙ୍କ ସହିତ କଥା ହୋଇଥିଲେ ପିଣ୍ଟୁ । ପିଣ୍ଟୁଙ୍କୁ ହୋଇଥିଲା ମାଟିଆ ଜଣ୍ଡିସ । ଅତ୍ୟଧିକ ମଦପାନ କାରଣରୁ ତାହା ଅଧିକ ହୋଇଗଲା । ପୂର୍ବରୁ ମଧ୍ୟ ଥରେ କାମଳ ରୋଗ ହୋଇଥିଲା । ପିଣ୍ଟୁ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଭାବରେ ଖୁବ୍ ଭଲ ମଣିଷ ଥିଲେ । ମେଲାପି ଥିବା କାରଣରୁ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ । ମଧୁ କହିଛନ୍ତି ପିଣ୍ଟୁ ଫୁରସତ ପାଇଲେ କୁକୁର ସହ ସମୟ ବିତାନ୍ତି ।
ପିଣ୍ଟୁ ଆଦର କରୁଥିବା କୁକୁରଠାରେ କାଲି ରାତିଠୁ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି ବୋଲି ପିଣ୍ଟୁଙ୍କ ଜଣେ ଘନିଷ୍ଟ ବନ୍ଧୁ କହିଛନ୍ତି । ରାତିରୁ କୁକୁରଟି କିଛି ଖାଉନାହିଁ ଏବଂ ଆଖିରୁ ଲୁହ ଗଡାଉଛି । ବୋଧହୁଏ ସେ ପିଣ୍ଟୁଙ୍କୁ ଝୁରୁଛି ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ପିଣ୍ଟୁ ନନ୍ଦ ମାତ୍ର ୧୭ ବର୍ଷ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏକାଧିକ ଆଲବମରେ ଅଭିନୟ କରି ସେ ସଫଳତା ସାଉଁଟିଥିଲେ । ସେଥିମଧ୍ୟରୁ ‘ଏ ଗଉରI’ ଆଲବମ ଗୀତ ବେଶ ଲୋକପ୍ରିୟ ହୋଇଥିଲା । ଏହା ବାଦ ସେ ‘କୋଇଲି’ ଫିଲ୍ମରେପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।
ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି, ‘୨୦୨୨ରେ ଆସିଥିବା ‘ରଙ୍ଗ ନମ୍ବର’, ୨୦୦୬ରେ ଆସିଥିବା ‘ପ୍ରେମ ଋତୁ ଆସିଲାରେ’, ୨୦୧୧ରେ ଆସିଥିବା ‘ଦୋସ୍ତି’, ୨୦୧୧ ହାତ ଧରି ଚାଲୁଥା’ ଓ ୨୦୧୩ରେ ଆସିଥିବା ରୁମ୍କୁ ଝୁମାନା ।
ସେହିପରି ‘ବ୍ୟାଚଲର’, ‘ଧର୍ମ’, ‘ଡାହI ବାଳୁଙ୍ଗା’, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେI ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।
ଏହି ଖବର ପଢ଼ନ୍ତୁ -
http://ନୂଆଦିଲ୍ଲୀରେ G-20 ସମ୍ମିଳନୀ: ଯୋଗ ଦେଇଛନ୍ତି ୪୦ଟି ଦେଶର ପ୍ରତିନିଧିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।