ମୁହଁ ଖୋଲିଲେ ଅଭିନେତା ବାବୁସାନ୍
News 18 Odia Digital
ଭୁବନେଶ୍ୱର; ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ରଖିଲେ ବାବୁସାନ । କହିଲେ ମୋତେ କେହି ବ୍ଲାକମେଲ କରିନାହାନ୍ତି । ପ୍ରକୃତି-ବାବୁସାନଙ୍କ ପତ୍ନୀଙ୍କ ଭାଇରାଲ ଭିଡିଓ ଘଟଣା ପରେ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖି ଅପରାଜିତା ମହାନ୍ତି କହିଥିଲେ ଯେ ବାବୁସାନଙ୍କୁ ବ୍ଲାକମେଲିଂ କରାଯାଉଛି। ସେଥିପାଇଁ ସେ ଆମଠୁ ଦୂରେଇ ଯାଉଛି । ମୋବାଇଲ ଚେକ୍ କଲେ ସବୁକିଛି ସ୍ପଷ୍ଟ ହୋଇଯିବ । ତାଙ୍କ ସମ୍ପର୍କୀୟ ଭଉଣୀ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ସମାନ କଥା କହିଥିଲେ । ଘରକୁ ଫେରିଆସିବାକୁ ବାବୁସାନଙ୍କୁ ଅନୁରୋଧ କରିଥିଲେ ।
ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁସାନ । ପରିବାରର ଅଭିଯୋଗକୁ ଖଣ୍ଡନ କରିବା ସହ ସେ କହିଛନ୍ତି, ନା ସେ ମୋତେ ହଇରାଣ କରୁଛି, ନା ମୋତେ କେହି ବ୍ଲାକମେଲ କରୁଛି । ସାମାଜିକ ଗଣମାଧ୍ୟମରେ ଏଭଳି ଗୋଟିଏ ଭିଡିଓ ପୋଷ୍ଟକରି ପ୍ରତିକ୍ରିୟା ରଖିଛନ୍ତି ବାବୁସାନ । ସେ କହିଛନ୍ତି ଏଠିଥିବା ସମସ୍ତ ଓଡ଼ିଆ ମତେ ସ୍ନେହ, ଆଦର ଓ ସମ୍ମାନ ଦେଇଛନ୍ତି । ଭାଇରାଲ ଭିଡିଓ କାରଣରୁ ମତେ ମୋ ପ୍ରଡ୍ୟୁସର ମନା କରିଛନ୍ତି ଉତ୍କଳଦିବସ ଉପଲକ୍ଷେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ । ତେଣୁ ମୁଁ ସେଠାକୁ ଯିବି ନାହିଁ ।
ଭାଇରାଲ୍ ଭିଡିଓ ସମ୍ପର୍କରେ କହିଛନ୍ତି, ଭିଡିଓ ରେ ଯେଉଁ ଝିଅ ଅଛନ୍ତି ସେ ମୋର ଭଲ ସାଙ୍ଗ । ନା ସେ ମତେ କେବେ ବ୍ଲାକମେଲ କରୁଛନ୍ତି ନା ସେ ମୋଠୁ ପଇସା ନେଇଛନ୍ତି ନା ସେ ମତେ ହଇରାଣ କରିଛନ୍ତି । ଆଉ ସେ ସବୁବେଳେ ମୋତେ ସପୋର୍ଟ କରୁଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।