News18 Odia Digital
ଭୁବନେଶ୍ୱର: କୌଣସି ଝଡ଼ ସୂର୍ଯ୍ୟଙ୍କୁ ହଲାଇ ପାରିବ ନାହିଁ। ନିଜ ସୋସିଆଲ ମିଡ଼ିଆରେ ଏଭଳି କିଛି କ୍ୟାପସନ ସହ ପରିବାରର ଫଟୋ ସେୟାର କରିଛନ୍ତି ଓଲିଉଡ ଅଭିନେତା ବାବୁସାନ ମହାନ୍ତି। ଫଟୋରେ ବାବୁସାନଙ୍କ ପତ୍ନୀ ଓ ପୁଅ ଦେଖାଯାଉଛନ୍ତି। ବିବାଦର ୫ ମାସ ପରେ ସ୍ତ୍ରୀ ଓ ପୁଅଙ୍କ ସହ ସୋସଆଲ ମିଡ଼ିଆରେ ଏହି ଫଟୋ ପୋଷ୍ଟ କରିଛନ୍ତି ଅଭିନେତା।
କିଛି ମାସ ତଳେ ଅଭିନେତା ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ବିଚ୍ ରାସ୍ତାରେ ହାତାହାତି ହୋଇଥିଲେ ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ। ଦିନ ଦିନ ଧରି ଘରୁ ଆସୁନଥିଲେ ବାବୁସାନ୍। ଏଥି ପାଇଁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦାୟୀ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି। ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଛାରଖାର ହୋଇଗଲା। ସେ ବାବୁସାନଙ୍କୁ ବ୍ଲାକ୍ମେଲ୍ କରୁଥିଲେ ବୋଲି ସଙ୍ଗୀନ ଅଭିଯୋଗ ମଧ୍ୟ ତୃପ୍ତି ଆଣିଥିଲେ। ତୃପ୍ତିଙ୍କ ଅଭିଯୋଗ ପରେ ପୋଲିସ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୁଦ୍ଧରେ ୪୯୮(ଏ), ଓ ୫୦୬ ଦଫାରେ ମାମଲା ରୁଜୁ କରିଥିଲା।
View this post on Instagram
ଏସବୁ ବିବାଦ ମଧ୍ୟରେ ପୁଣି ସବୁକିଛି ପୂର୍ବ ଭଳି ଠିକ ହୋଇଯିବ କି ନାହିଁ ପ୍ରଶ୍ନ ଉଠିଥିଲା। ଯାହାର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି ବୋଲି ଅନୁମାନ କରି ହେଉଛି। ବାବୁସାନଙ୍କ ହସ ଖୁସି ସଂସାର ପୁଣି ଗଢି ଉଠିବ କି ନାହିଁ ବୋଲି ଫ୍ୟାନ୍ସମାନେ ଚିନ୍ତାରେ ଥିଲେ। କିନ୍ତୁ ବାବୁସାନ ସେୟାର କରିଥିବା ଫଟୋ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇ ଥିବାରୁ ଜଣା ପଡ଼ିଛି। କେହି ବାବୁସାନଙ୍କୁ ପୋଷ୍ଟରେ ଆର୍ଶୀବାଦ ଦେଇଥିବା ବେଳେ କେହି ୟୁଜର୍ସ ଏକାଠି ଭଲରେ ରୁହ। ପରିବାରକୁ କାହାର ନଜର ନ ଲାଗିଯାଉ ବୋଲି କମେଣ୍ଟରେ ଜଣାଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।