News18 Odia Digital
ଭୁବନେଶ୍ବର: ଏବେ ରାଜ୍ୟରୁ ନେଇ ଦେଶର ଅନେକ ସ୍ଥାନରେ ଓଲିଉଡ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ସମ୍ପର୍କକୁ ନେଇ ବେଶ୍ ଆଲୋଚନା ହେଉଛି। କିଛି ଦିନରୁ ସବୁ ଗଣମାଧ୍ୟମରେ ଏହି ଯୋଡିଙ୍କ ଖବର ଦେଖିବାକୁ ମିଳୁଛି। ସେହିପରି ଗୁରୁବାର ରାତି ପ୍ରାୟ ୧୦ଟାରେ ବାବୁସାନ ପ୍ରଥମ ଥର ନିଜ ଘର ବାହାରକୁ ବାହାରିଥିବାର ନଜର ଆସିଥିଲେ।
ଏହାସହ ସେ ମିଡ଼ିଆର ଭଲମନ୍ଦ ପଚାରି ବଝିଥିଲେ। ଆଉ କହିଥିଲେ, ଏତେ ସମୟ ପର୍ଯ୍ୟନ୍ତ ଏଠାରେ ଆପଣ ଅପେକ୍ଷା କରିଥିବାରୁ ମୁଁ ଦୁଃଖିତ। ସମସ୍ତେ ଘରକୁ ଯାଆନ୍ତୁ ଖାଇ ପିଇ ଆରାମରେ ଶୋଇପଡ଼ନ୍ତୁ। ମୁଁ ପରେ ଆପଣଙ୍କୁ ବାଇଟ ଦେବି। ମୁଁ ଠିକ ଅଛି ଆଉ ପରିବାର ସହିତ ଅଛି। ବାପା ଭଲ ଅଛନ୍ତି। ପୋଲିସ ପଚରାଉଚୁରା ସମୟରେ ମୁଁ ପ୍ରତିକ୍ରିୟା ରଖିବି। ମତେ ମୋ ପରିବାର ସହ ଭଲରେ ରହିବାକୁ ଦିଅନ୍ତୁ। ଦୟା କରି ରାତି ବହୁତ ହେଲାଣି ଆପଣମାନେ ଘରକୁ ଯାଆନ୍ତୁ।’’
ଖାଲି ଏତିକି ନୁହେଁ ଏହା ବ୍ୟତୀତ ସେ ମିଡ଼ିଆଙ୍କୁ ପଚାରିଥିଲେ ସେମାନଙ୍କୁ ଆଉ କଣ ଦରକାର ଅଛି। ପାଣି ପିଇବାକୁ ଅଫର ମଧ୍ୟ କରିଥିଲେ।
ପ୍ରକାଶ ଥାଉକି ବୁଧବାର ଭୁବନେଶ୍ବର ଫେରିଥିବା ବାବୁସାନ ଗୁରୁବାର ସକାଳେ ଘର ବାଲକୋନିକୁ ଆସିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସେ ପରିବାର ପାଖରେ ଅଛନ୍ତି। ସେଥିପାଇଁ ବହୁତ ଖୁସି ଅଛନ୍ତି। ଠିକ ସମୟରେ ଠିକ କଥା କହିବେ। ଏତିକି କଥା କହି ବାବୁସାନ ଘର ଭିତରକୁ ଚାଲିଯାଇଥିଲେ। ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।