ବାବୁସାନଙ୍କ ଜନ୍ମଦିନ ଉତ୍ସବରେ ସାମିଲ ହେଲେନି ପତ୍ନୀ ଓ ପୁଅ
News18 Odia Digital
ଭୁବନେଶ୍ବର: ଆଜି ବାବୁସାନ ଜନ୍ମଦିନ ସେଲିବ୍ରେଟ କରିଥିଲେ। ପତ୍ନୀ ତୃପ୍ତି ବାବୁସାନଙ୍କୁ ଶୁଭେଚ୍ଛା ଜଣାଇବେକି ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ତୃପ୍ତି ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଆସିଲେ କେକ କଟା ହେବ ବୋଲି କହିଥିଲେ ବାବୁସାନ।
ହେଲେ ଜନ୍ମଦିନ ଉତ୍ସବରେ ନଥିଲେ ପତ୍ନୀ ତୃପ୍ତି ଓ ପୁଅ। ଫ୍ୟାନ୍ସଙ୍କ ଗହଣରେ ବର୍ଥଡେ ସେଲିବ୍ରେଟ କଲେ ଅଭିନେତା।
ଗତକାଲି ଜନ୍ମଦିନ ସେଲିବ୍ରେସନରେ ପତ୍ନୀ ଓ ପୁଅ ସାମିଲ ହେବେ ବୋଲି କହିଥିଲେ ବାବୁସାନ। ଏବେ ତୃପ୍ତି ନ ଆସିବାରୁ ଉଠିଲା ପ୍ରଶ୍ନବାଚୀ। ଯାହାକୁ ନେଇ ସବୁ ମହଲରେ ବର୍ତ୍ତମାନ ଚର୍ଚ୍ଚା ଦେଖିବାକୁ ମିଳୁଛି।
ସେପଟେ ବାବୁସାନଙ୍କ ଘରକୁ ଆସିଛନ୍ତି ତୃପ୍ତିଙ୍କ ବାପା ଲଳିତ ଶତପଥୀ। ଅପୋଷ ବୁଝାମଣା ପାଇଁ ଚାଲିଛି ଆଲୋଚନା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।