ତୃପ୍ତିଙ୍କ ଅଭିଯୋଗ ପରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ପୋଲିସ

ବିଚ୍‌ ରାସ୍ତାରେ ହାତାହାତି ହୋଇଛନ୍ତି ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସ୍ହାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା।

ତୃପ୍ତିଙ୍କ ଅଭିଯୋଗ ପରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ପୋଲିସ

ତୃପ୍ତିଙ୍କ ଅଭିଯୋଗ ପରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ପୋଲିସ

  • Share this:
News18 Odia Digital

ଭୁବନେଶ୍ବର: ଅଭିନେତା ବାବୁସାନ୍‌ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ହଇଚଇ। ପରିବାର ଭିତରେ ଉଠିଛି ଝଡ଼। ବିଚ୍‌ ରାସ୍ତାରେ ହାତାହାତି ହୋଇଛନ୍ତି ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ।

କଥାଟି ହେଉଛି, ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସନ୍ଦେହର ମଞ୍ଜି ବୁଣିଲା କିଏ? ପିଲା ଦିନର ସାଥୀ ତୃପ୍ତିଙ୍କୁ ସାରା ଜୀବନର ସାଥୀ କରିଥିଲେ ବାବୁସାନ। ସେମାନଙ୍କ ଗୋଟେ ପୁଅ ଅଛନ୍ତି। ଏହା ସତ୍ତ୍ବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନଥିଲା ଭଲ ସମ୍ପର୍କ।

ହେଲେ ଏହି ସମ୍ପର୍କରେ ଏଣ୍ଟ୍ରି ମାରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଯାହାଙ୍କ ପାଇଁ ଦିନ ଦିନ ଧରି ଘରୁ ଆସୁନଥିଲେ ବାବୁସାନ୍। ଏଥି ପାଇଁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦାୟୀ କରୁଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି। ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଛାରଖାର ହୋଇଗଲା। ସେ ବାବୁସାନଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତୃପ୍ତି।

ତୃପ୍ତିଙ୍କ ଅଭିଯୋଗ ପରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୁଦ୍ଧରେ ୪୯୮(ଏ), ଓ ୫୦୬ ଦଫାରେ ମାମଲା ରୁଜୁ କଲା ପୋଲିସ। ଖାରବେଳ ଥାନାକୁ ଯାଇଥିଲେ ତୃପିଙ୍କ ସହିତ ଶାଶୁ ଅପରାଜିତା ମହାନ୍ତି ଓ ମାଉସୀ ସଙ୍ଗୀତା ପ୍ରହରାଜ। ଦୁଇ ଘଣ୍ଟା ଧରି ଥାନାରେ ଚାଲିଥିଲା ଆଲୋଚନା।

ପ୍ରକାଶ ଥାଉକି ଗତ ଦୁଇ ବର୍ଷ ହେଲାଣି ଏକାଠି ରହୁଥିଲେ ବାବୁସାନ ଓ ପ୍ରକୃତି। ତୃପ୍ତିଙ୍କୁ କୋଭିଡ ହୋଇଥିବା ସମୟରେ ମଧ୍ୟ ସେ ତାଙ୍କୁ ଦେଖିବାକୁ ଆସିନିଥିଲେ। ଧରା ପଡ଼ିଯିବା ଭୟରେ ବାବମ୍ବାର ଘର ବଦଳାଉଥିଲେ ବାବୁସାନ। ଆଉ ସବୁ ଜାଣିଥିଲେ, ପ୍ରକୃତିଙ୍କ ପରିବାର। ଏହା କହିଛନ୍ତି ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହରାଜ। କିଛି ଦିନ ତଳେ ସେ ମନ୍ମଥ ମିଶ୍ରଙ୍କ ଘରକୁ ଯାଇ ଝିଅକୁ ବୁଝାଇବାକୁ କହିଥିଲେ। ମାତ୍ର ତାଙ୍କ ଝିଅ ତାଙ୍କ ଅଧୀନରେ ନାହିଁ। ଥାନାରେ ଏତଲା ଦେବାକୁ କାଳେ ପରାମର୍ଶ ଦେଇଥିଲେ ପ୍ରକୃତିଙ୍କ ବାପା।

ସେପଟେ ବାବୁସାନ କହିଛନ୍ତି, ‘‘ମୋ ପତ୍ନୀ ଭୁଲ୍ ବୁଝିଛନ୍ତି। ମୋ କାମକୁ ସେ ବୁଝି ପାରିନାହାଁନ୍ତି। ପ୍ରକୃତି ଓ ମୁଁ ଭଲ ବନ୍ଧୁ। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ହେଲେ ଅନେକ ଲୋକଙ୍କ ସହ ମିଳାମିଶା କରିବାକୁ ପଡ଼େ। ପ୍ରକୃତିଙ୍କ ସହ ମିଳାମିଶା କରିବାରେ ଭୁଲ୍‌ କେଉଁଠି? ତୃପ୍ତି ଯାହା କରିଛନ୍ତି, ସେଥି ନେଇ କୌଣସି ଆଲୋଚନା ହୋଇନି, ମୁଁ ତାଙ୍କୁ କିଛି କହିବି ନାହିଁ। ପ୍ରକୃତି କ’ଣ କରିବେ, ସେଇଟା ତାଙ୍କ ନିଷ୍ପତ୍ତି।

ବାବୁସାନଙ୍କ ବ୍ୟତୀତ ଘଟଣା ଉପରେ ମୁହଁ ଖୋଲିଛନ୍ତି ପ୍ରକୃତି। ପ୍ରତ୍ୟେକ କାହାଣୀର ଦୁଇଟି ପାଶ୍ବ ଥାଏ। ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସ କରୁଛୁ ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାମାନଙ୍କୁ ଦୋଷୀ ସଜାଇ ଦିଆଯାଏ। ବାବୁସାନଙ୍କ ପତ୍ନୀ ଯାହା କଲେ ତାହା ଗ୍ରହଣୀୟ ନୁହେଁ ଆଇନ ଉପରେ ତାଙ୍କର ଭରସା ଅଛି ବୋଲି କହିଛନ୍ତି ପ୍ରକୃତି।

ଏବେ ପ୍ରଶ୍ନ ଉଠୁଛି ଭୁବନେଶ୍ବରରେ ଘର, ପିଲା ଓ ସ୍ତ୍ରୀ ଥାଉଥାଉ କାହିଁକି ଗେଷ୍ଟ ହାଉସରେ ରହୁଥିଲେ ବାବୁସାନ?

ଚଳଚ୍ଚିତ୍ର ‘ଥୁକୁଲ’ରେ ପ୍ରଥମ ଥର ପ୍ରକୃତିଙ୍କ ସହ ନଜର ଆସିଥିଲେ ବାବୁସାନ। ଏହା ପରେ ‘ପ୍ରେମମ’ ଚଳଚ୍ଚିତ୍ରରେ ମଧ୍ୟ ଉଭୟ ଅଭିନୟ କରିଛନ୍ତି।
Published by:Lipina Das
First published: